କୁଆଖାଇରେ ବୃହତ୍‌ ଆନିକଟ ନିର୍ମାଣ ହେଉ

ଭୁବନେଶ୍ୱର, ୧୮।୫ (ବ୍ୟୁରୋ): ମିଳିତ ଜାତିସଂଘ ପକ୍ଷରୁ ୨୦୧୪-୧୫ରେ ହୋଇଥିବା ଏକ ଅଧ୍ୟୟନରୁ ଭୁବନେଶ୍ବର ଚତୁଃପାର୍ଶ୍ୱରେ ମରୁଭୂମିର ଆଭାସ ସ୍ପଷ୍ଟ ହେଉଛି। ଏଠାରେ ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ମାଟି ଉପରୁ ୫ରୁ ୬ଫୁଟ ତଳ ପର୍ଯ୍ୟନ୍ତ ଜଳୀୟ ଅଂଶ ଆଦୌ ନାହିଁ। ଫଳରେ ବିଭିନ୍ନ ଅଞ୍ଚଳରେ ଲାଗୁଥିବା ଛୋଟ ବୃକ୍ଷଲତା ନିରନ୍ତର ଜଳ ସିଞ୍ଚନ ନ ହେଲେ ବଞ୍ଚୁନାହିଁ। ଏହି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଏକ ବୃହତ ଜଳଭଣ୍ଡାରର ଆବଶ୍ୟକତା ରହିଛି। ତେଣୁ କୁଆଖାଇ ନଦୀରେ ବାଲିଅନ୍ତାଠାରେ ଏକ ବୃହତ୍‌ ଆନିକଟ ନିର୍ମାଣ କରିବା ପାଇଁ ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଦାବି କରାଯାଇଛି।
ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପରିଷଦ ସଭାପତି ପ୍ରଭାତ ଦାଶ କହିଛନ୍ତି, ନଦୀର ଧାରେ ଧାରେ ଦୃଢ ଭାବେ ସୁଉଚ୍ଚ ବନ୍ଧ ଓ ରାସ୍ତା ନିର୍ମାଣ କରାଯିବା ଆବଶ୍ୟକ। ଯେପରି କୂଆଖାଇର ଜଳସ୍ତର ଯଥେଷ୍ଟ ଉପରେ ରହିବ ଓ କୌଣସି ଅବସ୍ଥାରେ ବନ୍ଧର କ୍ଷତି ହେବନାହିଁ। ସେହିଭଳି ୩୦ ରୁ ୩୫ ଫୁଟ ପର୍ଯ୍ୟନ୍ତ ଖୋଳି ନଦୀର ଶଯ୍ୟାକୁ ଗଭୀର କରାଯିବା ଉଚିତ। ଏହାଦ୍ୱାରା ଯଥେଷ୍ଟ ଜଳ ସଂରକ୍ଷଣ କରାଯାଇ ପାରିବ ଓ ଭୁବନେଶର ନିକଟରେ ଏକ ବିରାଟ ଜଳଭଣ୍ଡାର ସୃଷ୍ଟି ହେବ। ନଦୀ ସମ୍ମୁଖ ରାସ୍ତା ମଧ୍ୟ ନିର୍ମାଣ କରାଯିବା ଫଳରେ ଏହା ନଦୀକୁ ସୁରକ୍ଷା ଦେବା ସହିତ ନଦୀର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବ। ତେବେ ପରିଷଦ ପକ୍ଷରୁ ଏ ସମ୍ପର୍କରେ ୨୦୧୦ରୁ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଦିଆଯାଉଥିଲେ ବି ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି ବୋଲି ସଭାପତି ଦାଶ କ୍ଷୋଭର ସହ କହିଛନ୍ତି।
ବାଲିଅନ୍ତାଠାରେ ଗୋଟିଏ ବ୍ୟାରେଜ ନ କରି କୁଶଭଦ୍ରା ଓ କୁଆଖାଇ ନଦୀରେ ୨ଟି ଆନିକଟ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଗୋଟିଏ ଆନିକଟରେ ପ୍ରାୟ ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ ଏବଂ ଏହାଦ୍ୱାରା କୁଆଖାଇ ନଦୀର ମୂଳ ଉତ୍ସ ପର୍ଯ୍ୟନ୍ତ ଜଳ ପରିପୂର୍ଣ୍ଣ ହୋଇ ରହିବ ବୋଲି କୁହାଯାଇଥିଲା। ମାତ୍ର ଏବେ ଉଭୟ ନଦୀରେ ଛୋଟ ଛୋଟ ଆନିକଟ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରତି ଚେକ୍‌ ଡ୍ୟାମ୍‌ ପିଛା ୧୦୦ ରୁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଆନିକଟ ପାଖରେ ଅତି ବେଶିରେ ୩ ମିଟର ପର୍ଯ୍ୟନ୍ତ ଜଳ ସଂରକ୍ଷଣ ହୋଇପାରିବ। ଏହାଦ୍ୱାରା ବିନା ବାଲି ବନ୍ଧରେ ପଳାଶୁଣି ଜଳ ବିଶୁଦ୍ଧୀକରଣ ଛଡା କୁଆଖାଇକୁ ନେଇ ଅନ୍ୟ ଆବଶ୍ୟକତା ପୂରଣ ନେଇ ସରକାରଙ୍କର କୌଣସି ଲକ୍ଷ୍ୟ ନ ଥିବା ସ୍ପଷ୍ଟ ହେଉଛି। ଛତିଶଗଡ ନିଜର ଦୃଢ ନିଷ୍ପତ୍ତି ଫଳରେ ୫୧୬ଟି ବୃହତ ଏବଂ ମଧ୍ୟମ ଧରଣର ଆନିକଟ କରିପାରି ଥିବାବେଳେ ଓଡିଶା ସରକାର କେବଳ ବାହାନାରେ ସମୟ ନଷ୍ଟ କରୁଛନ୍ତି। ସରକାର ତୁରନ୍ତ ଏ ଦିଗରେ କାର୍ଯ୍ୟ କରିବା ପାଇଁ ପରିଷଦ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri