ମୃତ୍ୟୁ ପୂର୍ବରୁ ଜିଜ୍ଞାସାଙ୍କୁ ୯୭ ସେକେଣ୍ଡର ଶେଷ କଲ୍‌

ଭୁବନେଶ୍ୱର,୨୪।୩(ବ୍ୟୁରୋ):ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ଗୁରୁବାର ୬ଦିନ ପୂରିଛି। ମାମଲାକୁ ନେଇ ରହସ୍ୟ ଲାଗି ରହିଥିବାବେଳେ ଆତ୍ମହତ୍ୟାର ଉଦ୍ଦେଶ୍ୟ ସମ୍ପର୍କରେ ପୋଲିସ ଏଯାଏ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। କେବଳ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଆଇପିସି ଦଫା ୩୦୬ରେ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଛି। ବାନ୍ଧବୀ ଜିଜ୍ଞାସା ଓ ତାଙ୍କ ନୂଆ ପୁରୁଷବନ୍ଧୁ ରଶ୍ମିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ପୋଲିସ ଆବଶ୍ୟକ ପ୍ରମାଣ ପାଇପାରୁ ନ ଥିବାରୁ ପଦକ୍ଷେପ ନେବାକୁ ସମୟ ଗଡ଼ାଉଛି। ଏଭଳିସ୍ଥିତିରେ ମାମଲାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ଆସୁଥିବାରୁ ଚାରିଆଡ଼େ ଅଧିକ ଚର୍ଚ୍ଚା ଲାଗି ରହିଛି। ତେବେ ଆଜେକ୍ସଙ୍କ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌)କୁ ପୋଲିସ ଯାଞ୍ଚ କରିବାବେଳେ ସେ ମୃତ୍ୟୁ ପୂର୍ବରୁ ବାନ୍ଧବୀ ଜିଜ୍ଞାସାଙ୍କୁ ୯୭ ସେକେଣ୍ଡର ଶେଷ କଲ୍‌ କରି କଥା ହୋଇଥିବା ଜଣାପଡ଼ିଛି। ଶନିବାର ଅର୍ଥାତ୍‌ ୧୮ ତାରିଖ ସାରେ ବାନ୍ଧବୀଙ୍କୁ କଲ୍‌ କରି ଆଜେକ୍ସ ବାରମ୍ବାର ମନାଇବାକୁ ଚେଷ୍ଟା କରିଥିଲେ। ଜିଜ୍ଞାସାଙ୍କୁ ବୁଝାଇବା ସହ ସମ୍ପର୍କ ନ ଭାଙ୍ଗିବାକୁ ବାରମ୍ବାର ଉକ୍ତ କଲ୍‌ରେ ନିବେଦନ କରୁଥିଲେ। ହେଲେ ଜିଜ୍ଞାସା ତାଙ୍କ କଥା ରଖି ନ ଥିବାରୁ ଆଜେକ୍ସ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ବୋଲି ସୂଚନା ମିଳିଛି। ଏପରି କି ଏହାର କିଛି ସମୟ ପରେ ଜିଜ୍ଞାସା କରିଥିବା ଭିଡିଓ କଲ୍‌କୁ ମଧ୍ୟ ଆଜେକ୍ସ ରିସିଭ୍‌ କରିପାରି ନ ଥିଲେ। ତେଣୁ ଏହି ଭିଡିଓ କଲ୍‌ ପୂର୍ବରୁ ଆଜେକ୍ସଙ୍କ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ସେହିପରି ସେହି ସମୟରେ ନିଜ ଭଉଣୀ ଅନିଷାରାଣୀଙ୍କୁ ମଧ୍ୟ ସେ ହ୍ବାଟ୍ସଆପ୍‌ ଜରିଆରେ ଶେଷ ମେସେଜ୍‌ ପଠାଇଥିଲେ। ଏହି ମେସେଜ୍‌ରେ ତାଙ୍କ ମୋବାଇଲ୍‌ ଫୋନ୍‌ ପାସ୍‌ୱାର୍ଡ ସମେତ ବାଙ୍କ ଆକାଉଣ୍ଟ, ଫୋନ୍‌ପେ ଓ ଏଟିଏମ୍‌ ପାସ୍‌ୱାର୍ଡ ଆଦି ରହିଥିଲା। ମାନସିକ ଚାପରେ ଆଜେକ୍ସ ଏଭଳି ନିଷ୍ପତ୍ତି ନେଇଥିବା ଭଉଣୀ କହିଛନ୍ତି। ବାପା ଭଗବାନ କହିଛନ୍ତି, ଆମ ପାଖରେ ସେ ଝିଅ ସମ୍ବନ୍ଧରେ ବଳିଷ୍ଠ ପ୍ରମାଣ ରହିଛି। ତେଣୁ ପୋଲିସ କୋହଳ ମନୋଭାବ ପୋଷଣ କଲେ ଚଳିବ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ସାଇବର ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଖାରବେଳନଗର ଥାନାରେ ପହଞ୍ଚତ୍ ଆଜେକ୍ସଙ୍କ ଡିଜିଟାଲ ପ୍ରମାଣକୁ ଯାଞ୍ଚ କରିବା ସହ ନିଜ ହେପାଜତକୁ ନେଇ ଅଧିକ ଅନୁସନ୍ଧାନ କରୁଛି। ଏହି ଡିଜିଟାଲ ପ୍ରମାଣରେ ଆଜେକ୍ସଙ୍କ ମୋବାଇଲ, ଲାପଟପ୍‌ ଆଦି ରହିଛି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଆଜେକ୍ସଙ୍କ ପରିବାର ଲୋକ ଯାହା ଅଭିଯୋଗ କରିଛନ୍ତି, ତାହାକୁ ଆମେ ଅତି ଗୁରୁତ୍ୱର ସହ ନେଇଛୁ। ପ୍ରତ୍ୟେକ ଅଭିଯୋଗ ପଛରେ କ’ଣ ସତ ଅଛି, ତାହା ଜାଣିବାକୁ ଆମ ତଦନ୍ତ ଚାଲୁ ରହିଛି। ତଦନ୍ତରେ ଯାହା ପଦାକୁ ଆସିବ, ଆମେ ସେହି ଅନୁସାରେ ପଦକ୍ଷେପ ନେବୁ ବୋଲି ଡିସିପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri