ମାଟି ଅନୁକୂଳ, ବ୍ୟବସ୍ଥା ଦୁର୍ବଳ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ବଜାରରେ ଖାଇବା ତେଲର ଅହେତୁକ ଦରବୃଦ୍ଧି ଖାଉଟିଙ୍କୁ କଲବଲ କରୁଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ତୈଳବୀଜ ଚାଷ ଏବଂ ସେଥିରୁ ତେଲ ଉତ୍ପାଦନ ଆଶାନୁରୂପ ହୋଇ ନ ପାରିବାରୁ ଏଭଳି ସ୍ଥିତି ଉପୁଜିଛି। ଓଡ଼ିଶା କଥା ଦେଖିଲେ, ଦିନକୁ ଖାଇବା ତେଲର ଆବଶ୍ୟକତା ପ୍ରାୟ ୧୭୦୦ ମେଟ୍ରିକ ଟନ୍‌ । ତାହାର ପ୍ରାୟ ୯୦ ଭାଗ ବାହାରୁ ଭରଣା କରାଯାଉଛି। ଏଠି ପ୍ରଶ୍ନ ଉଠୁଛି ତୈଳବୀଜ ଚାଷ ପାଇଁ ଓଡ଼ିଶା ମାଟି ଅନୁକୂଳ ଥିବା ସତ୍ତ୍ୱେ ଚାଷୀମାନେ କାହିଁକି ଏଥିପ୍ରତି ଯଥେଷ୍ଟ ଆଗ୍ରହ ଦେଖାଉନାହାନ୍ତି ଏବଂ ରାଜ୍ୟରେ କାହିଁକି ଖାଇବା ତେଲ ଉତ୍ପାଦନ ଚାହିଦା ମୁତାବକ ହୋଇପାରୁନାହିଁ। ବିଶେଷଜ୍ଞଙ୍କ ମତରେ ଏହାର ପ୍ରମୁଖ କାରଣ ହେଉଛି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ନ ମିଳିବା ଏବଂ ସରକାରୀ ସ୍ତରରେ ତୈଳବୀଜ ଚାଷ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଉଦ୍ୟମ ନ ହେବା।

ରାଜ୍ୟରେ ଏବେ ବାର୍ଷିକ ୨ ଲକ୍ଷ ୭୨ ହଜାର ୪୦୦ ମେଟ୍ରିକ ଟନ୍‌ ତୈଳବୀଜ ଉପତ୍ାଦନ ହେଉଛି। ସେଥିରୁ ୮୧ ହଜାର ୭୨୦ ମେଟ୍ରିିକ ଟନ୍‌ ତେଲ ବାହାରିପାରିବ ବୋଲି କୃଷି ବିଭାଗରୁ ସୂଚନା ମିଳିଛି। ତେବେ ରାଜ୍ୟରେ ଭିତ୍ତିଭୂମି ନ ଥିବାରୁ ତେଲ ଉପତ୍ାଦନ ହେଉନାହିଁ। କହିବାକୁ ଗଲେ ଓଡ଼ିଶାରୁ ଧୀରେ ଧୀରେ ଖାଇବା ତେଲ ଉପତ୍ାଦନ ଉଭାନ ହେବାରେ ଲାଗିଛି। ଆଉ ଆଗଭଳି ଗାଁଗଣ୍ଡାରେ ଘଣାତେଲ ମିଳୁନାହିଁ। ଯଦି କେଉଁଠି କଁାଭାଁ ରହିଛି ତେବେ ତାହା ସବୁଦିନେ ଚଳାଇବା ସମ୍ଭବ ହେଉନାହିଁ। ସେହିପରି ଚାଷୀମାନେ ପୂର୍ବରୁ ସୋରିଷ, ବାଦାମ, ରାଶି, ସୂର୍ଯ୍ୟମୁଖୀ, ଅଳସି ମଞ୍ଜି ସ୍ଥାନୀୟ ବଜାରରେ ବିକ୍ରିି କରି ଭଲ ଦି’ପଇସା ପାଉଥିଲେ। ଏବେ ଏହି ଚାଷରୁ ସେମାନେ ମୁହଁ ଫେରାଇନେଇଛନ୍ତି। ଯାହା ବି ତୈଳବୀଜ ଉତ୍ପାଦନ ହେଉଛି ତାହା ଅନ୍ୟ ରାଜ୍ୟକୁ ବିକ୍ରି ହୋଇ ସେଠାରୁ ତେଲ ଓଡ଼ିଶାକୁ ଆସୁଛି। ରାଜ୍ୟରେ ଦୈନିକ ୧୫୦୦ରୁ ୧୭୦୦ ମେଟ୍ରିିକ ଟନ୍‌ ତେଲ ଆବଶ୍ୟକ ହେଉଛି। ମାତ୍ର ସରକାରୀ ପ୍ରୋତ୍ସାହନ ଓ ବଜାର ସୁବିଧା ମିଳୁ ନ ଥିବାରୁ ଲଘୁ ଉଦ୍ୟୋଗୀ ତେଲ ଉଦ୍ୟୋଗ କରିବାକୁ ଆଗ୍ରହ ଦେଖାଉନାହାନ୍ତି ।

କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ନୟାଗଡ଼, କେନ୍ଦୁଝର ଆଦି ଜିଲାରେ ଚିନାବାଦାମ ପ୍ରଚୁର ଉତ୍ପାଦନ ହେଉଥିଲା। ମାତ୍ର ଗତ ଦୁଇ ଦଶନ୍ଧି ମଧ୍ୟରେ ଏସବୁ ଜିଲାରେ ଉତ୍ପାଦନ ବହୁମାତ୍ରାରେ ହ୍ରାସ ପାଇଛି। ୨୦ଟି ଜିଲାରେ ଉତ୍ପାଦନ ହାର ତଳକୁ ତଳ ଖସି ଚାଲିଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟରେ ତୈଳବୀଜ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହା ଏକ ଅର୍ଥକରୀ ଫସଲ। ଚାଷୀଙ୍କ ଆୟ ବଢ଼ାଇବାରେ ସୂର୍ଯ୍ୟମୁଖୀ, ସୋରିଷ ଓ ଚିନାବାଦାମ ଭଳି ଫସଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ଅଧିକାଂଶ ଜିଲାରେ ଏହି ଚାଷ ପାଇଁ ମୃତ୍ତିକା ଓ ପାଗ ଅନୁକୂଳ ରହିଛି। ମାତ୍ର ଏବେ ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ଚାଷୀ ଏହି ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଉଦାହରଣ ଭାବେ ସୂର୍ଯ୍ୟମୁଖୀ ମଞ୍ଜି କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୬୦୧୫ ଟଙ୍କା ଥିବା ବେଳେ ଚାଷୀମାନେ ୩ ହଜାର ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି। ସରକାର କେବଳ ଧାନ ଉତ୍ପାଦନକୁ ଗୁରୁତ୍ୱ ଦେଉଥିବା ବେଳେ ତୈଳବୀଜ ଚାଷ ନଜର ଆଢୁଆଳରେ ରହିଯାଉଛି।

ଓଡ଼ିଶା ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟରେ ବାର୍ଷିକ ସାଢ଼େ ୫ ଲକ୍ଷ ଟନ୍‌ ତେଲର ଆବଶ୍ୟକତା ଥିବା ବେଳେ ତେଲ ଉପତ୍ାଦନ ଅତି ନଗଣ୍ୟ। ଚିନାବାଦାମ ଚାଷରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ଥିଲା। ଏବେ ରାଜ୍ୟରେ ଅଧା ଚାଷୀ ଚିନାବାଦାମ ଚାଷ କରୁନାହାନ୍ତି। ଯାହାକିିଛି ଉପତ୍ାଦନ ହେଉଛି ତାହା ରାଜସ୍ଥାନ, ଗୁଜରାଟକୁ ଚାଲିଯାଉଛି। ସୋୟାବିନ ତେଲ ଉତ୍ତରପ୍ରଦେଶ ଓ ଗୁଜରାଟରୁ ଆମଦାନୀ କରାଯାଉଛି। ସେହିପରି ପାମୋଲିନ, ସନ୍‌ଫ୍ଲାଓ୍ବାର(ସୂର୍ଯ୍ୟମୁଖୀ) ତେଲ ଅନ୍ୟ ଦେଶରୁ ଆମଦାନୀ ହେଉଛି। ଓଡ଼ିଶାରେ ବ୍ୟବସାୟିକ ଉପତ୍ାଦନ ଆଦୌ ନାହିଁ। ସରକାରୀ ସ୍ତରରେ ମଧ୍ୟ ସେପରି ଉଦ୍ୟମ ହେଉ ନାହିଁ। ଅନ୍ୟ ରାଜ୍ୟ ଓ ଦେଶ ଉପରେ ଓଡ଼ିଶାକୁ ନିର୍ଭର କରିବାକୁ ପଡୁଛି ।
କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ବର୍ତ୍ତମାନ ବଡ଼ ବଡ଼ କମ୍ପାନୀ ସହ ତାଳଦେଇ ଚାଲିବା ସମ୍ଭବ ହେଉ ନ ଥିବାରୁ ରାଜ୍ୟରେ ତେଲ ଉତ୍ପାଦନ ହୋଇପାରୁନାହିଁ। ସୋରିଷ ତେଲ କିଛିମାତ୍ରାରେ ଉତ୍ପାଦନ ହେଉଥିଲେ ମଧ୍ୟ ତାହା ମୂଲ୍ୟଯୁକ୍ତ ହୋଇପାରୁନାହିଁ। ପ୍ରଚାର ପ୍ରସାର ଅଭାବ ଯୋଗୁ ବଜାରରେ ତାହାର ଚାହିଦା ରହୁନାହିଁ।

ଘଣାତେଲ କରି ପରିବାର ଚଳାଉଥିବା କେନ୍ଦ୍ରାପଡ଼ା ଜିଲାର ଦୟାନିଧି ସାହୁ କହିଛନ୍ତି, ପୂର୍ବପୁରୁଷରୁ ଘଣା ସୋରିଷ ଓ ନଡ଼ିଆ ତେଲ କରି ଚଳି ଆସୁଥିବା ବେଳେ ଗତ ୫ ବର୍ଷ ହେବ ତେଲ ବାହାର କରିବା ସମ୍ଭବ ହେଉନାହିଁ। ଖର୍ଚ୍ଚ ଉଠୁ ନ ଥିବାରୁ ଘଣା ବନ୍ଦ ହୋଇଯାଇଛି। ସୋରିଷ ଉତ୍ପାଦନ କମିଯାଇଛି। ସୋରିଷ ସାଢ଼େ ତିନି କିଲୋ ପେଡ଼ା ହେଲେ ୧ ଲିଟର ତେଲ ବାହାରିବ। ସମସ୍ତ ଖର୍ଚ୍ଚକୁ ମିଶାଇଲେ ୧ ଲିଟର ସୋରିଷ ତେଲ ପାଇଁ ପ୍ରାୟ ୨୮୦ରୁ ୩୦୦ ଟଙ୍କା ଖର୍ଚ୍ଚ ହେଉଛି। ବଜାରରେ ବିଭିନ୍ନ ବ୍ରାଣ୍ଡର ତେଲ ୨୦୦ରୁ ୨୨୦ ଟଙ୍କାରେ ମିଳୁଥିବାରୁ ଘଣାତେଲ ଦୋକାନୀ ନେଉନାହାନ୍ତି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ସୂର୍ଯ୍ୟମୁଖୀ ଗବେଷଣା ପ୍ରକଳ୍ପର କୃଷିବିତ୍‌ ଡ. ଅନୀତା ମହାପାତ୍ର କହିଛନ୍ତି, ଚାଷୀମାନେ ସୂର୍ଯ୍ୟମୁଖୀ ଉତ୍ପାଦନ କରିବା ପରେ ତାହାକୁ କିଣିବାକୁ ବଜାର ସୁବିଧା ମିଳୁ ନାହିଁ। ସୂର୍ଯ୍ୟମୁଖୀ ପାଇଁ ରାଜ୍ୟର କୌଣସି ସ୍ଥାନରେ ଧାନ ଭଳି ମଣ୍ଡି ବ୍ୟବସ୍ଥା ନାହିଁ। ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ମିଳୁ ନାହିଁ। ଫଳରେ ଚାଷୀମାନେ କମ୍‌ ମୂଲ୍ୟରେ ବିକିବାକୁ ବାଧ୍ୟ ହେଉଛନ୍ତି। ଚାଷୀ କ୍ଷତି ସହୁଥିବାରୁ ଏଥିପ୍ରତି ଆଗ୍ରହ ବଢୁ ନାହିଁ। ଏଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri