Posted inଫୁରସତ

ଲତା ମଙ୍ଗେସକରଙ୍କ ଗୀତରେ ଡ୍ୟାନ୍ସ କଲେ ପାକିସ୍ତାନୀ ଯୁବତୀ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଭିନ୍ନ ସମ୍ପର୍କ ରହିଛି। ଯଦିଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ରହିଛି କିନ୍ତୁ ଯେତେବେଳେ ସାଂସ୍କୃତିକ ପ୍ଲାଟ୍‌ଫର୍ମ କଥା ଆସେ, ଉଭୟ ଦେଶରେ ପରସ୍ପରର ଗୀତ, ସଙ୍ଗୀତ ଏବଂ ଫିଲ୍ମ ପସନ୍ଦ ହୁଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନୀ ଯୁବତୀ ଏକ ଭାରତୀୟ ଗୀତରେ ଡ୍ୟାନ୍ସ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।

ଏହି ଯୁବତୀ ଜଣକ ଲତା ମଙ୍ଗେସକରଙ୍କ ଗୀତ ‘ମେରା ଦିଲ ୟେ ପୁକାରେ ଆଜା’ରେ ଜବରଦସ୍ତ ଷ୍ଟେପ୍‌ ଦେଇଛନ୍ତି। ଏହି ଭିଡିଓ ରେକର୍ଡ ଭାଙ୍ଗିବା ଦେଖାଯାଉଛି। ଲୋକମାନେ କେବଳ ଏହାକୁ ପସନ୍ଦ କରନ୍ତି ନାହିଁ ବରଂ ଏହାକୁ ପରସ୍ପର ସହିତ ଶେୟାର କରୁଛନ୍ତି।

ଏହି ପାକିସ୍ତାନୀ ଯୁବତୀଙ୍କ ନାଁ ଆୟେଶା। ସେ ଏକ କୁର୍ତ୍ତା ଏବଂ ପ୍ୟାଣ୍ଟ ପିନ୍ଧି ବିବାହ ଉତ୍ସବରେ ନାଚୁଛନ୍ତି। ଲତାଙ୍କ କଣ୍ଠରେ ପୁରୁଣା ଗୀତ ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଛି। ଯେଉଁଥିରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସେଠାରେ ଅନେକ ମହିଳା ବସିଛନ୍ତି। ଯେଉଁମାନେ ତାଙ୍କୁ ଉତ୍ସାହିତ କରୁଛନ୍ତି।

ଏହି ଭିଡିଓ ପ୍ରଥମେ ଟିକ୍‌ଟକ୍‌ରେ ଶେୟାର କରାଯାଇଥିଲା। ପରେ ଏହାକୁ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଶେୟାର କରାଯାଇଥିଲା। ଏହି ଭିଡିଓକୁ ୧ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଜଣେ ୟୁଜର କମେଣ୍ଟ ଦେଇଛନ୍ତି, ଯୁବତୀ ଜଣକ ଅନନ୍ୟ ପ୍ରତିଭାର ଅଧିକାରିଣୀ। ଆଉ ଜଣେ ୟୁଜର ଲେଖିଛନ୍ତି, ଯୁବତୀଙ୍କ ଷ୍ଟେପ୍‌ ଏବଂ ଭାବଭଙ୍ଗୀ ଚମତ୍କାର। ଏହା ବ୍ୟତୀତ ହଜାର ହଜାର ୟୁଜର ତାଙ୍କୁ ପ୍ରଶଂସା ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri