Posted inUncategorized

କ୍ୟାଚ୍‌ ଧରୁ ଧରୁ ଦାନ୍ତ ଭାଙ୍ଗିଲା

କଲମ୍ବୋ,୯।୧୨: ଲଙ୍କା ପ୍ରିମିୟର ଲିଗରେ ଅନ୍ତର୍ଜାତୀୟ ଖେଳାଳି କରୁଣାରତ୍ନେ ଆଘାତର ଶିକାର ହୋଇଛନ୍ତି। ଲିଗର ଚତୁର୍ଥ ରାଉଣ୍ଡରେ କ୍ୟାଣ୍ଡି ଫାଲକନ୍ସ ପକ୍ଷରୁ ଖେଳୁଥିବା ଚାମିକା କରୁଣାରତ୍ନେ ଏକ କ୍ୟାଚ୍‌ ଧରୁଥିବାବେଳେ ତାଙ୍କ ଦାନ୍ତ ଭାଙ୍ଗିଯାଇଛି।
ସେ ଗାଲ ଗ୍ଲାଡିଏଟର୍ସଙ୍କ ବିପକ୍ଷରେ ଖେଳୁଥିବାବେଳେ ଏହି ଘଟଣା ଘଟିଥିଲା। ଗ୍ଲାଡିଏଟର ଇନିଂସର ଚତୁର୍ଥ ଓଭରରେ ନୁୱାନିନ୍ଦ ଫର୍ନାଣ୍ଡୋଙ୍କ ଏକ ଶର୍ଟରେ କ୍ୟାଚ୍‌ ଧରୁଥିବାବେଳେ ତାଙ୍କ ଦାନ୍ତରେ ବଲ୍‌ ବାଜିଥିଲା। ଏହାପରେ ତାଙ୍କ ପାଟିରୁ ରକ୍ତ ବାହାରିଥିଲା। ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି। କ୍ୟାଣ୍ଡି ଫାଲକନ୍ସ ଟିମ୍‌ ଏହି ମ୍ୟାଚକୁ ପାଞ୍ଚ ଉଇକେଟରେ ଜିତିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷକ ସାଜୁଛି ଭକ୍ଷକ

ହାତୀ ଏକ ଐତିହ୍ୟ ପ୍ରାଣୀ। ଏହାର ସୁରକ୍ଷା ଜରୁରୀ। ନଚେତ୍‌ ଯେଉଁଭଳି ଭାବେ ହାତୀ ଶିକାର ଏବଂ ମୃତ୍ୟୁ ବଢ଼ିଚାଲିଛି, ଆଗାମୀ ଦଶନ୍ଧିରେ ଏମାନଙ୍କୁ ଆଉ...

୭୧ ବର୍ଷୀୟ ପ୍ରଯୋଜକଙ୍କ ହାତ ଧରିଥିଲେ ୩୬ ବର୍ଷୀୟ ପ୍ରସିଦ୍ଧ ଗାୟିକା: ଏବେ ସ୍ବାମୀଙ୍କ ଷଷ୍ଠ, ନିଜର ପ୍ରଥମ ସନ୍ତାନକୁ ନେଇ ଚର୍ଚ୍ଚାରେ

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା କ୍ୟାଥରିନ ମ୍ୟାକଫି ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୬ ବର୍ଷର । କ୍ୟାଥରିନ ଏବଂ ୭୧ ବର୍ଷର...

ଜୀବନ ଯୁଦ୍ଧରେ ହାରିଗଲେ ରଣଜିତ୍‌

ତାଙ୍କ ସଂଳାପ ଚଳଚ୍ଚିତ୍ର ଜଗତକୁ ଦେଉଥିଲା ଶକ୍ତି, ତାଙ୍କ ନିର୍ଦ୍ଦେଶନା ନାଟ୍ୟ ମଞ୍ଚରେ ଭରୁଥିଲା ରୋମାଞ୍ଚ, ତାଙ୍କ ଅଭିନୟ ଥିଲା ତା’ଠୁ ଜୀବନ୍ତ। ହେଲେ ଚଳଚ୍ଚିତ୍ର,...

୧ କ୍ୱିଣ୍ଟାଲ ନକଲି ପନିର୍‌ ଜବତ

କଟକ ଅଫିସ୍‌,୩୦।୧୨: ନକଲି ମସଲା, ଘିଅ, ହଳଦୀ ପରେ ଏବେ ଜବତ ହୋଇଛି ୧ କ୍ୱିଣ୍ଟାଲ ନକଲି ପନିର୍‌। କଟକର ଚାଉଳିଆଗଞ୍ଜ ପୋଲିସ ଏବଂ ସିଏମସି...

ପ୍ରଥମ ଦରମା ଟଙ୍କା ଖର୍ଚ୍ଚକୁ ନେଇ ଚିନ୍ତିତ କି…

ଭବିଷ୍ୟତ ପାଇଁ ପ୍ରତ୍ୟେକଙ୍କୁ ଚାକିରୀ ଟିଏ ନିତ୍ୟାନ୍ତ ଆବଶ୍ୟକ। ତେବେ ଚାକିର ପ୍ରଥମ ଦରମା ଯେତିକି ଖୁସି ଦେଇଥାଏ, ତାହାକୁ ଖର୍ଚ୍ଚ କରିବା ପାଇଁ ମଧ୍ୟ...

୮୦ ବର୍ଷ ପର୍ଯ୍ୟନ୍ତ ବିଶ୍ୱ ରେକର୍ଡ ସ୍ଥିର

ନୂଆଦିଲ୍ଲୀ: ପ୍ରତିବର୍ଷ ଅନେକ ବିଶ୍ୱ ରେକର୍ଡ ସୃଷ୍ଟି ହେଉଥିବାବେଳେ ଅନେକଙ୍କ ରେକର୍ଡ ଭାଙ୍ଗିଛି। ତେବେ ୮୦ ବର୍ଷ ହେବ ଜଣଙ୍କ ରେକର୍ଡ ସ୍ଥିର ରହିଥିବା ଗିନିଜ୍‌...

ସୁଧୁରୁଛି ଦିଲ୍ଲୀ

ନୂଆଦିଲ୍ଲୀ,୨୨।୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଆସିବା ସହ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ନିଷେଧାଦେଶକୁ...

ହାତଗଣ୍ଠି ପଡ଼ିବା ପୂର୍ବରୁ ବର ହାତରେ ହାତକଡ଼ି

ସୋନପୁର,୧।୩: ବିବାହ ପାଇଁ ବରବେଶରେ ସୋନପୁରକୁ ଆସି ଗିରଫ ହୋଇଛନ୍ତି ନୟାଗଡ଼ ଜିଲା ଇଛାପୁର(ଅନଖାପାଲି) ଅଞ୍ଚଳର ଅମଜାଦ ଖାଁ(୨୮)। ବିବାହ ପୂର୍ବରୁ ତାଙ୍କୁ ନୟାଗଡ଼ ଜିଲା...

Advertisement
Archives

Model This Week