Posted inଜାତୀୟ

ହିମାଚଳ ପ୍ରଦେଶରେ ଭୁସ୍ଖଳନ: ୯ ଜୀବନ ଗଲା, ୩ ଆହତ

ଶିମ୍‌ଲା,୨୫।୭: ହିମାଚଳ ପ୍ରଦେଶର କିନୌର ଜିଲାରେ ରବିବାର ଏକ ବଡ ଦୁର୍ଘଟଣା ହୋଇଛି। ଏକ ଭୂସ୍ଖଳନରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କିନୌର ଜିଲାର ବାଟସେରୀର ଗୁନସା ନିକଟରେ ଭୁସ୍ଖଳନ ହେବାରୁ ଚିତ୍ରକୁଲରୁ ସାଙ୍ଗଲାକୁ ଆସୁଥିବା ପର୍ଯ୍ୟଟକଙ୍କ ଏକ ଗାଡି ଓଲଟି ପଡିଥିଲା। ଗାଡି ଉପରେ ପଥର ଖସିଯିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ, କାରରେ ଥିବା ପର୍ଯ୍ୟଟକମାନେ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରୁ ହିମାଚଳ ପରିଦର୍ଶନ କରିବାକୁ ଆସିଥିଲେ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଂଗ୍ରେସ ବିଧାୟକ ଜଗତ ସିଂ ନେଗି କହିଛନ୍ତି ଯେ ପାହାଡରୁ ଲଗାତାର ପଥର ଖସି ପଡୁଛି, ଫଳରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ରହିଛି। ସେ କହିଛନ୍ତି ଯେ, ଆହତମାନଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ସରକାରଙ୍କ ତରଫରୁ ହେଲିକପ୍ଟର ମଗାଯାଇଛି, ଯାହା ଶୀଘ୍ର ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ପେସିଏମ୍‌ ପରେ ଏବେ ସେସିଏମ୍‌, ବୋମ୍ମାଇଙ୍କୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୦ : ‘ପେସିଏମ’ ଅଭିଯାନର ସଫଳତା ପରେ କର୍ନାଟକରେ କଂଗ୍ରେସ ଏବେ ‘ସେସିଏମ’ ଅଭିଯାନ ଆରମ୍ଭ କରିଛି। ଏହା ଦ୍ୱାରା କଂଗ୍ରେସ ଶାସକଦଳକୁ ଘେରିବା ଆରମ୍ଭ...

ଘରୁ ଜବତ ହେଲା ବିଡ଼ା ବିଡ଼ା ନୋଟ୍‌…

କାନପୁର, ୨୫।୧୨: ଉତ୍ତରପ୍ରଦେଶରେ କେବଳ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ନଗଦ ଜବତ ହୋଇଛି। ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରୁ ଆୟକର ଚଢ଼ାଉ...

କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ବଳାତ୍କାରୀ ପୀଡ଼ିତା

ଜୟପୁର,୨୯।୭: ଜୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସହରର ବୈଶାଳୀ ନଗର ଥାନାରେ ଏକ ବଳାତ୍କାର ମାମଲାରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ବଳାତ୍କାରୀ ପୀଡ଼ିତା...

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ

ବଳରାମପୁର,୨୩।୪: ଝାଡଖଣ୍ଡ-ଛତିଶଗଡ଼ ସୀମାରେ ଥିବା ବନ୍ଦରଚୁଆ ନିକଟରେ ମଙ୍ଗଳବାର ସକାଳେ ଏକ ଆଇଇଡି ବିସ୍ଫୋରଣ ହୋଇଛି। ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣରେ କେହି ମୃତାହତ...

ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୮: ରାଖୀ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ଏକ ବଡ ଉପହାର ଦେଇଥିବା କଥା କହିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀରେ...

୮ ଡିସେମ୍ବର ପର୍ଯ୍ୟନ୍ତ ତାମିଲନାଡୁ ସମେତ ୩ ରାଜ୍ୟରେ ସାମୁଦ୍ରିକ ଝଡ଼ ବର୍ଷା ପୂର୍ବାନୁମାନ କଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୫।୧୨ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଣ୍ଡାମାନ ଏବଂ ନିକୋବର ନିକଟରେ ସମୁଦ୍ର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଚେତାବନୀ ଦେଇଛି। ଆଇଏମଡି କହିଛି...

ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ: ନିଜ ନିଜ ବିଧାୟକଙ୍କୁ ଏକାଠି କରିବାରେ ଲାଗିଛନ୍ତି ଭାଜପା-କଂଗ୍ରେସ

ନୂଆଦିଲ୍ଲୀ,୧୧।୩: ହୋଲି ଉତ୍ସବ ଅବସରରେ ମଧ୍ୟପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଅନେକ ରଙ୍ଗ। କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଦଳରୁ ଇସ୍ତଫା...

ବିମାନରେ ପିଟିହେଲା ପକ୍ଷୀ, ଆଉ ତା’ ପରେ…

ଅହମ୍ମଦାବାଦ୍‌,୪ା୮: ଅହମ୍ମଦାବାଦ୍‌ରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଗୋ-ଫାଷ୍ଟ ବିମାନକୁ ଡାଇଭର୍ଟ କରିବାକୁ ପଡ଼ିଛି। ଏହି ବିମାନରେ ଏକ ପକ୍ଷୀ ବାଡ଼େଇ ହୋଇଯିବାରୁ ବିମାନଟିକୁ ଅହମ୍ମଦାବାଦ ଫେରିବାକୁ...

Advertisement
Archives

Model This Week