Pension Scheme: ସରକାରଙ୍କ ଏହି ବଡ଼ ଯୋଜନାରେ Pension  ପାଇପାରିବେ ଶ୍ରମିକ, ଅଳ୍ପ ଟଙ୍କା ନିବେଶ କରି ଲାଭ ଉଠାନ୍ତୁ…

ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ଏବେ ସାରା ଦେଶର ଅସଂଗଠିତ ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିଛି। ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଭବିଷ୍ୟତ ସେମାନଙ୍କର ବର୍ତ୍ତମାନର ଆୟ ଆଧାରରେ ନିର୍ଣ୍ଣୟ କରାଯାଏ। ଏପରି ଲୋକଙ୍କ ପାଇଁ ସରକାର ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ଶ୍ରମିକମାନଙ୍କୁ ପ୍ରତି ମାସରେ ପେନସନ ଦିଆଯାଏ। ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ଶ୍ରମିକ ଏହି ଯୋଜନାର ଲାଭ ପାଇପାରିବେ ? ସେମାନେ ଏହି ଯୋଜନା ପାଇଁ କିପରି ଆବେଦନ କରିବେ?
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଲାଭ ମୁଖ୍ୟତଃ ଦେଶର ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ପାଇଥାନ୍ତି। ଏହି ଯୋଜନା ମାଧ୍ୟମରେ ଶ୍ରମିକମାନଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ଦିଆଯାଇଥାଏ। ହେଲେ ଶ୍ରମିକମାନଙ୍କୁ ପ୍ରତି ମାସରେ ଏହି ଯୋଜନା ପାଇଁ contribution (ଅବଦାନ) ଜମା କରିବାକୁ ପଡିବ। ସରକାର ମଧ୍ୟ ଶ୍ରମିକମାନଙ୍କ ଦ୍ୱାରା ଦିଆଯାଇଥିବା ଅବଦାନର ସମାନ ପରିମାଣ ପ୍ରଦାନ କରିଥାନ୍ତି।
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଲାଭ ମୁଖ୍ୟତଃ ଦୋକାନୀ, ରିକ୍ସା ଚାଳକ, ମୋଚି, ଦର୍ଜୀ, ଧୋବା ଏବଂ ନାପିତ ଭଳି ବୃତ୍ତିରେ କାମ କରୁଥିବା ଲୋକଙ୍କୁ ଦିଆଯିବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଯୋଜନାର ଲାଭ ପାଇବା ପାଇଁ ବୟସ ସୀମା ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ଏହି ଯୋଜନାରେ contributionକୁ ଅତି କମରେ ୨୦ ବର୍ଷ ପାଇଁ ଜମା କରିବାକୁ ପଡିବ। ନିବେଶ ଆଧାରରେ ୬୦ ବର୍ଷ ବୟସ ପୂରଣ କରିବା ପରେ ଲୋକଙ୍କୁ ପ୍ରତି ମାସରେ ପେନସନ ଦିଆଯାଏ।
କିପରି ଆବେଦନ କରିବେ?
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାରେ ଆବେଦନ କରିବାକୁ ଆପଣଙ୍କୁ ଆପଣଙ୍କର ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSS) କୁ ଯିବାକୁ ପଡିବ। ଏହି ଯୋଜନା ପାଇଁ ଆବେଦନ କେବଳ ସାଧାରଣ ସେବା କେନ୍ଦ୍ରକୁ ଯାଇ କରାଯାଇପାରିବ। ଆବେଦନ କରିବା ପାଇଁ ଲୋକଙ୍କୁ ଆଧାର କାର୍ଡ, ପାନ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ପାସବୁକ୍‌ କିମ୍ବା ଚେକବୁକ୍‌ ଭଳି ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ନେବାକୁ ପଡିବ। ଆବେଦନ ସଫଳ ହେବା ପରେ, ଆପଣଙ୍କୁ ଏକ ଶ୍ରମ ଯୋଗୀ କାର୍ଡ ପ୍ରଦାନ କରାଯିବ। ମନେରଖନ୍ତୁ, ପ୍ରତି ମାସରେ ଯୋଜନା ପାଇଁ ନିର୍ଦ୍ଧିଷ୍ଟ ପରିମାଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?