Posted inUncategorized

କ୍ୟାଚ୍‌ ଧରୁ ଧରୁ ଦାନ୍ତ ଭାଙ୍ଗିଲା

କଲମ୍ବୋ,୯।୧୨: ଲଙ୍କା ପ୍ରିମିୟର ଲିଗରେ ଅନ୍ତର୍ଜାତୀୟ ଖେଳାଳି କରୁଣାରତ୍ନେ ଆଘାତର ଶିକାର ହୋଇଛନ୍ତି। ଲିଗର ଚତୁର୍ଥ ରାଉଣ୍ଡରେ କ୍ୟାଣ୍ଡି ଫାଲକନ୍ସ ପକ୍ଷରୁ ଖେଳୁଥିବା ଚାମିକା କରୁଣାରତ୍ନେ ଏକ କ୍ୟାଚ୍‌ ଧରୁଥିବାବେଳେ ତାଙ୍କ ଦାନ୍ତ ଭାଙ୍ଗିଯାଇଛି।
ସେ ଗାଲ ଗ୍ଲାଡିଏଟର୍ସଙ୍କ ବିପକ୍ଷରେ ଖେଳୁଥିବାବେଳେ ଏହି ଘଟଣା ଘଟିଥିଲା। ଗ୍ଲାଡିଏଟର ଇନିଂସର ଚତୁର୍ଥ ଓଭରରେ ନୁୱାନିନ୍ଦ ଫର୍ନାଣ୍ଡୋଙ୍କ ଏକ ଶର୍ଟରେ କ୍ୟାଚ୍‌ ଧରୁଥିବାବେଳେ ତାଙ୍କ ଦାନ୍ତରେ ବଲ୍‌ ବାଜିଥିଲା। ଏହାପରେ ତାଙ୍କ ପାଟିରୁ ରକ୍ତ ବାହାରିଥିଲା। ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି। କ୍ୟାଣ୍ଡି ଫାଲକନ୍ସ ଟିମ୍‌ ଏହି ମ୍ୟାଚକୁ ପାଞ୍ଚ ଉଇକେଟରେ ଜିତିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ପ୍ରସ୍ତୁତି : ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ

ଭୁବନେଶ୍ୱର, ୨୧।୭: ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri