Advertisement
Posted inଜାତୀୟ

ଅରବିନ୍ଦ ବୀର୍‌ମାନି ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ

ନୂଆଦିଲ୍ଲୀ,୧୭।୧୧(ପି.ଟି.): ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ବୀର୍‌ମାନିଙ୍କୁ ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ କରାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବୀର୍‌ମାନି ୨୦୦୭ରୁ ୨୦୦୯ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୩ ଫେବୃୟାରୀରୁ ୨୦୧୬ ଅଗଷ୍ଟ ପର୍ଯ୍ୟନ୍ତ ଭାରତର ରିଜର୍ଭ ବ୍ୟାଙ୍କ ର ମୁଦ୍ରାନୀତି ଟେକ୍‌ନିକାଲ ଆଡଭାଇଜରି କମିଟି ସଦସ୍ୟ ରହିଥିଲେ।

ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନର ପ୍ରତିନିଧିତ୍ୱ କରୁଥିଲେ। ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ଫାଉଣ୍ଡେଶନ ଫର୍‌ ଇକୋନୋମିକ୍‌ ଗ୍ରୋଥ୍‌ ଆଣ୍ଡ ଓ୍ବେଲ୍‌ଫେୟାରର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବୀର୍‌ମାନିଙ୍କ ନିଯୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ନୀତି ଆୟୋଗରେ ଭି.କେ. ସାରସ୍ବତ, ରମେଶ ଚନ୍ଦ୍ର ଏବଂ ଭି.କେ. ପୌଲ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ସୁଦ୍ଧା ୩୦ କୋଟିଙ୍କୁ ଟିକାଦାନ କଷ୍ଟକର…

ନୂଆଦିଲ୍ଲୀ,୧୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ...

ଆକ୍ସନ୍‌ ମୋଡ୍‌ରେ ମାୟାବତୀ

ଲକ୍ଷ୍ନୌ,୩।୬: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ବିଏସ୍‌ପି ଅଧ୍ୟକ୍ଷ ମାୟାବତୀଙ୍କ ନିର୍ଦ୍ଦେଶରେ ଦଳୀ ନେତା...

ଟ୍ରାକ୍ଟର ତଳେ ଚାପି ହୋଇ ୬ ମାସ ଶିଶୁର ମୃତ୍ୟୁ

ମୁମ୍ବାଇ,୨୩।୯:  ମହାରାଷ୍ଟ୍ରର ରାଜଗୁରୁନଗର ଅଞ୍ଚଳର ପୁଣେ-ନାଶିକ ରାଜପଥରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ୬...

୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶମିକଙ୍କ ଖାତାରେ ହଜାରେ ଲେଖାଏ ଜମା କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଉତ୍ତରପ୍ରଦେଶ ସରକାର ଶନିବାର ୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ହଜାରେ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ହିଂସା ସୃଷ୍ଟି ନ କରିବାକୁ ଅନୁରୋଧ କଲେ ମମତା

କୋଲକାତା,୧୪।୧୨: ନାଗରିକ ସଂଶୋଧନ ବିଲ୍‌କୁ ନେଇ ପୂର୍ବ ଭାରତ ଏକ ପ୍ରକାର ଜଳୁଛି କହିଲେ ଭୁଲ୍‌ ହେବ ନାହିଁ। ଦେଶର ଅଧିକାଂଶ ଭାଗରେ ଏହାକୁ ବିରୋଧ...

ପୁଣି ବଢ଼ିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଆଡଭାନୀଙ୍କ ପାଇଁ ପ୍ରତିବର୍ଷ ଜନ୍ମଦିନରେ ଚକୋଲେଟ କେକ୍‌ ଆଣୁଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଭାଜପାର ବରିଷ୍ଠ ନେତା ଲାଲକୃ୍‌ଷ୍ଣ ଆଡଭାନୀ ଭାବୁକ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସୁଷମାଙ୍କ ସହ ଥିବା ତାଙ୍କ...

ଦେଶ ଉପରେ ନିଜ ବିଚାରଧାରାକୁ ଲଦି ଦେଉଛି ଭାଜପା: ରାହୁଲ

ନୂଆଦିଲ୍ଲୀ,୯ ।୯: କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି । ଏଥିପାଇଁ ରାହୁଲ ଗାନ୍ଧଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଆରମ୍ଭ...

Advertisement
Archives

Model This Week