ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର, ୧୮।୧୦ (ବ୍ୟୁରୋ):ଜାଗା ମିଶନ୍‌ ଜରିଆରେ ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଯୋଗାଇଦେବା ସହ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଜାଗା ମିଶନ୍‌ରେ ବସ୍ତିଗୁଡିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ତେବେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେବା ପାଇଁ ଏବେ ବିଏମ୍‌ସି ତତ୍ପରତା ପ୍ରକାଶ କରିଛି। ମହାନଗର ନିଗମ ଅଞ୍ଚଳରେ ଥିବା ୪୩୬ଟି ବସ୍ତିରେ ସର୍ଭେ କରି ଉପଯୁକ୍ତ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରିବା ପାଇଁ ବିଏମ୍‌ସି ସୋମବାର ଘରୋଇ ସଂସ୍ଥା ‘ସୂତ୍ର କନସଲ୍‌ଟାନ୍ସି ପ୍ରାଇଭେଟ ଲିମିଟେଡ୍‌’ ସହିତ ଚୁକ୍ତି କରିଛି। ୨ବର୍ଷ ମଧ୍ୟରେ ଏହି ବସ୍ତିଗୁଡିକରେ ସଂସ୍ଥା ସର୍ଭେ କରିବା ପରେ ସେମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ। ଏନେଇ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସଂସ୍ଥାର ନିର୍ବାହୀ ନିର୍ଦ୍ଦେଶିକା ସୁନୀତା ଦାଶଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।
୨୦୧୭ ପୂର୍ବରୁ ଯେଉଁମାନେ ବସ୍ତିରେ ରହୁଥିବେ ସେମାନଙ୍କୁ ଏହି ଅଧିକାର ମିଳିବ। ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ରାସନ କାର୍ଡ ଆଧାରରେ ବସ୍ତିବାସିନ୍ଦାମାନେ ସେଠାରେ ୨୦୧୭ ପୂର୍ବରୁ ରହୁଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ। ତେବେ ସର୍ଭେ କାର୍ଯ୍ୟକ୍ରମ ଯେପରି ସୂଚାରୁରୂପେ ସମ୍ପାଦନ ହୋଇପାରିବ ସେ ନେଇ ପୂର୍ବରୁ କର୍ମଚାରୀ ଓ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯିବ। ସେମାନେ ଏହି ସଂସ୍ଥାକୁ ସର୍ଭେରେ ସହାୟତା କରିବେ। ଏଥିରେ ବିଏମ୍‌ସି ୪୩୬ ବସ୍ତିରେ ରହୁଥିବା ପ୍ରାୟ ୧ଲକ୍ଷ ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିବାକୁ ଯୋଜନା କରିଛି।
ଠିକା ସଂସ୍ଥା ବସ୍ତିବାସିନ୍ଦାଙ୍କ ଏକ ଡାଟାବେସ୍‌ ପ୍ରସ୍ତୁତ କରିବ। ଏଥିରେ ସମସ୍ତ ତଥ୍ୟ ରହିବ। ବାୟୋମେଟ୍ରିକ ତଥ୍ୟ ସହ ଜିପିଏସ, ଫଟୋ ଅପ୍‌ଲୋଡ଼ କରାଯିବ। ଏଥିସହ ପ୍ରତ୍ୟେକ ଘରକୁ ସ୍ବତନ୍ତ୍ର ନମ୍ବର ପ୍ରଦାନ କରାଯିବ। ନମ୍ବର ଆଧାରରେ ଘରର ତଥ୍ୟ ଖୋଜିଲେ ଯେଭଳି ନିମିଷକେ ମିଳିଯାଉଥିବ ସେଭଳି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚୁକ୍ତିନାମା ସ୍ବାକ୍ଷର ସମୟରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ସହ ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଅଠରନଳା ଉପରେ ଚୁଲି ଜାଳି କଲେ ମାଂସ ଭୋଜି, ଭିଡିଓ ଭାଇରାଲ…

ପୁରୀ,୨୩।୬: ପୁରୀର ଐତିହାସିକ ସ୍ଥଳ ଅଠରନଳାରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। କିଛି ବାହାର ରାଜ୍ୟର ମିସ୍ତ୍ରୀ ଅଠରନଳା ଉପରେ ଚୁଲି ଜାଳି ମାଂସ ରାନ୍ଧି…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, କେମିତି ଯିବେ ଜାଣନ୍ତୁ…

ପୁରୀ,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ଦ୍ୱିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପୁରୀବାସୀଙ୍କ…

ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବଡ଼ଭାଇ,ପୁତୁରା: ଫେରାର୍‌ ଥିବାବେଳେ ବାପପୁଅଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ସାନଭାଇ କହ୍ନେଇ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ…

ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ, ତାଳିରେ କମ୍ପିଲା ଗୃହ, ଦେଖନ୍ତୁ VIDEO

ଚେନ୍ନାଇ,୨୩।୬: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଭାଷଣର ଶେଷ ଭାଗ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା, ଯେତିକି ତାଙ୍କର ସମ୍ପୂର୍ଣ୍ଣ ସମ୍ବୋଧନ ଥିଲା। ଭାଷଣ…

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri