ଅଲ୍‌-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେର ଶୁଭାରମ୍ଭ

ଭୁବନେଶ୍ୱର,୧୨।୨: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ଏହାର ଅଲ-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେର ଶୁଭାରମ୍ଭ କରାଯାଇଛି। ଏହି ପେସ୍‌-ସେଟିଂ ହାଇ-ପରଫରମାନ୍ସ ସ୍ପୋର୍ଟସ କାର୍‌ ଶପ୍‌ ଡଟ୍‌ ବିଏମ୍‌ଡବ୍ଲ୍ୟୁ ଡଟ୍‌ ଇନ୍‌ରେ ଏକ କମ୍ପ୍ଲିଟିଲି ବିଲ୍ଟ-ଅପ୍‌ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହୋଇଯାଇଛି  । ଏ ସମ୍ପର୍କରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆର ଅଧ୍ୟକ୍ଷ ବିକ୍ରମ ପୱା କହିଛନ୍ତି, ଗତ ୫୦ବର୍ଷ ଧରି ବିଏମ୍‌ଡବ୍ଲ୍ୟୁ ଏମ୍‌ ସେହିମାନଙ୍କ ପାଇଁ ଦଣ୍ଡାୟମାନ ହୋଇ ରହିଛି, ଯେଉଁମାନେ ଉଚ୍ଚ କ୍ଷମତା ଏବଂ ସର୍ବୋଚ୍ଚତାକୁ ଉପଭୋଗ କରନ୍ତି  । ଅଲ ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେ ଭିନ୍ନ ମିଶ୍ରଣ ସହିତ ଏକ ସମ୍ପୂର୍ଣ୍ଣ ନୂଆ ସ୍ତରରେ ଏକ ସାଲିସବିହୀନ ଟ୍ରାକ୍‌ ଏବଂ ଷ୍ଟ୍ରିଟ୍‌ ଅନୁଭୂତି ପ୍ରଦାନ କରୁଛି ା ଏହାର ଉନ୍ନତ ଇଞ୍ଜିନିୟରିଂ ଓ ଅନନ୍ୟ ଡ୍ରାଇଭିଂ ଡାଇନାମିକ୍ସ, ଆଡ୍ରେନାଲାଇନ-ଫୁଏଲଡ ବଡି ଷ୍ଟାଇଲିଂ, ଆକର୍ଷକ ରାସ୍ତା ଉପସ୍ଥିତିର ପ୍ରତିଶ୍ରୁତି ଦେଇଥାଏ ବୋଲି ବିକ୍ରମ ମତବ୍ୟକ୍ତ କରିଛନ୍ତି। ସେହିଭଳି ଏହି ନୂଆ ଯାନରେ ୩.୦ ଲିଟର ଷ୍ଟ୍ରେଟ-ସିକ୍ସ ୟୁନିଟ ଏନ୍‌ ଟୁଇନ ପାୱାର ଟର୍ବୋ ଟେକ୍ନୋଲୋଜିର ଲାଟେଷ୍ଟ ଭର୍ସନ ସହିତ ବିଏମ୍‌ଡବ୍ଲ୍ୟୁ ଏମ୍‌ ଜିଏମ୍‌ବିଏଚ୍‌ ଇଞ୍ଜିନର ହଲ୍‌ମାର୍କ ହାଇ-ରିଭାଇଭିଂ କ୍ୟାରେକ୍ଟରକୁ ଏକତ୍ର କରିଛି ା ବିଏମ୍‌ଡବ୍ଲ୍ୟୁ ଏମ୍‌୪ର ପେଟ୍ରୋଲଇଞ୍ଜିନ ୫୧୦ ଏଚ୍‌ପିର ଏକ ଆଉଟପୁଟ୍‌ ଏବଂ ୨,୭୫୦-୫,୫୦୦ ଆର୍‌ପିଏମ୍‌ରେ ୬୫୦ ଏନ୍‌ଏମ୍‌ର ସର୍ବାଧିକ ଟର୍କ ଉପତ୍ନ୍ନ କରିଥାଏ। ଏହି କାର ମାତ୍ର ୩.୫ ସେକେଣ୍ଡରେ ୦-୧୦୦ କି.ମି. ପ୍ରତି ଘଣ୍ଟା ବେଗରେ ଗତି କରିଥାଏ । ଅଲ-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେ ଏମ୍‌ ଏକ୍ସଟ୍ରା ଡ୍ରାଇଭର ମୂଲ୍ୟ ପ୍ରାୟ ୧.୪୪ କୋଟି ଟଙ୍କା ରହିଛି। ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧,୪୩,୯୦,୦୦୦ ଟଙ୍କାରେ ପେଟ୍ରୋଲ ଭାରିଆଣ୍ଟରେ ଉପଲବ୍ଧ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri