ସିବିଏସଇ ଦ୍ୱାଦଶ ପରୀକ୍ଷା: ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଚମତ୍କାର ସଫଳତା, ଆଶୁତୋଷ ନାୟକ…

ଲାଞ୍ଜିଗଡ,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛନ୍ତି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କର ରେକର୍ଡ ସୃଷ୍ଟିକାରୀ ସଫଳତା ପାରିପାର୍ଶ୍ବିକ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ବୁଧବାର ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ମାତ୍ରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ,ଅଧ୍ୟକ୍ଷ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।

ସିବିଏସଇର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ସମୁଦାୟ ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଛାତ୍ର ଆଶୁତୋଷ ନାୟକ ୯୧.୪୦ ଶତକଡା (୪୫୭) ମାର୍କ ରଖି ପ୍ରଥମ ସ୍ଥାନ ରଖିଥିବା ବେଳେ ଛାତ୍ରୀ ଶିବନ୍ୟା ଶ୍ୟାମ ୯୦.୬୦ ଶତକଡା (୪୫୩) ମାର୍କ ରଖି ଦ୍ୱିତୀୟ ସ୍ଥାନ ଓ ଛାତ୍ରୀ ତମନ୍ନା ମୋହିନୀ ୮୬.୦ ଶତକଡା (୪୩୦) ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ବର୍ଷ ବିଦ୍ୟାଳୟର ପାସ ହାର ୮୪ ଶତକଡା ରହିଥିବା ବେଳେ ବିଦ୍ୟାଳୟର ୨୫ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୧ ଜଣ ପରୀକ୍ଷାର୍ଥୀ ପାସ ହୋଇଛନ୍ତି । ବିଦ୍ୟାଳୟର ୬୦ ଶତକଡାରୁ ଉପରେ ୧୩ ଜଣ ବିଦ୍ୟାର୍ଥୀ , ୭୫ ଶତକଡାରୁ ଉପରେ ୩ ବିଦ୍ୟାର୍ଥୀ ରହିଥିବା ବେଳେ ୩ ଜଣ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବେ ଏବଂ ଜଣେ ବିଦ୍ୟାର୍ଥୀ ଫେଲ ହୋଇଥିବା ସୂଚନା ମିଳିଛି। ଏହି ଛାତ୍ରୀଛାତ୍ରଙ୍କ କୃତିତ୍ୱରେ ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ମାନବୀନ କୌର ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସେମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

ମସ୍ତିଷ୍କ ରୋଗରେ ପୀଡ଼ିତ ଶ୍ୟାମଘନ, ଅର୍ଥାଭାବ ନେଇ ଚିନ୍ତାରେ ପରିବାର

କର୍ଲାମୁଣ୍ଡା,୧୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗ୍ରାମର ଶ୍ୟାମଘନ ସାହୁ(୩୩) ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

ରେଢ଼ାଖୋଲ ବିକାଶ ଓ ଇକୋ ପାର୍କକୁ ଅବହେଳା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି ରୋହିତ ପୂଜାରୀ କହିଲେ ଏମିତି…

ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି…

ଦିଗପହଣ୍ଡି ସହରକୁ ଦୂଷିତ ପାନୀୟ ଜଳ ଯୋଗାଣକୁ ନେଇ ଜନଅସନ୍ତୋଷ, ଜନସ୍ବାସ୍ଥ୍ୟ ବିଭାଗ କହିଲା….

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରକୁ ମୌଳାଭଞ୍ଜା ସ୍ଥିତ ଘୋଡ଼ାହାଡ଼ ନଦୀରୁ ସ୍ଥାନୀୟ ଜନସ୍ବାସ୍ଥ୍ୟ ପାନୀୟଜଳ (ପିଏଚଡି) କାର୍ଯ୍ୟାଳୟ ପକ୍ଷରୁ ପାଇପ ଯୋଗେ ପାନୀୟ…

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri