୪୭ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭର୍ଚୁଆଲ ମୋଡରେ ଗୁରୁତର ରୋଗୀଙ୍କ ପରିବହନ ପାଇଁ ୪୭ଟି ଲାଇଫ ସପୋର୍ଟ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉନ୍ନତମାନର ଜୀବନ ସୁରକ୍ଷା ବ୍ୟବସ୍ଥା ଥିବା ଏହି ଆମ୍ବୁଲାନ୍ସ ରୋଗୀମାନଙ୍କୁ ନେବା ଆଣିବାରେ ବିଶେଷ ସହାୟକ ହେବ। ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ କୋଭିଡ-୧୯ର ଦ୍ୱିତୀୟ ଲହର ସଂକ୍ରମଣକୁ ଗତ ବର୍ଷ ଭଳି ଲୋକମାନଙ୍କ ସହଯୋଗରେ ହରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ସୂଚନାଯୋଗ୍ୟ, କୋଭିଡର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ରୋଗୀଙ୍କୁ ହସ୍ପିଟାଲ ନେବା ଲାଗି ଉନ୍ନତମାନର ଜୀବନ ସୁରକ୍ଷା ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆମ୍ବୁଲାନ୍ସ ପାଇଁ ଏମ୍‌ପି ଲ୍ୟାଡ, ସିଏସ୍‌ଆର, ଡିଏମ୍‌ଏଫ ଏବଂ ଓଏମ୍‌ବିଏଡିସିରୁ ଅର୍ଥ ବ୍ୟୟ ବରାଦ କରାଯାଇଛି। ୪୭ଟି ଆମ୍ବୁଲାନ୍ସ ମଧ୍ୟରୁ ୨୮ଟି ୧୦୮ ଜରୁରୀକାଳୀନ ସେବାରେ ନିୟୋଜିତ ହେବ ଏବଂ ୧୯ଟି ଗୁରୁତର ରୋଗୀମାନଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ମେଡିକାଲ କଲେଜ ଓ ହସ୍ପିଟାଲରେ ବ୍ୟବହାର କରାଯିବ।
ଉଲ୍ଲେଖନୀୟ, ୨୦୧୩ ମାର୍ଚ୍ଚ ୫ରୁ ରାଜ୍ୟରେ ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ରାଜ୍ୟରେ ଚାଲୁଥିବା ୫୯୬ ଆମ୍ବୁଲାନ୍ସ ମଧ୍ୟରୁ ୫୪୦ରେ ଅତ୍ୟାବଶ୍ୟକ ଜୀବନ ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ୫୬ଟିରେ ଅତି ଉନ୍ନତମାନର ଲାଇଫ ସପୋର୍ଟ ସିଷ୍ଟମ ରହିଛି। ଏହାକୁ ମିଶାଇ ଅତି ଉନ୍ନତମାନର ଲାଇଫ ସପୋର୍ଟ ସିଷ୍ଟମ ଥିବା ଆମ୍ବୁଲାନ୍ସ ସଂଖ୍ୟା ୧୦୩ରେ ପହଞ୍ଚିଛି। ଏହି ସବୁ ଆମ୍ବୁଲାନ୍ସ ୩୦ ଜିଲାରେ ଉନ୍ନତମାନର ଜରୁରୀ ସେବା ମାଗଣାରେ ଯୋଗାଇ ଦେଉଛି। ସେହିପରି ୨୦୧୪ ଜୁଲାଇ ୧୪ରୁ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପରିବହନ ସକାଶେ ରାଜ୍ୟରେ ୫୦୦ ଜନନୀ ଏକ୍ସପ୍ରେସ କାମ କରୁଛି। ଏହାଦ୍ୱାରା ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମାଗଣାରେ ହସ୍ପିଟାଲକୁ ନେବା ଆଣିବା କରାଯାଉଛି। ରାଜ୍ୟର ୬୨ ଲକ୍ଷ ଲୋକ ୧୦୮ ଆମ୍ବୁଲାନ୍ସ ସେବା ଓ ଜନନୀ ଏକ୍ସପ୍ରେସ ଦ୍ୱାରା ଉପକୃତ ହେଉଛନ୍ତି। ଏଥିସହିତ କେନ୍ଦ୍ରାପଡା, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ଜିଲାରେ ନଦୀ ଅଞ୍ଚଳରେ ରହୁଥିବା ରୋଗୀ ଓ ଆହତଙ୍କୁ ସେବା ଯୋଗାଇ ଦେବାକୁ ୬ଟି ବୋଟ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?