Posted inଖେଳ

ଏମିତି କ୍ୟାଚ୍‌ ଧରିଲେ ମହିଳା କ୍ରିକେଟର୍‌, ପ୍ରଶଂସା କଲେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର: ଦେଖନ୍ତୁ ଭିଡିଓ

ଓ୍ବାଣ୍ଡର୍ସ,୮।୨: ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଛ। ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବିଜୟ ଅପେକ୍ଷା ଲୌରା ୱଲୱାର୍ଡଙ୍କ ‘ସୁପରଗର୍ଲ’ କ୍ୟାଚ ଉପରେ ଆଲୋଚନା ହେଉଛି। ମହିଳା କ୍ରିକେଟରେ ଏହିପରି କ୍ୟାଚ କ୍ୱଚିତ୍‌ ଦେଖାଯାଏ। ଲୌରା ଏହି ଚମତ୍କାର କ୍ୟାଚକୁ ଦେଖି ପ୍ରସିଦ୍ଧ ଫିଲ୍ଡର ଜଣ୍ଟି ରୋଡସ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି।
ଚତୁର୍ଥ ଦିନିକିଆରେ ଲୌରା ଗୋଟିଏ ହାତରେ କ୍ୟାଚ୍‌ ଧରି ସମସ୍ତଙ୍କ ହୃଦୟ ଜିତିଥିଲେ। ଆୟୋଜକ ଦଳର ଖେଳାଳି ଲୌରା ଡ୍ରାଇଭ୍‌ ମାରି ଗୋଟିଏ ହାତରେ କ୍ୟାଚ୍‌ ଧରିଥିଲେ, ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହାକୁ ସୋସିଆଲ ମିଡିଆରେ ଉଚ୍ଚ ପ୍ରଶଂସା କରାଯାଉଛି। ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ଫିଲ୍ଡର ଜଣ୍ଟି ରୋଡସ ଏହି ଭିଡିଓ ଶେୟାର କରି ଲୌରାଙ୍କୁ ପ୍ରଶଂସା କରିଛନ୍ତି।
ୱିଣ୍ଡିଜ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ବର୍ଷା ହେତୁ ସିରିଜର ପ୍ରଥମ ଦିନିକିଆ ଧୋଇ ଯାଇଥିଲା। ସୁପର ଓଭରରେ ୱିଣ୍ଡିଜ ଦ୍ୱିତୀୟ ମ୍ୟାଚ ଜିତିଥିଲା। ତୃତୀୟ ଦିନିକିଆରେ ଦିକ୍ଷିଣ ଆଫ୍ରିକା ୯୬ ରନରେ ଏକ ବଡ଼ ବିଜୟ ହାସଲ କରିଥିବାବେଳେ ଚତୁର୍ଥ ତଥା ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୱିଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେବ୍ୟୁ ଟେଷ୍ଟରେ ୫ ଉଇକେଟ ନେଇ ଚମକିଲେ ଏହି ସ୍ପିନର, ସ୍ପେଶାଲ କ୍ଲବରେ…

ଚେନ୍ନାଇ,୧୬।୨: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗୋଟିଏ ପାଳିରେ ୫ ଉଇକେଟ ନେଇ ସ୍ପେଶାଲ କ୍ଲବରେ ସ୍ଥାନ ହାସଲ କରିଛନ୍ତି ଭାରତୀୟ ସ୍ପିନର ଅକ୍ଷର...

‘ସେହ୍ବାଗ ମୋ’ଠାରୁ ବହୁତ ମାଡ଼ ଖାଇବେ’: ଜାଣନ୍ତୁ କାହିଁକି ଏମିତି କହିଲେ…

ନୂଆଦିଲ୍ଲୀ,୨୦।୩: କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌କୁ ନେଇ କ୍ରେଜ୍‌ ରହିଆସିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଖେଳାଳିଙ୍କ ମଧ୍ୟରେ କଥା...

ନୂଆ ଲୁକ୍‌ରେ ଧୋନୀ: ପ୍ରଶଂସକ ଖୋଜୁଛନ୍ତି କାରଣ…

ନୂଆଦିଲ୍ଲୀ,୨୦।୮: ଲମ୍ବା କେଶ ହେଉ କି ସାଧୁ ବେଶ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ମେକ୍‌ଓଭରକୁ ନେଇ ଜଣାଶୁଣା। ଆଇପିଏଲ୍‌ର...

ଲାଥାମ, ୱିଲିୟମ୍ସନଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଦିନିକିଆ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫।୧୧: ଟମ୍‌ ଲାଥାମଙ୍କ ୧୪୫ ରନ୍‌ର ବିସ୍ଫୋରକ ବ୍ୟାଟିଂ ଏବଂ କେନ ୱିଲିୟମ୍ସନଙ୍କ ୯୪ ରନ୍‌ର ଅପରାଜିତ ଇନିଂସ୍‌ ବଲରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ...

ଟେଷ୍ଟରେ ଷ୍ଟୋକ୍ସଙ୍କ ମହାରେକର୍ଡ, ଏବେ କୋଚ୍‌ଙ୍କୁ ଟପି ଶ୍ରେଷ୍ଠ ହେବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦଳକୁ ଫେରିବା ପରେ ଜବରଦସ୍ତ ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ସିରିଜରେ ସେ ନିଜ...

ପାକିସ୍ତାନକୁ ୫ ଉଇକେଟରେ ହରାଇଲା ଟିମ୍‌ ଇଣ୍ଡିଆ

ଦୁବାଇ,୨୮ା୮: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ଏସିଆ କପର ଭାରତ-ପାକିସ୍ତାନ ମହାମୁକାବିଲାରେ ୫ ଉଇକେଟରେ ବିଜୟୀ ହୋଇଛି ଭାରତ । ଭାରତ ଏହି ବିଜୟରୁ...

ଜୁଡୋକା ଦୀପାଂଶୁ ୨୨ମାସ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୨୬ା୮ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଡିସିପ୍ଲିନାରୀ ପ୍ୟାନେଲ ଭାରତୀୟ ଜୁଡୋକା ଦୀପାଂଶୁ ବାଲାୟନଙ୍କୁ ୨୨ ମାସ ପାଇଁ ସସ୍‌ପେଣ୍ଡ କରିଛି। ସେ...

ୟଜିଏମ୍‌ ଲୁକାଙ୍କୁ ହରାଇଲେ ମହୀତୋଷ

ଭୁବନେଶ୍ୱର, ୧୧ା୮(କ୍ରୀଡ଼ା ପ୍ରତିନିଧି)- ଇଟାଲିରେ ଚାଲିଥିବା ସ୍ପିଲିମବର୍ଗୋ ଓପନର ଚେସ୍‌ର ମାଷ୍ଟର ବର୍ଗରେ ଓଡ଼ିଶାର ମହୀତୋଷ ଦେଙ୍କୁ ବଡ଼ ସଫଳତା ମିଳିଛି। ୧୯୮୧ ରେଟିଂ ପ୍ରାପ୍ତ...

Advertisement
Archives

Model This Week