ମୃତ୍ୟୁ ପୂର୍ବରୁ ଜିଜ୍ଞାସାଙ୍କୁ ୯୭ ସେକେଣ୍ଡର ଶେଷ କଲ୍‌

ଭୁବନେଶ୍ୱର,୨୪।୩(ବ୍ୟୁରୋ):ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ଗୁରୁବାର ୬ଦିନ ପୂରିଛି। ମାମଲାକୁ ନେଇ ରହସ୍ୟ ଲାଗି ରହିଥିବାବେଳେ ଆତ୍ମହତ୍ୟାର ଉଦ୍ଦେଶ୍ୟ ସମ୍ପର୍କରେ ପୋଲିସ ଏଯାଏ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। କେବଳ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଆଇପିସି ଦଫା ୩୦୬ରେ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଛି। ବାନ୍ଧବୀ ଜିଜ୍ଞାସା ଓ ତାଙ୍କ ନୂଆ ପୁରୁଷବନ୍ଧୁ ରଶ୍ମିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ପୋଲିସ ଆବଶ୍ୟକ ପ୍ରମାଣ ପାଇପାରୁ ନ ଥିବାରୁ ପଦକ୍ଷେପ ନେବାକୁ ସମୟ ଗଡ଼ାଉଛି। ଏଭଳିସ୍ଥିତିରେ ମାମଲାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ଆସୁଥିବାରୁ ଚାରିଆଡ଼େ ଅଧିକ ଚର୍ଚ୍ଚା ଲାଗି ରହିଛି। ତେବେ ଆଜେକ୍ସଙ୍କ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌)କୁ ପୋଲିସ ଯାଞ୍ଚ କରିବାବେଳେ ସେ ମୃତ୍ୟୁ ପୂର୍ବରୁ ବାନ୍ଧବୀ ଜିଜ୍ଞାସାଙ୍କୁ ୯୭ ସେକେଣ୍ଡର ଶେଷ କଲ୍‌ କରି କଥା ହୋଇଥିବା ଜଣାପଡ଼ିଛି। ଶନିବାର ଅର୍ଥାତ୍‌ ୧୮ ତାରିଖ ସାରେ ବାନ୍ଧବୀଙ୍କୁ କଲ୍‌ କରି ଆଜେକ୍ସ ବାରମ୍ବାର ମନାଇବାକୁ ଚେଷ୍ଟା କରିଥିଲେ। ଜିଜ୍ଞାସାଙ୍କୁ ବୁଝାଇବା ସହ ସମ୍ପର୍କ ନ ଭାଙ୍ଗିବାକୁ ବାରମ୍ବାର ଉକ୍ତ କଲ୍‌ରେ ନିବେଦନ କରୁଥିଲେ। ହେଲେ ଜିଜ୍ଞାସା ତାଙ୍କ କଥା ରଖି ନ ଥିବାରୁ ଆଜେକ୍ସ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ବୋଲି ସୂଚନା ମିଳିଛି। ଏପରି କି ଏହାର କିଛି ସମୟ ପରେ ଜିଜ୍ଞାସା କରିଥିବା ଭିଡିଓ କଲ୍‌କୁ ମଧ୍ୟ ଆଜେକ୍ସ ରିସିଭ୍‌ କରିପାରି ନ ଥିଲେ। ତେଣୁ ଏହି ଭିଡିଓ କଲ୍‌ ପୂର୍ବରୁ ଆଜେକ୍ସଙ୍କ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ସେହିପରି ସେହି ସମୟରେ ନିଜ ଭଉଣୀ ଅନିଷାରାଣୀଙ୍କୁ ମଧ୍ୟ ସେ ହ୍ବାଟ୍ସଆପ୍‌ ଜରିଆରେ ଶେଷ ମେସେଜ୍‌ ପଠାଇଥିଲେ। ଏହି ମେସେଜ୍‌ରେ ତାଙ୍କ ମୋବାଇଲ୍‌ ଫୋନ୍‌ ପାସ୍‌ୱାର୍ଡ ସମେତ ବାଙ୍କ ଆକାଉଣ୍ଟ, ଫୋନ୍‌ପେ ଓ ଏଟିଏମ୍‌ ପାସ୍‌ୱାର୍ଡ ଆଦି ରହିଥିଲା। ମାନସିକ ଚାପରେ ଆଜେକ୍ସ ଏଭଳି ନିଷ୍ପତ୍ତି ନେଇଥିବା ଭଉଣୀ କହିଛନ୍ତି। ବାପା ଭଗବାନ କହିଛନ୍ତି, ଆମ ପାଖରେ ସେ ଝିଅ ସମ୍ବନ୍ଧରେ ବଳିଷ୍ଠ ପ୍ରମାଣ ରହିଛି। ତେଣୁ ପୋଲିସ କୋହଳ ମନୋଭାବ ପୋଷଣ କଲେ ଚଳିବ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ସାଇବର ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଖାରବେଳନଗର ଥାନାରେ ପହଞ୍ଚତ୍ ଆଜେକ୍ସଙ୍କ ଡିଜିଟାଲ ପ୍ରମାଣକୁ ଯାଞ୍ଚ କରିବା ସହ ନିଜ ହେପାଜତକୁ ନେଇ ଅଧିକ ଅନୁସନ୍ଧାନ କରୁଛି। ଏହି ଡିଜିଟାଲ ପ୍ରମାଣରେ ଆଜେକ୍ସଙ୍କ ମୋବାଇଲ, ଲାପଟପ୍‌ ଆଦି ରହିଛି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଆଜେକ୍ସଙ୍କ ପରିବାର ଲୋକ ଯାହା ଅଭିଯୋଗ କରିଛନ୍ତି, ତାହାକୁ ଆମେ ଅତି ଗୁରୁତ୍ୱର ସହ ନେଇଛୁ। ପ୍ରତ୍ୟେକ ଅଭିଯୋଗ ପଛରେ କ’ଣ ସତ ଅଛି, ତାହା ଜାଣିବାକୁ ଆମ ତଦନ୍ତ ଚାଲୁ ରହିଛି। ତଦନ୍ତରେ ଯାହା ପଦାକୁ ଆସିବ, ଆମେ ସେହି ଅନୁସାରେ ପଦକ୍ଷେପ ନେବୁ ବୋଲି ଡିସିପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri