Posted inଜାତୀୟ

କାହିଁକି କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଜାମିନ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୦।୨: ଗତବର୍ଷ ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଗାଡ଼ି ମଡ଼ାଇ ୪ ଚାଷୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଆବେଦନର ଶୁଣାଣି ବେଳେ କୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଦୃଷ୍ଟିରେ ରଖିଥିଲେ।

ଗତ ବର୍ଷ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରି ଅଞ୍ଚଳରେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଏସ୍‌ୟୁଭି ମଡ଼ାଇ ଦେଇଥିଲେ ସ୍ବରାଷ୍ଟ୍ର ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ। ଏହି ଘଟଣାରେ ୪ ଚାଷୀ ଓ ଜଣେ ଖବରଦାତାଙ୍କ ମୃତ୍ୟୁ ହୋଇଥିଲା। ପରେ ଚାଷୀମାନେ ଘଟାଇଥିବା ହିଂସାରେ ଦୁଇ ଭାଜପା କର୍ମୀ ଓ ଗାଡ଼ି ଡ୍ରାଇଭର ପ୍ରାଣ ହରାଇଥିଲେ। କିଛି ଦିନ ପରେ ଆଶିଷଙ୍କୁ ଗିରଫ କରାଯାଇଥିଲା।

ପୋଲିସ ପକ୍ଷରୁ ଆଶିଷଙ୍କ ବିରୋଧରେ ଲଗାଯାଇଥିବା ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇବା ସମେତ କିଛି ଦଫା ଉପରେ ପ୍ରଶ୍ନ କରିଥିଲେ ଆଲାହାବାଦ୍‌ ହାଇକୋର୍ଟ।

ଆବେଦନକାରୀ ଆଶିଷ ମିଶ୍ରା ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଥିବା ପ୍ରମାଣ ହେଉନାହିଁ। ଯଦି ସେ ଏପରି କରିଥାନ୍ତେ, ସମ୍ପୂର୍ଣ୍ଣ ତଦନ୍ତ ପରେ ତାହାର ପ୍ରମାଣ ମିଳିଥାନ୍ତା। ମୃତକଙ୍କ ଶରୀରରେ ଗୁଳି ମାଡ଼ ଜନିତ କ୍ଷତ ଚିହ୍ନ ନ ଥିଲା ଏବଂ ଗୁଳି ମାଡ଼ରେ କୌଣସି ବ୍ୟକ୍ତି ଆହାତ ହୋଇଥିବା ଘଟଣା ସାମ୍ନାକୁ ଆସି ନ ଥିଲା। କିନ୍ତୁ ତାଙ୍କ ବିରୋଧରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇବା ପାଇଁ ଏସ୍‌ୟୁଭି ଡ୍ରାଇଭରଙ୍କୁ ଉତ୍ତେଜିତ କରିବାର ଅଭିଯୋଗ ହେଉଛି। ହେଲେ ଡ୍ରାଇଭରଙ୍କ ସମେତ ଗାଡ଼ି ମଧ୍ୟରେ ଥିବା ଅନ୍ୟ ଦୁଇ ଜଣଙ୍କୁ ଆନ୍ଦୋଳନକାରୀ ହତ୍ୟା କରିଥିଲେ। ତଦନ୍ତକାରୀ ଅଫିସର ତାଙ୍କ ପାଇଁ ସମନ ଜାରି କରିବା ପୂର୍ବରୁ ଚାର୍ଜଶିଟ୍‌ ଦାଖଲ ହୋଇସାରିଥିଲା। ଏହାକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ଥର ଏସ୍‌ୟୁଭି ମଧ୍ୟରେ ଥିବା ୩ ଜଣଙ୍କ ମୃତ୍ୟୁକୁ କୋର୍ଟ ଅଣଦେଖା କରିପାରିବେ ନାହିଁ। ଫଟୋରୁ ଆନ୍ଦୋଳନକାରୀଙ୍କ ବର୍ବରତା ସ୍ପଷ୍ଟ ପ୍ରକାଶ ପାଉଛି। ଭାଜପା କର୍ମୀଙ୍କୁ ମାଡ଼ ମାରୁଥିବା ବ୍ୟକ୍ତିଙ୍କ ପରିଚୟ ଖୋଜିବାରେ ଆନ୍ଦୋଳନର ଆୟୋଜକଙ୍କୁ ତଦନ୍ତକାରୀ ଅଫିସରଙ୍କ ସାହାଯ୍ୟ କରିବା ଜରୁରୀ ବୋଲି କୋର୍ଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri