Posted inଖେଳ

ଗୋଟିଏ ଦିନ, ଏକା ସମୟରେ ଖେଳାଯିବ ଶେଷ ଦୁଇ ମ୍ୟାଚ୍‌

ନୂଆଦିଲ୍ଲୀ,୨୮।୯: ସମାନ ତାରିଖ ଓ ସମାନ ସମୟ। ଚଳିତ ଆଇପିଏଲ୍‌ ସିଜନର ଅନ୍ତିମ ଦୁଇ ଲିଗ୍‌ ମ୍ୟାଚ୍‌ ଏକାସାଙ୍ଗରେ ଖେଳାଯିବ। ଏ ନେଇ ମଙ୍ଗଳବାର ଆଇପିଏଲ୍‌ ଗଭର୍ନିଂ କାଉନ୍ସିଲରେ ନିଷ୍ପତ୍ତି ହୋଇଛି।

ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୮ ତାରିଖ ଅପରାହ୍ନ ୩ଟା ୩୦ରେ ଆବୁଧାବିଠାରେ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବାର ଥିଲା। ସନ୍ଧ୍ୟା ୭ଟା ୩୦ରେ ଦୁବାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଥାନ୍ତେ। ଏବେ ପରିବର୍ତ୍ତନ ଯୋଗୁ ଉଭୟ ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ପ୍ରଥମ ଥର ପାଇଁ ଆଇପିଏଲରେ ପ୍ଲେ-ଅପ୍‌ ପୂର୍ବରୁ ଅନ୍ତିମ ଦୁଇ ଲିଗ୍‌ ମ୍ୟାଚ୍‌ ଏକାସାଙ୍ଗରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବସ୍‌ କଣ୍ଡକ୍ଟରଙ୍କ ପୁଅ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ହିରୋ – ଅଙ୍କୋଲେକର

ନୂଆଦିଲ୍ଲୀ,୧୫।୯(ପିଟି): ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲ ଦେଖିବା ଲାଗି ମୁମ୍ବାଇରେ ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ବୈଦେହୀ ଅଙ୍କୋଲେକର ଶନିବାର ଛୁଟି...

କରିନା ଉନ୍ମୋଚନ କଲେ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୨।୧୧- ବଲିଉଡ୍‌ ଅଭିନେତ୍ରୀ କରିନା କାପୁର ଖାଁ ଶୁକ୍ରବାର ମେଲବୋର୍ନଠାରେ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟ୍ରଫି ଉନ୍ମୋଚନ କରିଛନ୍ତି। ଏ ନେଇ ଟି୨୦ ବିଶ୍ୱକପ୍‌...

ହକି ଦଳ ଯାହା କଲେ, ଆଜି ସାରା ଦେଶ ଖୁସିରେ ନାଚୁଛି: ପିଏମ୍‌ ମୋଦି…

ନୂଆଦିଲ୍ଲୀ,୫।୮: ଭାରତୀୟ ପୁରୁଷ ହକି ଦଳ ଗୁରବୁାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। ହକି ଦଳ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଜ...

ରାଜ୍‌ କୁନ୍ଦ୍ରା ଗିରଫ ପରେ ୟୁଜର୍ସଙ୍କ ଟାର୍ଗେଟକୁ ଆସିଲେ ଅଜିଙ୍କେ ରାହାନେ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୭:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ...

କୈଫ୍‌ଙ୍କ ଚେତାବନୀ: ରୋହିତଙ୍କ ସହ ହାତ ମିଳାଇବା ବେଳେ ରୁହନ୍ତୁ ସାବଧାନ

ଧର୍ମଶାଳା,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ବିଜୟ ରଥରେ ଚଢିଛି। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭ ଉଇକେଟରେ...

ଇଂଲଣ୍ଡ ଫିଲ୍ଡିଂର ମଜା ଉଡାଇଲେ ଭାଓନ; କହିଲେ ‘ମୋ ଫିଲ୍ଡିଂ ଏକାଡେମୀରେ ଟ୍ରେନିଂ ନେବ ଆସ’

ନୂଆଦିଲ୍ଲୀ,୭।୮: ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଓନ ନିଜର ଟୁଇଟର ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି କ୍ରମରେ ଶୁକ୍ରବାର ସେ ଅନ୍ୟମାନଙ୍କ ପାଇଁ...

ଟିମ୍‌ ଇଣ୍ଡିଆରେ ହୋଇପାରେ ୨ ପରିବର୍ତ୍ତନ

କଲମ୍ବୋ,୨୨।୭: ଶ୍ରୀଲଙ୍କାରେ ଥିବା ଯୁବ ଭାରତୀୟ ଦଳ ଦିନିକିଆ ସିରିଜ୍‌କୁ ଆଗୁଆ ଜିତିନେଇଛି। ପ୍ରଥମ ମ୍ୟାଚ୍‌ରେ ଯୁବ ବ୍ୟାଟ୍ସମ୍ୟାନମାନେ ସେମାନଙ୍କ କ୍ଲାସ ଓ ଟେମ୍ପରାମେଣ୍ଟର ପରିଚୟ...

ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ: ଭାରତ, ଦକ୍ଷିଣ ଆଫ୍ରିକା ସହିତ ଆଲୋଚନା ଚାଲିଛି; ଇସିବି

ଲଣ୍ଡନ,୧୦।୬(ପି.ଟି.): ଚଳିତ ବର୍ଷ ଶେଷ ଆଡକୁ ଏକ ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ କରିବାକୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଆଲୋଚନା...

Advertisement
Archives

Model This Week