Pension Scheme: ସରକାରଙ୍କ ଏହି ବଡ଼ ଯୋଜନାରେ Pension  ପାଇପାରିବେ ଶ୍ରମିକ, ଅଳ୍ପ ଟଙ୍କା ନିବେଶ କରି ଲାଭ ଉଠାନ୍ତୁ…

ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ଏବେ ସାରା ଦେଶର ଅସଂଗଠିତ ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିଛି। ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଭବିଷ୍ୟତ ସେମାନଙ୍କର ବର୍ତ୍ତମାନର ଆୟ ଆଧାରରେ ନିର୍ଣ୍ଣୟ କରାଯାଏ। ଏପରି ଲୋକଙ୍କ ପାଇଁ ସରକାର ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ଶ୍ରମିକମାନଙ୍କୁ ପ୍ରତି ମାସରେ ପେନସନ ଦିଆଯାଏ। ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ଶ୍ରମିକ ଏହି ଯୋଜନାର ଲାଭ ପାଇପାରିବେ ? ସେମାନେ ଏହି ଯୋଜନା ପାଇଁ କିପରି ଆବେଦନ କରିବେ?
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଲାଭ ମୁଖ୍ୟତଃ ଦେଶର ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ପାଇଥାନ୍ତି। ଏହି ଯୋଜନା ମାଧ୍ୟମରେ ଶ୍ରମିକମାନଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ଦିଆଯାଇଥାଏ। ହେଲେ ଶ୍ରମିକମାନଙ୍କୁ ପ୍ରତି ମାସରେ ଏହି ଯୋଜନା ପାଇଁ contribution (ଅବଦାନ) ଜମା କରିବାକୁ ପଡିବ। ସରକାର ମଧ୍ୟ ଶ୍ରମିକମାନଙ୍କ ଦ୍ୱାରା ଦିଆଯାଇଥିବା ଅବଦାନର ସମାନ ପରିମାଣ ପ୍ରଦାନ କରିଥାନ୍ତି।
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଲାଭ ମୁଖ୍ୟତଃ ଦୋକାନୀ, ରିକ୍ସା ଚାଳକ, ମୋଚି, ଦର୍ଜୀ, ଧୋବା ଏବଂ ନାପିତ ଭଳି ବୃତ୍ତିରେ କାମ କରୁଥିବା ଲୋକଙ୍କୁ ଦିଆଯିବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଯୋଜନାର ଲାଭ ପାଇବା ପାଇଁ ବୟସ ସୀମା ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ଏହି ଯୋଜନାରେ contributionକୁ ଅତି କମରେ ୨୦ ବର୍ଷ ପାଇଁ ଜମା କରିବାକୁ ପଡିବ। ନିବେଶ ଆଧାରରେ ୬୦ ବର୍ଷ ବୟସ ପୂରଣ କରିବା ପରେ ଲୋକଙ୍କୁ ପ୍ରତି ମାସରେ ପେନସନ ଦିଆଯାଏ।
କିପରି ଆବେଦନ କରିବେ?
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାରେ ଆବେଦନ କରିବାକୁ ଆପଣଙ୍କୁ ଆପଣଙ୍କର ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSS) କୁ ଯିବାକୁ ପଡିବ। ଏହି ଯୋଜନା ପାଇଁ ଆବେଦନ କେବଳ ସାଧାରଣ ସେବା କେନ୍ଦ୍ରକୁ ଯାଇ କରାଯାଇପାରିବ। ଆବେଦନ କରିବା ପାଇଁ ଲୋକଙ୍କୁ ଆଧାର କାର୍ଡ, ପାନ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ପାସବୁକ୍‌ କିମ୍ବା ଚେକବୁକ୍‌ ଭଳି ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ନେବାକୁ ପଡିବ। ଆବେଦନ ସଫଳ ହେବା ପରେ, ଆପଣଙ୍କୁ ଏକ ଶ୍ରମ ଯୋଗୀ କାର୍ଡ ପ୍ରଦାନ କରାଯିବ। ମନେରଖନ୍ତୁ, ପ୍ରତି ମାସରେ ଯୋଜନା ପାଇଁ ନିର୍ଦ୍ଧିଷ୍ଟ ପରିମାଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।...

BJD: ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୩।୪: ୱକଫ୍‌ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ...

ଆମ କଳିକା କେନ୍ଦ୍ର ଉଦ୍‌ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ

କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍‌) କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri