ମାଟି ଅନୁକୂଳ, ବ୍ୟବସ୍ଥା ଦୁର୍ବଳ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ବଜାରରେ ଖାଇବା ତେଲର ଅହେତୁକ ଦରବୃଦ୍ଧି ଖାଉଟିଙ୍କୁ କଲବଲ କରୁଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ତୈଳବୀଜ ଚାଷ ଏବଂ ସେଥିରୁ ତେଲ ଉତ୍ପାଦନ ଆଶାନୁରୂପ ହୋଇ ନ ପାରିବାରୁ ଏଭଳି ସ୍ଥିତି ଉପୁଜିଛି। ଓଡ଼ିଶା କଥା ଦେଖିଲେ, ଦିନକୁ ଖାଇବା ତେଲର ଆବଶ୍ୟକତା ପ୍ରାୟ ୧୭୦୦ ମେଟ୍ରିକ ଟନ୍‌ । ତାହାର ପ୍ରାୟ ୯୦ ଭାଗ ବାହାରୁ ଭରଣା କରାଯାଉଛି। ଏଠି ପ୍ରଶ୍ନ ଉଠୁଛି ତୈଳବୀଜ ଚାଷ ପାଇଁ ଓଡ଼ିଶା ମାଟି ଅନୁକୂଳ ଥିବା ସତ୍ତ୍ୱେ ଚାଷୀମାନେ କାହିଁକି ଏଥିପ୍ରତି ଯଥେଷ୍ଟ ଆଗ୍ରହ ଦେଖାଉନାହାନ୍ତି ଏବଂ ରାଜ୍ୟରେ କାହିଁକି ଖାଇବା ତେଲ ଉତ୍ପାଦନ ଚାହିଦା ମୁତାବକ ହୋଇପାରୁନାହିଁ। ବିଶେଷଜ୍ଞଙ୍କ ମତରେ ଏହାର ପ୍ରମୁଖ କାରଣ ହେଉଛି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ନ ମିଳିବା ଏବଂ ସରକାରୀ ସ୍ତରରେ ତୈଳବୀଜ ଚାଷ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଉଦ୍ୟମ ନ ହେବା।

ରାଜ୍ୟରେ ଏବେ ବାର୍ଷିକ ୨ ଲକ୍ଷ ୭୨ ହଜାର ୪୦୦ ମେଟ୍ରିକ ଟନ୍‌ ତୈଳବୀଜ ଉପତ୍ାଦନ ହେଉଛି। ସେଥିରୁ ୮୧ ହଜାର ୭୨୦ ମେଟ୍ରିିକ ଟନ୍‌ ତେଲ ବାହାରିପାରିବ ବୋଲି କୃଷି ବିଭାଗରୁ ସୂଚନା ମିଳିଛି। ତେବେ ରାଜ୍ୟରେ ଭିତ୍ତିଭୂମି ନ ଥିବାରୁ ତେଲ ଉପତ୍ାଦନ ହେଉନାହିଁ। କହିବାକୁ ଗଲେ ଓଡ଼ିଶାରୁ ଧୀରେ ଧୀରେ ଖାଇବା ତେଲ ଉପତ୍ାଦନ ଉଭାନ ହେବାରେ ଲାଗିଛି। ଆଉ ଆଗଭଳି ଗାଁଗଣ୍ଡାରେ ଘଣାତେଲ ମିଳୁନାହିଁ। ଯଦି କେଉଁଠି କଁାଭାଁ ରହିଛି ତେବେ ତାହା ସବୁଦିନେ ଚଳାଇବା ସମ୍ଭବ ହେଉନାହିଁ। ସେହିପରି ଚାଷୀମାନେ ପୂର୍ବରୁ ସୋରିଷ, ବାଦାମ, ରାଶି, ସୂର୍ଯ୍ୟମୁଖୀ, ଅଳସି ମଞ୍ଜି ସ୍ଥାନୀୟ ବଜାରରେ ବିକ୍ରିି କରି ଭଲ ଦି’ପଇସା ପାଉଥିଲେ। ଏବେ ଏହି ଚାଷରୁ ସେମାନେ ମୁହଁ ଫେରାଇନେଇଛନ୍ତି। ଯାହା ବି ତୈଳବୀଜ ଉତ୍ପାଦନ ହେଉଛି ତାହା ଅନ୍ୟ ରାଜ୍ୟକୁ ବିକ୍ରି ହୋଇ ସେଠାରୁ ତେଲ ଓଡ଼ିଶାକୁ ଆସୁଛି। ରାଜ୍ୟରେ ଦୈନିକ ୧୫୦୦ରୁ ୧୭୦୦ ମେଟ୍ରିିକ ଟନ୍‌ ତେଲ ଆବଶ୍ୟକ ହେଉଛି। ମାତ୍ର ସରକାରୀ ପ୍ରୋତ୍ସାହନ ଓ ବଜାର ସୁବିଧା ମିଳୁ ନ ଥିବାରୁ ଲଘୁ ଉଦ୍ୟୋଗୀ ତେଲ ଉଦ୍ୟୋଗ କରିବାକୁ ଆଗ୍ରହ ଦେଖାଉନାହାନ୍ତି ।

କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ନୟାଗଡ଼, କେନ୍ଦୁଝର ଆଦି ଜିଲାରେ ଚିନାବାଦାମ ପ୍ରଚୁର ଉତ୍ପାଦନ ହେଉଥିଲା। ମାତ୍ର ଗତ ଦୁଇ ଦଶନ୍ଧି ମଧ୍ୟରେ ଏସବୁ ଜିଲାରେ ଉତ୍ପାଦନ ବହୁମାତ୍ରାରେ ହ୍ରାସ ପାଇଛି। ୨୦ଟି ଜିଲାରେ ଉତ୍ପାଦନ ହାର ତଳକୁ ତଳ ଖସି ଚାଲିଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟରେ ତୈଳବୀଜ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହା ଏକ ଅର୍ଥକରୀ ଫସଲ। ଚାଷୀଙ୍କ ଆୟ ବଢ଼ାଇବାରେ ସୂର୍ଯ୍ୟମୁଖୀ, ସୋରିଷ ଓ ଚିନାବାଦାମ ଭଳି ଫସଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ଅଧିକାଂଶ ଜିଲାରେ ଏହି ଚାଷ ପାଇଁ ମୃତ୍ତିକା ଓ ପାଗ ଅନୁକୂଳ ରହିଛି। ମାତ୍ର ଏବେ ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ଚାଷୀ ଏହି ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଉଦାହରଣ ଭାବେ ସୂର୍ଯ୍ୟମୁଖୀ ମଞ୍ଜି କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୬୦୧୫ ଟଙ୍କା ଥିବା ବେଳେ ଚାଷୀମାନେ ୩ ହଜାର ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି। ସରକାର କେବଳ ଧାନ ଉତ୍ପାଦନକୁ ଗୁରୁତ୍ୱ ଦେଉଥିବା ବେଳେ ତୈଳବୀଜ ଚାଷ ନଜର ଆଢୁଆଳରେ ରହିଯାଉଛି।

ଓଡ଼ିଶା ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟରେ ବାର୍ଷିକ ସାଢ଼େ ୫ ଲକ୍ଷ ଟନ୍‌ ତେଲର ଆବଶ୍ୟକତା ଥିବା ବେଳେ ତେଲ ଉପତ୍ାଦନ ଅତି ନଗଣ୍ୟ। ଚିନାବାଦାମ ଚାଷରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ଥିଲା। ଏବେ ରାଜ୍ୟରେ ଅଧା ଚାଷୀ ଚିନାବାଦାମ ଚାଷ କରୁନାହାନ୍ତି। ଯାହାକିିଛି ଉପତ୍ାଦନ ହେଉଛି ତାହା ରାଜସ୍ଥାନ, ଗୁଜରାଟକୁ ଚାଲିଯାଉଛି। ସୋୟାବିନ ତେଲ ଉତ୍ତରପ୍ରଦେଶ ଓ ଗୁଜରାଟରୁ ଆମଦାନୀ କରାଯାଉଛି। ସେହିପରି ପାମୋଲିନ, ସନ୍‌ଫ୍ଲାଓ୍ବାର(ସୂର୍ଯ୍ୟମୁଖୀ) ତେଲ ଅନ୍ୟ ଦେଶରୁ ଆମଦାନୀ ହେଉଛି। ଓଡ଼ିଶାରେ ବ୍ୟବସାୟିକ ଉପତ୍ାଦନ ଆଦୌ ନାହିଁ। ସରକାରୀ ସ୍ତରରେ ମଧ୍ୟ ସେପରି ଉଦ୍ୟମ ହେଉ ନାହିଁ। ଅନ୍ୟ ରାଜ୍ୟ ଓ ଦେଶ ଉପରେ ଓଡ଼ିଶାକୁ ନିର୍ଭର କରିବାକୁ ପଡୁଛି ।
କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ବର୍ତ୍ତମାନ ବଡ଼ ବଡ଼ କମ୍ପାନୀ ସହ ତାଳଦେଇ ଚାଲିବା ସମ୍ଭବ ହେଉ ନ ଥିବାରୁ ରାଜ୍ୟରେ ତେଲ ଉତ୍ପାଦନ ହୋଇପାରୁନାହିଁ। ସୋରିଷ ତେଲ କିଛିମାତ୍ରାରେ ଉତ୍ପାଦନ ହେଉଥିଲେ ମଧ୍ୟ ତାହା ମୂଲ୍ୟଯୁକ୍ତ ହୋଇପାରୁନାହିଁ। ପ୍ରଚାର ପ୍ରସାର ଅଭାବ ଯୋଗୁ ବଜାରରେ ତାହାର ଚାହିଦା ରହୁନାହିଁ।

ଘଣାତେଲ କରି ପରିବାର ଚଳାଉଥିବା କେନ୍ଦ୍ରାପଡ଼ା ଜିଲାର ଦୟାନିଧି ସାହୁ କହିଛନ୍ତି, ପୂର୍ବପୁରୁଷରୁ ଘଣା ସୋରିଷ ଓ ନଡ଼ିଆ ତେଲ କରି ଚଳି ଆସୁଥିବା ବେଳେ ଗତ ୫ ବର୍ଷ ହେବ ତେଲ ବାହାର କରିବା ସମ୍ଭବ ହେଉନାହିଁ। ଖର୍ଚ୍ଚ ଉଠୁ ନ ଥିବାରୁ ଘଣା ବନ୍ଦ ହୋଇଯାଇଛି। ସୋରିଷ ଉତ୍ପାଦନ କମିଯାଇଛି। ସୋରିଷ ସାଢ଼େ ତିନି କିଲୋ ପେଡ଼ା ହେଲେ ୧ ଲିଟର ତେଲ ବାହାରିବ। ସମସ୍ତ ଖର୍ଚ୍ଚକୁ ମିଶାଇଲେ ୧ ଲିଟର ସୋରିଷ ତେଲ ପାଇଁ ପ୍ରାୟ ୨୮୦ରୁ ୩୦୦ ଟଙ୍କା ଖର୍ଚ୍ଚ ହେଉଛି। ବଜାରରେ ବିଭିନ୍ନ ବ୍ରାଣ୍ଡର ତେଲ ୨୦୦ରୁ ୨୨୦ ଟଙ୍କାରେ ମିଳୁଥିବାରୁ ଘଣାତେଲ ଦୋକାନୀ ନେଉନାହାନ୍ତି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ସୂର୍ଯ୍ୟମୁଖୀ ଗବେଷଣା ପ୍ରକଳ୍ପର କୃଷିବିତ୍‌ ଡ. ଅନୀତା ମହାପାତ୍ର କହିଛନ୍ତି, ଚାଷୀମାନେ ସୂର୍ଯ୍ୟମୁଖୀ ଉତ୍ପାଦନ କରିବା ପରେ ତାହାକୁ କିଣିବାକୁ ବଜାର ସୁବିଧା ମିଳୁ ନାହିଁ। ସୂର୍ଯ୍ୟମୁଖୀ ପାଇଁ ରାଜ୍ୟର କୌଣସି ସ୍ଥାନରେ ଧାନ ଭଳି ମଣ୍ଡି ବ୍ୟବସ୍ଥା ନାହିଁ। ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ମିଳୁ ନାହିଁ। ଫଳରେ ଚାଷୀମାନେ କମ୍‌ ମୂଲ୍ୟରେ ବିକିବାକୁ ବାଧ୍ୟ ହେଉଛନ୍ତି। ଚାଷୀ କ୍ଷତି ସହୁଥିବାରୁ ଏଥିପ୍ରତି ଆଗ୍ରହ ବଢୁ ନାହିଁ। ଏଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?