‘ଆମ ଘର ଆମ ହାଣ୍ଡିଶାଳ ସିଜନ୍‌-୨’ ଲୋକାର୍ପିତ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଟିଡିସି ପକ୍ଷରୁ ବୁଧବାର ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିବା ସହ ପ୍ରତିଯୋଗିତାରେ କରାଯାଇଥିବା କିଛି ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ।

୨୦୨୦ କରୋନା ମହାମାରୀ କଟକଣା ମଧ୍ୟରେ ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା। ଏହା ଆଦୃତ ହେବା ପରେ ଏବେ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଛି। ଶ୍ରୀମୟୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ଆନନ୍ଦ ବଜାର ବିଶ୍ୱର ସବୁଠାରୁ ବଡ଼ ହାଣ୍ଡିଶାଳ। ଆମର ମହାନ ଉତ୍କଳୀୟ ସଂସ୍କୃତିରେ ୧୨ ମାସରେ ୧୩ ପର୍ବ ଏବଂ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ବତନ୍ତ୍ର ଖାଦ୍ୟର ସମ୍ଭାର ରହିଛି। ଏସବୁକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲାଗି ଏହି ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା। ଏଥର ପ୍ରତିଯୋଗିତାରେ କିଛି ପରିବର୍ତ୍ତନ କରାଯାଇଛି। ବିଚାରକଙ୍କ ଦ୍ୱାରା ଚୟନ ହୋଇଥିବା ଶ୍ରେଷ୍ଠ ୪୦ ପ୍ରତିଯୋଗୀଙ୍କୁ ଏଥର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନିଆଯାଇ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ଶୈଳୀର ଭିଡିଓ ଶୁଟିଂ କରାଯିବ। ଏହାର ସିଧା ପ୍ରସାରଣ ଟିଭି ପରଦାରେ ଦର୍ଶକ ଦେଖିପାରିବେ। ନିଜ ଖାଦ୍ୟର ଭିଡିଓ ପ୍ରସ୍ତୁତ କରି ମହିଳାମାନେ ଅନ୍‌ଲାଇନ୍‌ରେ ଆବେଦନ ମଧ୍ୟ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଟେକ୍‌ ସର୍ଭେରୁ ବଞ୍ଚିତ ଦର୍ପଣ ତହସିଲ

ଚଣ୍ଡିଖୋଲ,୧୦ା୬(ଡି.ଏନ.ଏ.): ରାଜ୍ୟ ସରକାର ଜମିଜମା ସଂଶୋଧନ ପାଇଁ ବନ୍ଦୋବସ୍ତ, ଚକବନ୍ଦୀ ଆଦି ପ୍ରଚଳନ କରି ସଂଶୋଧନ ପ୍ରକ୍ରିୟା କରିଥିଲେ। ହେଲେ ଇଂରେଜ ସରକାର ଅମଳରେ ହୋଇଥିବା...

ଆଇନଜୀବୀଙ୍କୁ ମିଳିବ ସହାୟତା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟରେ ଆଇନଜୀବୀଙ୍କୁ ସହାୟତା ଲାଗି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି(ସଂଶୋଧନ) ବିଲ୍‌। କୋଭିଡ୍‌ ମହାମାରୀ ଯୋଗୁ...

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱର ଝାରପଡା ଅଞ୍ଚଳର ୭୨ବର୍ଷୀୟ ବୃଦ୍ଧ ଅଟନ୍ତି। ଗତ ୪ତାରିଖରୁ ଅସୁସ୍ଥତା ଯୋଗୁ...

କମିଛି, ଆଖିଦୃଶିଆ ନୁହେଁ

ଢେଙ୍କାନାଳ ଅଫିସ, ୨୦।୫ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୪ରେ ଢେଙ୍କାନାଳ ଜିଲାରେ ବାଲ୍ୟ ବିବାହ ହାରଥିଲା ୨୫.୪%। ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ରେ ଏହା ୨୩.୭%କୁ...

ପଥରରେ ଛେଚି ଦେଲେ

ବଡ଼ବିଲ,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅଧୀନ କ୍ୟାମ୍ପ ହଟିଂ ନିକଟସ୍ଥ ଜଙ୍ଗଲରେ ରବିବାର ରାତିରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ...

ଶ୍ରୀ ଲିଙ୍ଗରାଜ ମନ୍ଦିର ପୂର୍ବଦିଗ ଉଚ୍ଛେଦ ଜାରି

ପୁରୁଣା ଭୁବନେଶ୍ୱର,୨୯ା୧୨(ଡି.ଏନ.ଏ)- ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ସୁରୁଖୁରୁରେ ଜାରି ରହିଛି। ଶୁକ୍ରବାର ବ୍ୟାଖ୍ୟାନ କେନ୍ଦ୍ର ଉଚ୍ଛେଦ ଶେଷ ହୋଇଥିବାବେଳେ ଶନିବାର ମନ୍ଦିରର ପୂର୍ବଦିଗରୁ...

ଏନ୍‌ଇଇଟି: ସହଯୋଗ ଲୋଡ଼ିଲା ତାମିଲନାଡୁ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଡିଏମ୍‌କେ ସଂସଦୀୟ ଦଳର ଉପନେତା କାନିମୋଝି ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ...

ହାଇକୋର୍ଟ ଗଲେ ପ୍ରଦୀପ, ଆକାଶ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଆଇଏଫସ୍‌ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ...

Advertisement
Archives

Model This Week