ଲ୍ୟାଣ୍ଡ ପୁଲିଂ ବ୍ୟବସ୍ଥାରେ ରହିବ ଜମି ମାଲିକଙ୍କ ଅଧିକାର

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ):ଚଳିତ ମାସ ୩୦ ତାରିଖରୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତି-୨୦୨୨କୁ ଚୂଡ଼ାନ୍ତ ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ଏହି ଶିଳ୍ପ ନୀତିକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। ଚଳିତ ମାସ ୩୦ ତାରିଖରୁ ଡିସେମ୍ବର ୪ ଯାଏ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଅନୁଷ୍ଠିତ ହେବ। ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଏହି ନୂଆ ଶିଳ୍ପ ନୀତି ଉପରେ ବିଶେଷ ଗୁରୁତ୍ୱ ଦେବେ। ମିଳିଥିବା ସୂଚନା ଅନୁସାରେ, ପ୍ରସ୍ତାବିତ ଶିଳ୍ପ ନୀତିରେ ୨ଟି ନୂଆ ଆର୍ଥିକ କରିଡର ନିର୍ମାଣ ହେବ। ଏଥିସହିତ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସମେତ ନୂଆ କରି ‘ଲ୍ୟାଣ୍ଡ ପୁଲିଂ ସ୍କିମ’ ମଧ୍ୟ ପ୍ରଚଳନ ହେବ। ଯେଉଁଥିରେ ଘରୋଇ ଜମି ମାଲିକଙ୍କ ଜମିକୁ ଇଡ୍‌କୋ ଆଣି ତାକୁ ଶିଳ୍ପାଞ୍ଚଳ ଭାବେ ବିକଶିତ କରିବ। ସେହି ଜମିରେ ଉଭୟ ଇଡ୍‌କୋ ଓ ସମ୍ପୃକ୍ତ ଜମି ମାଲିକଙ୍କର ଲିଜ୍‌ ଅଧିକାର ରହିବ।
ପ୍ରସ୍ତାବିତ ଶିଳ୍ପ ନୀତିରେ ରାଜ୍ୟରେ ପୂର୍ବ ଓ ପଶ୍ଚିମକୁ ଯୋଡ଼ିବା ପାଇଁ ନୂଆ ଆର୍ଥିକ କରିଡର ନିର୍ମାଣ ହେବ। ଖୋର୍ଦ୍ଧା-ଝାରସୁଗୁଡ଼ା ମଧ୍ୟରେ ନିର୍ମାଣ ହେବାକୁ ଥିବା ଓଡ଼ିଶା ଇଷ୍ଟ-ୱେଷ୍ଟ କରିଡର ଇକୋନୋମିକ କରିଡର ଖୋର୍ଦ୍ଧା, କଟକ, ଅନୁଗୋଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲା ମଧ୍ୟଦେଇ ଅତିକ୍ରମ କରିବ। ସେହିପରି ଅନ୍ୟ ଏକ ଆର୍ଥିକ କରିଡର ୨ଟି ଭାଗରେ ବିଭକ୍ତ ହୋଇ ରାଜ୍ୟର ଉପକୂଳ ଅଞ୍ଚଳକୁ ସଂଯୋଗ କରିବ। ଓଡ଼ିଶା ଇଷ୍ଟକୋଷ୍ଟ ଇକୋନୋମିକ କରିଡର ଭାବେ ଗୋପାଳପୁର-ଭୁବନେଶ୍ୱର-କଳିଙ୍ଗନଗର (ଜିବିକେ) ଏବଂ ପାରାଦୀପ-କେନ୍ଦ୍ରାପଡ଼ା-ଧାମରା-ସୁବର୍ଣ୍ଣରେଖା (ପିକେଡିଏସ୍‌) ନିର୍ମାଣ ହେବ। ସେହିପରି ଲ୍ୟାଣ୍ଡ ପୁଲିଂ ସ୍କିମ୍‌ ଭଳି ନୂଆ ଯୋଜନା ମାଧ୍ୟମରେ ଘରୋଇ ଲୋକଙ୍କୁ ନିଜର ଜମି ଦେବା ନିମନ୍ତେ ପ୍ରୋତ୍ସାହିତ କରାଯିବ। ସେଥିରେ ଘରୋଇ ଲୋକମାନେ ନିଜର ଜମି ଇଡ୍‌କୋକୁ ଦେବେ। ଇଡ୍‌କୋ ସେହି ଜମିକୁ ଶିଳ୍ପାଞ୍ଚଳ ଭାବେ ବିକଶିତ କରିବ। ଯେଉଁଥିରୁ କିଛି ଅଂଶର ଲିଜ୍‌ ଅଧିକାର(ଜମିର ପରିମାଣ ଉପରେ ନିର୍ଭର କରେ) ଜମି ମାଲିକଙ୍କ ପାଖରେ ରହିବ ଓ ବାକି ଲିଜ୍‌ ଅଧିକାର ଇଡ୍‌କୋ ପାଖରେ ରହିବ। ଏହି ଶିଳ୍ପାଞ୍ଚଳରେ ଯିଏ ଶିଳ୍ପ ପ୍ରତିଷ୍ଠା କରିବ ସେ ଇଡ୍‌କୋ କିମ୍ବା ଜମି ମାଲିକଙ୍କଠୁ ତାହା ନେଇପାରିବ।
ଓଡ଼ିଶାକୁ ପୂର୍ବ ଭାରତର ଔଦ୍ୟୋଗିକ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ଏହି ପ୍ରସ୍ତାବିତ ନୂଆ ଶିଳ୍ପ ନୀତିରେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ବିଭିନ୍ନ ଔଦ୍ୟୋଗିକ ସଂଘ, ପ୍ରତିନିଧି, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତି ଓ ବିଶେଷଜ୍ଞ, ସରକାରୀ ବିଭାଗ ଓ ହିତାଧିକାରୀଙ୍କ ସହ ବିଚାରବିମର୍ଶ ପରେ ରାଜ୍ୟ ସରକାର ଏହି ଶିଳ୍ପ ନୀତି-୨୦୨୨କୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଏହି ନୂଆ ଶିଳ୍ପ ନୀତି ମାଧ୍ୟମରେ ଓଡ଼ିଶାକୁ ଦକ୍ଷିଣ ଓ ପୂର୍ବ ଏସିଆ ନିମନ୍ତେ ବାଣିଜ୍ୟ ଓ ବ୍ୟବସାୟ ପ୍ରବେଶ ଦ୍ୱାର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri