ବିବାହିତ ମହେଶ ଭୂପତିଙ୍କୁ ଭଲପାଇ ବସିଥିଲେ ଏହି ବିଶ୍ୱ ସୁନ୍ଦରୀ, ପରେ ଘଟିଥିଲା…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତାଙ୍କ ଆଜି ହାପି ବର୍ଥ ଡେ’। ୧୯୭୮ ମସିହା ଏପ୍ରିଲ ୧୬ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମ ଗ୍ରହଣ କରିଥିଲେ ଏହି ସୁନ୍ଦରୀ। ଲାରାଙ୍କ ବାପା ଏଲ୍‌କେ ଦତ୍ତା ଜଣେ ପଞ୍ଜାବୀ ହୋଇଥିବା ବେଳେ ମା’ ଜେନିଫର ଦତ୍ତା ଆଗ୍ଲୋ ଇଣ୍ଡିଆନ। ୧୯୮୧ରେ ତାଙ୍କ ପରିବାର ଗାଜିଆବାଦରୁ ବାଙ୍ଗାଲୋର ଚାଲିଆସିଥିଲେ। ଏହାପରେ ଲାରା ଏଠାରେ ପାଠପଢ଼ା ଶେଷ କରିଥିଲେ। ସେ ଅର୍ଥଶାସ୍ତ୍ରରେ ଗ୍ରାଜୁଏଟ୍‌।

୨୦୦୩ରେ ଫିଲ୍ମ ‘ଅନ୍ଦାଜ’ରୁ ବଲିଉଡ୍‌ ଡେବ୍ୟୁ କରିଥିଲେ ଲାରା। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପରେ ସେ ‘ମସ୍ତି, ଖାକି, ନୋ ଏଣ୍ଟ୍ରି, ଭାଗମ୍‌ ଭାଗ, ପାର୍ଟନର, ହାଉସ୍‌ଫୁଲ,ଡନ୍‌ ’ଭଳି ଫିଲ୍ମରେ ସେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେଲବଟମ୍‌’ରେ ନଜର ଆସିବେ।

ଲାରା ଅଭିନୟଜଗତକୁ ଆସିବା ପୂର୍ବରୁ ୨୦୦୦ରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ବିଶ୍ୱସୁନ୍ଦରୀ ମଧ୍ୟ ହୋଇଥିଲେ। ପୂର୍ବରୁ ତାଙ୍କୁ ମିସ୍‌ ଇଣ୍ଟରକଣ୍ଟିନେଣ୍ଟାଲ ଭାବେ ଚୟନ କରାଯାଇଥିଲା।

ବ୍ୟକ୍ତିଗତ ଜୀବନ ଦେଖିଲେ ୨୦୧୧ ଫେବୃୟାରୀ ୧୬ରେ ଟେନିସ ଖେଳାଳି ମହେଶ ଭୂପତିଙ୍କ ହାତ ଧରିଛନ୍ତି ସେ। ଉଭୟ ଏକ ବିଜିନେସ୍‌ ମିଟିଂ ସମୟରେ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ଲାରାଙ୍କୁ ମହେଶଙ୍କ ସରଳତା ପସନ୍ଦ ଆସିଥିଲା। ଶୀଘ୍ର ସେମାନେ ବନ୍ଧୁ ଏବଂ ଶେଷରେ ପ୍ରେମରେ ପଡ଼ିଯାଇଥିଲେ। ମହେଶ ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେମାନେ ପରସ୍ପରକୁ ଡେଟ୍‌ କରୁଥିଲେ। ମଡେଲ ଶ୍ୱେତା ଜୟଶଙ୍କରଙ୍କୁ ବିବାହ କରିଥିଲେ ମହେଶ। ଲାରାଙ୍କ ଯୋଗୁ ଉଭୟଙ୍କ ସମ୍ପର୍କ ତୁଟିଥିଲା। ସେମାନେ ଅଲଗା ହୋଇଯାଇଥିଲେ। ୨୦୧୧ ଭ୍ୟାଲେଣ୍ଟାଇନ୍‌ ଡେ’ର ଦୁଇ ଦିନ ପରେ ଅର୍ଥାତ ୧୬ ଫେବୃୟାରୀରେ ଲାରା-ମହେଶ ମୁମ୍ବାଇର ବାନ୍ଦ୍ରାରେ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ଉଭୟଙ୍କ ଝିଅ(ସାଏରା) ଜନ୍ମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri