Posted inଜାତୀୟ

ଅବୁ ସାଲେମ ମାମଲାରେ କେନ୍ଦ୍ର ସରକାରଙ୍କୁ ଶେଷ ସୁଯୋଗ…

ନୂଆଦିଲ୍ଲୀ, ୧୨।୪ : ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଅବୁ ସାଲେମଙ୍କ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ଶେଷ ସୁଯୋଗ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ଏପ୍ରିଲ ୧୮ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ଏଲ.କେ. ଆଡଭାଣୀ ପର୍ତ୍ତୁଗାଲ ସରକାରଙ୍କୁ ଦେଇଥିବା ଆଶ୍ୱାସନାକୁ ପାଳନ କରି ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସର୍ବାଧିକ ଦଣ୍ଡ ୨୫ ବର୍ଷରୁ ଅଧିକ ହେବ ନାହିଁ । ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଏମ ଏମ ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ବେଞ୍ଚରେ ଯୋଗାଯୋଗରେ ସମସ୍ୟା ଥିବା ଦର୍ଶାଇ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୂଚିତ କରିବା ପରେ କେନ୍ଦ୍ରକୁ ଶେଷ ସୁଯୋଗ ଦେଇଛନ୍ତି।

ସତ୍ୟପାଠ ଦାଖଲ କରିବାରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଶୀର୍ଷ ନ୍ୟାୟାଳୟ କହିଛନ୍ତି ଯେ ଏହା ଯଥାର୍ଥ ନୁହେଁ। ଯଦି ସରକାରଙ୍କ ସ୍ବରାଷ୍ଟ୍ର ସଚିବ ଏତେ ବ୍ୟସ୍ତ ତେବେ କୋର୍ଟ ତାଙ୍କୁ ଏଠାରେ ଡାକିବେ। ଶୁଣାଣି ସମୟରେ ମେହେଟ୍ଟା ବୁଧବାର ସୁଦ୍ଧା ଆଫିଡେଭିଟ ଦାଖଲ କରିବାକୁ ଦାବି କରିଥିବା ପ୍ରତିପକ୍ଷ ଆଇନଜୀବୀଙ୍କ ବିବୃତ୍ତିକୁ ନେଇ ଆପତ୍ତି କରିଛନ୍ତି। ସେ କହିଛି ଯେ ୨୫ ବର୍ଷର ଅବଧି ୨୦୨୭ରେ ସମାପ୍ତ ହେବ ଏବଂ ଯଦି ରିହାତି ପ୍ରଦାନ ନ ହୁଏ ତେବେ ଏହା ୨୦୩୦ରେ ଶେଷ ହେବ। ମେହେଟ୍ଟା କହିଛନ୍ତି ଯେ ପ୍ରତିପକ୍ଷର ଆଇନଜୀବୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କୋର୍ଟର ସମୟସୀମାକୁ ସମ୍ମାନ ଦିଆଯିବା ଉଚିତ। ଏହି ମାମଲାର ପ୍ରରବର୍ତ୍ତୀ ଶୁଣାଣି ଏପ୍ରିଲ ୨୧ରେ କରାଯିବାକୁ ତାଲିକାଭୁକ୍ତ ହୋଇଛି। ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଶୀର୍ଷ କୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ଦେଶକୁ ପଳାତକ ଅବୁ ସାଲେମଙ୍କୁ ଫେରାଇ ଆଣିବାକୁ ଚାହୁଁଥିବା ବେଳେ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିବଦ୍ଧତା ଏକ ବଡ ପ୍ରଭାବ ପକାଇବ ବୋଲି କୋର୍ଟ କହିଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ନେଇ କୋର୍ଟ ସନ୍ତୁଷ୍ଟ ନୁହନ୍ତି। ଏଥିରେ ଦର୍ଶାଯାଇଛି ଯେ ୧୯୯୩ ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବୁ ସାଲେମଙ୍କ ପ୍ରତ୍ୟର୍ପଣ ସମୟରେ ଭାରତ ପକ୍ଷରୁ ପର୍ତ୍ତୁଗାଲକୁ ଆଶ୍ୱାସନା ଦିଆଯାଇଥିବା ସର୍ବାଧିକ ଦଣ୍ଡ ଭାରତୀୟ କୋର୍ଟ ପାଇଁ ବାଧ୍ୟତାମୂଳକ ନୁହେଁ।

ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାରେ ତାଙ୍କ ଭୂମିକା ପାଇଁ ଆଜୀବନ କାରାଦଣ୍ଡ ଭୋଗୁଥିବା ସାଲେମଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନ ଉପରେ ଶୀର୍ଷ ଅଦାଲତ ଫେବୃଆରୀ ୨ ରେ କେନ୍ଦ୍ର ସରକାରଙ୍କର ପ୍ରତିକ୍ରିୟା ମାଗିଥିଲେ। ଏଥିରେ କୁହାଯାଇଥିଲା ଯେ ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିନାମା ଅନୁଯାୟୀ ତାଙ୍କ ସାଲେମ ଦଣ୍ଡ ୨୫ ବର୍ଷରୁ ଅଧିକ ହୋଇପାରିବ ନାହିଁ। ସାଲେମଙ୍କ ପିଟିଶନର ଜବାବ ଦେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri