ବିବାହିତ ମହେଶ ଭୂପତିଙ୍କୁ ଭଲପାଇ ବସିଥିଲେ ଏହି ବିଶ୍ୱ ସୁନ୍ଦରୀ, ପରେ ଘଟିଥିଲା…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତାଙ୍କ ଆଜି ହାପି ବର୍ଥ ଡେ’। ୧୯୭୮ ମସିହା ଏପ୍ରିଲ ୧୬ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମ ଗ୍ରହଣ କରିଥିଲେ ଏହି ସୁନ୍ଦରୀ। ଲାରାଙ୍କ ବାପା ଏଲ୍‌କେ ଦତ୍ତା ଜଣେ ପଞ୍ଜାବୀ ହୋଇଥିବା ବେଳେ ମା’ ଜେନିଫର ଦତ୍ତା ଆଗ୍ଲୋ ଇଣ୍ଡିଆନ। ୧୯୮୧ରେ ତାଙ୍କ ପରିବାର ଗାଜିଆବାଦରୁ ବାଙ୍ଗାଲୋର ଚାଲିଆସିଥିଲେ। ଏହାପରେ ଲାରା ଏଠାରେ ପାଠପଢ଼ା ଶେଷ କରିଥିଲେ। ସେ ଅର୍ଥଶାସ୍ତ୍ରରେ ଗ୍ରାଜୁଏଟ୍‌।

୨୦୦୩ରେ ଫିଲ୍ମ ‘ଅନ୍ଦାଜ’ରୁ ବଲିଉଡ୍‌ ଡେବ୍ୟୁ କରିଥିଲେ ଲାରା। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପରେ ସେ ‘ମସ୍ତି, ଖାକି, ନୋ ଏଣ୍ଟ୍ରି, ଭାଗମ୍‌ ଭାଗ, ପାର୍ଟନର, ହାଉସ୍‌ଫୁଲ,ଡନ୍‌ ’ଭଳି ଫିଲ୍ମରେ ସେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେଲବଟମ୍‌’ରେ ନଜର ଆସିବେ।

ଲାରା ଅଭିନୟଜଗତକୁ ଆସିବା ପୂର୍ବରୁ ୨୦୦୦ରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ବିଶ୍ୱସୁନ୍ଦରୀ ମଧ୍ୟ ହୋଇଥିଲେ। ପୂର୍ବରୁ ତାଙ୍କୁ ମିସ୍‌ ଇଣ୍ଟରକଣ୍ଟିନେଣ୍ଟାଲ ଭାବେ ଚୟନ କରାଯାଇଥିଲା।

ବ୍ୟକ୍ତିଗତ ଜୀବନ ଦେଖିଲେ ୨୦୧୧ ଫେବୃୟାରୀ ୧୬ରେ ଟେନିସ ଖେଳାଳି ମହେଶ ଭୂପତିଙ୍କ ହାତ ଧରିଛନ୍ତି ସେ। ଉଭୟ ଏକ ବିଜିନେସ୍‌ ମିଟିଂ ସମୟରେ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ଲାରାଙ୍କୁ ମହେଶଙ୍କ ସରଳତା ପସନ୍ଦ ଆସିଥିଲା। ଶୀଘ୍ର ସେମାନେ ବନ୍ଧୁ ଏବଂ ଶେଷରେ ପ୍ରେମରେ ପଡ଼ିଯାଇଥିଲେ। ମହେଶ ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେମାନେ ପରସ୍ପରକୁ ଡେଟ୍‌ କରୁଥିଲେ। ମଡେଲ ଶ୍ୱେତା ଜୟଶଙ୍କରଙ୍କୁ ବିବାହ କରିଥିଲେ ମହେଶ। ଲାରାଙ୍କ ଯୋଗୁ ଉଭୟଙ୍କ ସମ୍ପର୍କ ତୁଟିଥିଲା। ସେମାନେ ଅଲଗା ହୋଇଯାଇଥିଲେ। ୨୦୧୧ ଭ୍ୟାଲେଣ୍ଟାଇନ୍‌ ଡେ’ର ଦୁଇ ଦିନ ପରେ ଅର୍ଥାତ ୧୬ ଫେବୃୟାରୀରେ ଲାରା-ମହେଶ ମୁମ୍ବାଇର ବାନ୍ଦ୍ରାରେ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ଉଭୟଙ୍କ ଝିଅ(ସାଏରା) ଜନ୍ମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ୍‌ ମାମଲା କଲେ, ହେଲେ ମୁଁ ସିଧା ଚାପୁଡ଼ା ମାରିବି: ମିକା

ବମ୍ବେ: ଅଭିନେତା ତଥା ସ୍ବଘୋଷିତ ଫିଲ୍ମ ସମୀକ୍ଷକ କମାଲ ରଶିଦ ଖାନ୍‌(କେଆର୍‌କେ) ବିବାଦକୁ ନେଇ ଏବେ ଚର୍ଚ୍ଚାରେ। ସଲମାନ୍‌ ଖାନ୍‌ ତାଙ୍କ ଉପରେ ମାନହାନି ମାମଲା...

ଆଡଲ୍ଟ ଚରିତ୍ରରେ ଅଭିନୟ କରି ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ ବିଦ୍ୟା

ମୁମ୍ବାଇ: ବର୍ଷ ଆରମ୍ଭରେ ଜନ୍ମଦିନ ପାଳନ କରିଛନ୍ତି ବଲିଉଡର ଡାର୍ଟି ଗର୍ଲ ବିଦ୍ୟା ବଲାନ । ୪୩ ବର୍ଷରେ ପାଦ ଦେଇଥିବା ବିଦ୍ୟା ଡାର୍ଟି ପିକଚର,...

ତୁମ ଫୋନ୍‌ ନଂକୁ ଅପେକ୍ଷା କରି କରି ବାହା ହୋଇଗଲି: କପିଲ

ବମ୍ବେ: କପିଲ ଶର୍ମାଙ୍କ ଉପରେ ରାଗିଲେ ସନି ଲିଓନି। ସେ ବି ଫୋନ୍‌ କରୁ ନାହାନ୍ତି ବୋଲି। କିଛି ଏଭଳି ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ।...

ଏବେ ଆକ୍ସନ ଫିଲ୍ମ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ କିଛି ଦିନ ହେବ ତାଙ୍କ ପ୍ରଶଂସକଙ୍କଠାରୁ ଦୂରେଇ ରହିଥିଲେ। ଏହାର କାରଣ ବି ଥିଲା। କାରଣ ହେଉଛି ତାଙ୍କ...

ବିବାହର ଚାରି ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି କହିଲେ…

ବମ୍ବେ: ଚାରି ବର୍ଷର ବିବାହ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ କୀର୍ତ୍ତି କୁଲ୍ହାରୀ। ସୋସିଆଲ ମିଡିଆରେ ଲମ୍ବା ଚଉଡ଼ା ପୋଷ୍ଟ କରି ସେ ଏ...

ମନ୍ଦିରାଙ୍କ ଫିଟ୍‌ର ରାଜ୍‌

ଫ୍ୟାଶନ ଡିଜାଇନର ତଥା ଅଭିନେତ୍ରୀ ମନ୍ଦିରା ବେଦୀ ୪୭ ବର୍ଷ ବୟସରେ ପୂରା ଫିଟ୍‌ ଲାଗୁଛନ୍ତି। ଜଣେ ଉପସ୍ଥାପିକା ଭାବେ ବି ବେଶ୍‌ ସକ୍ରିୟ ଜଣାପଡନ୍ତି।...

ଦ ଲାୟନ କିଙ୍ଗ୍‌: ପୁଅ ଆର୍ଯ୍ୟନ୍‌ଙ୍କ ପାଇଁ ଶାହରୁଖ୍‌ଙ୍କୁ ୨ ଥର କରିବାକୁ ପଡ଼ିଲା ଡବିଂ

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍‌ ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର...

‘ସ୍କ୍ରୁ ଢିଲା’ରେ ଟାଇଗର୍‌ଙ୍କ ଜବରଦସ୍ତ ଆକ୍ସନ

ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି। ଆଗାମୀ ଫିଲ୍ମକୁ ନେଇ ସର୍ବଦା ସସ୍ପେନ୍ସ ରଖିଆସୁଥିବା କରଣ ଜୋହର ଶେଷରେ ସୋମବାର ଏକ ଭିଡିଓ ଜରିଆରେ ଆଗାମୀ ଫିଲ୍ମର...

Advertisement
Archives

Model This Week