ସ୍ବାମୀ, ପୁଅ ପାଇଁ ଶେଷ ନିବେଦନ

ରାଉରକେଲା,୧୪।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବେଦବ୍ୟାସ ଗୋପାପାଲି ଝରାପଡାର ଜଣେ ବାଳକ ପ୍ରତିଦିନ ମରି ମରି ବଞ୍ଚୁଛି। ସର୍ବାଙ୍ଗ ଶରୀରରୁ ଚର୍ମ ଉପୁଡିବାରେ ଲାଗିଛି। ଶରୀରରେ ହାଡ ବାରି ହୋଇଯାଉଛି। ତଥାପି ସେ ବୃଦ୍ଧା ମା’ ବାପାଙ୍କ ପେଟକୁ ଦାନା ଦେବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି। ଉକ୍ତ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଅନ୍ୟପକ୍ଷେ ଉକ୍ତ ବାଳକଙ୍କ ମା’ ସରକାର ଏବଂ ପ୍ରଶାସନକୁ ସହାୟତା ପାଇଁ ଶେଷ ନିବେଦନ କରିଛନ୍ତି। ଯଦି ତାଙ୍କ ପୁଅର କିଛି ହୁଏ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେ କହିଛନ୍ତି।
ଝରାପଡାର ବାଳକ କ୍ରିଷ୍ଣା ଝରା ଜନ୍ମରୁ ରୋଗଗ୍ରସ୍ତ। ପରିବାର କହିଲେ ବାପା ମୁକୁନ(୫୧) ଓ ମା’ ଗୁରୁବାରୀ(୩୭)। ଠିକ୍‌ ଭାବେ ଦୁଇଓଳି ପେଟକୁ ଦାନା ମିଳୁନି। ମୁକୁନ ଏବେ ଶଯ୍ୟାଶାୟୀ। ଏହି ପରିବାର ୨୫ବର୍ଷ ହେଲା ଗୋପାପାଲି ଝରାପଡାରେ ରହୁଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ। ସେମାନେ ଭୂମିହୀନ। ଜଣେ ସହୃଦୟ ବ୍ୟକ୍ତିଙ୍କ ଭଙ୍ଗା ଦଦରା ତାଳଛପର ମାଟି ଘରେ ୨୫ବର୍ଷ ହେଲା ଆଶ୍ରୟ ନେଇଛନ୍ତି। ସରକାରୀ ଯୋଜନା କହିଲେ ମାସିକ ୧୫କେଜି ରାସନ ଚାଉଳ ମିଳୁଛି। ଏହାଛଡା କୌଣସି ପ୍ରକାରର ସରକାରୀ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରିନାହିଁ। ଏପରିକି କ୍ରିଷ୍ଣାଙ୍କ ଆଧାର କାର୍ଡ ମଧ୍ୟ ହୋଇପାରିନି। ଏହି ଗରିବ ପରିବାର ପାଇଁ ସରକାରୀ ଯୋଜନା ସାତସପନ ହୋଇ ରହିଯାଇଛି। ପରିବାର କ୍ରିଷ୍ଣାଙ୍କ ଉପରେ ନିର୍ଭରଶୀଳ। ତାଙ୍କ ଭିକ୍ଷାବୃତ୍ତି ଅର୍ଥରେ ଦୁଇଓଳି ପେଟପୁରା ଖାଇବାକୁ ମିଳୁନି। ଅଜଣା ରୋଗରେ ପୀଡିତ କ୍ରିଷ୍ଣାଙ୍କ ଚିକିତ୍ସା ମଧ୍ୟ ହୋଇ ପାରୁନାହିଁ। ଅନ୍ୟପଟେ ପୁଅ ଏବଂ ସ୍ବାମୀଙ୍କ ଦୟନୀୟ ଅବସ୍ଥାକୁ ଦେଖି ଅନବରତ ଅଶ୍ରୁ ଗଡାଉଛନ୍ତି ଗୁରୁବାରୀ। ଏ ନେଇ ଗତ ଜୁନ୍‌ ୮ ତାରିଖରେ ଧରିତ୍ରୀର ସମ୍ବଲପୁର ସଂସ୍କରଣରେ ମା’ ବାପାଙ୍କ ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତି କରୁଛି ପୁଅ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଜୁନ୍‌ ୧୧ ତାରିଖରେ ରାଉରକେଲା ମହାନଗର ନିଗମ ସାମାଜିକ କଳ୍ୟାଣ ବିଭାଗର ଅଧିକାରୀମାନେ ଉକ୍ତ ପରିବାର ପାଖରେ ପହଞ୍ଚତ୍ଥିଲେ। ସେମାନେ ଏହି ପରିବାରକୁ ସମସ୍ତ ସରକାରୀ ସାହାଯ୍ୟ ସହ କ୍ରିଷ୍ଣାଙ୍କ ଚିକିତ୍ସା, ଭିନ୍ନକ୍ଷମ ଭତ୍ତା ସପ୍ତାହେ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ। ମାତ୍ର ମାସେ ପରେ ବି ଆର୍‌ଏମ୍‌ସି ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏହି ଗରିବ ପରିବାରକୁ କୌଣସି ସରକାରୀ ସହାୟତା ପ୍ରଦାନ କରାଗଲାନାହିଁ। ଏ ସମ୍ପର୍କରେ ଆର୍‌ଏମ୍‌ସି ସାମାଜିକ ସୁରକ୍ଷା ଅଧିକାରୀ ଚେତାବନୀ ବଡେଇଙ୍କୁ ପଚାରିବାରୁ ସେ କହିଲେ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସାହାଯ୍ୟ ରାଶି ଦୁଇଦିନ ମଧ୍ୟରେ ଉକ୍ତ ପରିବାରକୁ ମିଳିଯିବ। କ୍ରିଷ୍ଣାଙ୍କ ଚିକିତ୍ସା ସହ ବିକଳାଙ୍କ ପ୍ରମାଣପତ୍ର ଓ ଭତ୍ତା ବ୍ୟବସ୍ଥା କରାଯିବ ବୋଲି ବଡେଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?