ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼,୧୮/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ବେହେରା,ସମାଜସେବୀ ହରିଶଙ୍କର ପାତ୍ର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲଷ୍ମୀପ୍ରିୟା ମୁଦୁଲି,ଅତିରିକ୍ତ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥି ମାନେ ନିପୁଣ ଓଡିଶା ମେଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଏକ ଶପଥ ପାଠ ମଧ୍ୟ କରାଯାଇଥିଲା । ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ କିଭଳି ସହଜରେ ଭୟମୁକ୍ତ ହୋଇ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଶିକ୍ଷକ ମାନଙ୍କ ଅପେକ୍ଷା ଛାତ୍ରଛାତ୍ରୀମାନେ କିଭଳି ଅଧିକରୁ ଅଧିକ ଭୂମିକା ଗ୍ରହଣ କରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ଓ ଶିକ୍ଷକ ଲଳିତ ମୋହନ ମାଝୀ ମଞ୍ଚ ସଂଯୋଜନା କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭରତ ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକର ୧୩ଟି କ୍ଳଷ୍ଟରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଉପରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଏଥିରେ ରାଜ୍ୟ ସ୍ତରୀୟ ପୁରସ୍କାରପ୍ରାପ୍ତ ଦୁଇ ଜଣ ଶିକ୍ଷକ ଓ ବିଭିନ୍ନ ବିଦ୍ୟାଳୟର କିଛି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଏହା ବିଭିନ୍ନ କାର୍ଯ୍ୟକ୍ରମ ସଫଳ ହାସଲ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିରେ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ସୁନା,ବରିଷ୍ଠ ଶିକ୍ଷକ ଆଦିତ୍ୟ କୁମାର ପଣ୍ଡା କ୍ଲଷ୍ଟର ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁ,ଜଳନ୍ଦର ମାଝୀ,କୁମାର ଗୌରବ ପରିଡା,ପ୍ରବୀଣ ତାଣ୍ଡି,ବିଜୟ କୁମାର ରାଏ,ପ୍ରକାଶ ଚନ୍ଦ୍ର ପ୍ରଧାନ,ଦୁଃଖିଶ୍ୟାମ ବାରିକ,ଶିବରାମ ପ୍ରଧାନ, ଘାଶିରାମ ମାଝୀ,ତ୍ରିନାଥ ଶ୍ୟାମ କୁମାର,ସଞ୍ଜୀବ କୁମାର ସାହୁ,ପ୍ରଣବ କୁମାର ସରାଫ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?