୩ଦିନ ହେଲାଣି ଟ୍ରାଙ୍କୁଲାଇଜ୍‌ ସଫଳ ହେଉନି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚନ୍ଦକା ବନଖଣ୍ଡ ଅଞ୍ଚଳରେ ଉତ୍ପାତ କରୁଥିବା ତଥା ଜନବସତି ଆସି ଆତଙ୍କ ସୃଷ୍ଟି କରୁଥିବା ହାତୀଙ୍କ ଉପରେ ନଜର ରଖିବାକୁ ଲାଗିବ ରେଡିଓ କୋଲାର। ଏଥିପାଇଁ ବାଙ୍ଗାଲୋରସ୍ଥିତ ଏସିଆନ ଏଲିଫ୍ୟାଣ୍ଟ୍‌ ରିସର୍ଚ୍ଚ ସେଣ୍ଟରରୁ ୬ଜଣିଆ ବିଶେଷଜ୍ଞ ଟିମ୍‌ ମଧ୍ୟ ଆସିଛନ୍ତି। ଏଥିସହ କୋଲକାତାରୁ ମଧ୍ୟ ଜଣେ ବିଶେଷଜ୍ଞଙ୍କୁ ଡକାଯାଇଛି। ହାତୀ ବେକରେ ରେଡିଓ କୋଲାରିଂ ପାଇଁ ୩ ଦିନ ହେବ ଉଦ୍ୟମ ଚାଲିଥିଲେ ମଧ୍ୟ ବନ ବିଭାଗ ସଫଳ ହୋଇପାରୁନି। ପ୍ରଥମେ ବଡ଼ ଦନ୍ତା ହାତୀ ରାମୁକୁ ଟାର୍ଗେଟ କରାଯାଇଛି। ବୁଧବାରଠାରୁ ରାମୁ ପଛରେ ପଡ଼ିଛି ଟ୍ରାଙ୍କୁଲାଇଜ୍‌ ଟିମ୍‌। ଗୁରୁବାର ଟ୍ରାଙ୍କୁଲାଇଜ ପାଇଁ ୨ଥର ଫାୟାରିଂ ସତ୍ତ୍ୱେ ଲକ୍ଷ୍ୟ ଭ୍ରଷ୍ଟ ହୋଇଥିଲା। ତେବେ ବିଶ୍ୱସ୍ତ ସୂଚନା ଅନୁଯାୟୀ, ଦୁଇ ଦିନ ହେବ ଡ୍ରାଇଭିଂ ଟିମ୍‌ ଓ ଟ୍ରାଙ୍କୁଲାଇଜ ଟିମ୍‌ ପିଛା କରୁଥିବାରୁ ରାମ ମଧ୍ୟ ଆହୁରି ଆକ୍ରମଣାତ୍ମକ ହୋଇପଡିଛି। ଟ୍ରାଙ୍କୁଲାଇଜ୍‌ ଉଦ୍ୟମବେଳେ ଆକ୍ରମଣ କରିବାକୁ ଗୋଡାଇ ଆସୁଛି। ଶୁକ୍ରବାର ସକାଳେ ନନ୍ଦନକାନନରୁ ଯାଇଥିବା ଟିମ୍‌ ଆଡ଼କୁ ରାମୁ ପ୍ରାୟ ୫୦ ମିଟର ବାଟ ଗୋଡ଼େଇ ଆସିଥିଲା। ନିଆଁ ହୁଳା ଦେଖାଇବା ପରେ ରାମୁ ପଳାଇଥିଲା। ତେବେ ସନ୍ଧ୍ୟା ସାଢ଼େ ୫ଟାରେ ଡ୍ରାଇଭିଂ ଟିମ୍‌ ଭରତପୁର କୂଅ ସଉରା ଜଳାଶୟ ନିକଟ ଜଙ୍ଗଲ ଭିତରେ ରାମୁକୁ ଠାବ କରିଥିଲେ। ସେହି ସ୍ଥାନରେ ପ୍ରଥମେ ୩ ମିଲି ଲିଟର ମେଡ଼ିସିନାଲ ଟ୍ରାଙ୍କୁଲାଇଜର ମାଡ଼ କରିଥିଲେ। ପରେ ନନ୍ଦନକାନନ ଡାକ୍ତର ମଧ୍ୟ ଡବଲ ବ୍ୟାରେଲ ବାଲା ଗନ୍‌ରୁ ପ୍ରଥମେ ୫ ଓ ତା’ପରେ ୩ ଏମିତି ୮ ମିଲି ଲିଟର ମେଡ଼ିସିନ ମାଡ଼ କରିଥିଲେ। ହେଲେ ହାତୀ ସେଠାରୁ ଦୌଡ଼ି ଜଙ୍ଗଲ ଭିତରକୁ ପଳାଇଯାଇଥିଲା। ଅନ୍ଧାର ହୋଇଯିବାରୁ ଜଙ୍ଗଲ ଭିତରେ ରାମୁକୁ ଖୋଜିବା ଆଉ ସମ୍ଭବ ହୋଇ ନ ଥିଲା। କାରଣ ରାମୁଙ୍କ ସହ ଆଉଏକ ହାତୀ ଓ ମାଖନା ମଧ୍ୟ ରହୁଛନ୍ତି। ଏହାଛଡ଼ା ଏକ ୧୧ ଟିକିଆ ହାତୀ ପଲ ମଧ୍ୟ ଭରତପୁର ଜଙ୍ଗଲରେ ଏବେ ଅଛନ୍ତି। ତେଣୁ ରାତିରେ ହାତୀକୁ ଖୋଜିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବାରୁ ଶେଷରେ ଟ୍ରାଙ୍କୁଲାଇନ୍‌ କାର୍ଯ୍ୟକୁ ବନ୍ଦ ରଖି ଦୁଇ ଟିମ୍‌ ଫେରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri