Posted inଖେଳ

ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର, ୭।୮ (ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ରବିବାର କଳିଙ୍ଗ ଷ୍ଟାଡିୟମରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ଏଥର ପର୍ବତାରୋହୀମାନେ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁଶ୍‌ ଆରୋହଣ କରିବେ। ପର୍ବତାରୋହୀ ଦଳର ମୋଟ ୧୭ ସଦସ୍ୟ ରହିବେ ଏବଂ ଏହାର ନେତୃତ୍ୱ ନେବେ ନୀଳାଚଳ ପରିଡ଼ା। ଓଡ଼ିଶାର ମୋଟ ୫ ସଦସ୍ୟ ଏହି ଦଳରେ ରହିଛନ୍ତି।

ମାଉଣ୍ଟ ଏଲବ୍ରୁଶ୍‌ ଅଭିଯାନ ସୋମବାର ଆରମ୍ଭ ହୋଇ ୨୧ରେ ଶେଷ ହେବ। କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ନୀଳାଚଳଙ୍କ ବ୍ୟତୀତ ଏହି ଅଭିଯାନରେ ଓଡ଼ିଶାରୁ ସାମିଲ ହୋଇଥିବା ଅନ୍ୟ ପର୍ବତାରୋହୀମାନେ ହେଲେ ଚିନ୍ମୟ ସିଂ, ଶ୍ରୀକାନ୍ତ ଖୁଣ୍ଟିଆ, ରଞ୍ଜୀତ ବୀରା ଓ ଆଦିତ୍ୟ ପ୍ରସାଦ ଖାଡଗା।

ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ପର୍ବତାରୋହୀମାନେ ମାଉଣ୍ଟ ଏଲବ୍ରୁଶ୍‌ ଉପରେ ତ୍ରିରଙ୍ଗା ଉଡ଼ାଇ ଦେଶପାଇଁ ଜୀବନ ଦେଇଥିବା ଶହୀଦ ଏବଂ କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। କ୍ରୀଡ଼ା ନର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଅଭିଯାନରେ ବାହାରିଥିବା ପର୍ବତାରୋହୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପର୍ବତାରୋହୀଭାବେ ନୀଳାଚଳ ଅନ୍ୟମାନଙ୍କ ପାଇଁ ପ୍ରେରଣା ଏବଂ ଜଣେ କୋଭିଡ ଯୋଦ୍ଧା। ସୁରକ୍ଷିତଭାବେ ଏହି ଅଭିଯାନ ଶେଷ ହେଉ ବୋଲି ସେ କାମନା କରିଛନ୍ତି। ପୂର୍ବରୁ ନୀଳାଚଳ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ ଅବସରରେ ଜାତୀୟ ପତାକା ଉଡ଼ାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri