ହାଉସିଂ ବୋର୍ଡ, ଉନ୍ନୟନ କର୍ତ୍ତୃପକ୍ଷଙ୍କ ଲିଜ୍‌ ଜମିକୁ ଫ୍ରି ହୋଲ୍ଡ କରାଯିବ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ବାସଗୃହ ପ୍ରକଳ୍ପ ପାଇଁ ଲିଜ୍‌ ସୂତ୍ରରେ ଆବଣ୍ଟିତ ଜମିକୁ ସରକାର ଫ୍ରି ହୋଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ପିପିପି ମୋଡ୍‌ରେ ବିକଶିତ ପ୍ରକଳ୍ପଗୁଡ଼ିକ ପାଇଁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ସପକ୍ଷରେ ଲିଜ୍‌ ହୋଇଥିବା ଜମି ମଧ୍ୟ ଫ୍ରି ହୋଲ୍ଡ ସ୍ଥିତିକୁ ରୂପାନ୍ତର କରାଯିବ। ଏହାଦ୍ବାରା ଆବଣ୍ଟନଗ୍ରାହୀମାନେ ପାଇଥିବା ଘରକୁ ଭୋଗ ଦଖଲ କରିପାରିବେ। ଏହି ପ୍ରସ୍ତାବକୁ ଗୁରୁବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି।
ସେହିରପି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ଓଡ଼ିଶା ପଞ୍ଚାୟତିରାଜ ସେବା ବର୍ଗରେ ୩୧୪ଟି ଦ୍ବିତୀୟ ଶ୍ରେଣୀ ପଦବୀକୁ ଉଚ୍ଛେଦ କରିବେ। ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀରୁ ଯୁଗ୍ମ ନିର୍ଦ୍ଦେଶକ ପଦବୀ ପର୍ଯ୍ୟନ୍ତ ୧୦୩ଟି ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପଦ ସୃଷ୍ଟି କରାଯିବ।
ଓଡ଼ିଶା ସରକାରଙ୍କ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଠିକା କର୍ମଚାରୀ, ଯେଉଁମାନେ ୧୯୯୩ ଏପ୍ରିଲ ୧୨ ପୂର୍ବରୁ ନିଯୁକ୍ତି ପାଇଥିବେ ଓ ୨୦୦୫ ମାର୍ଚ୍ଚ ୧୫ ପୂର୍ବରୁ ଅବସର ଗ୍ରହଣ କରି କିମ୍ବା ମୃତ୍ୟୁ ହୋଇଥିବ, ସେମାନଙ୍କୁ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ ବା ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ। କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି।
ଓଡ଼ିଶା ଭୂସଂସ୍କାର ଆଇନ-୧୯୬୦ର ଧାରା ୭୩(ଗ) ଅନୁଯାୟୀ ଓଡ଼ିଶା ସରକାର ଟାଉନପ୍ଲାନିଂ ସ୍କିମ୍‌ଗୁଡ଼ିକ ନିମନ୍ତେ ଚାଷଜମିକୁ ଅଣଚାଷ ଉଦ୍ଦେଶ୍ୟରେ କିସମ ପରିବର୍ତ୍ତନ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯିବ। ଓଡ଼ିଶା ପଞ୍ଚାୟତିରାଜ ଯାନ୍ତ୍ରିକ ସେବା ନିଯୁକ୍ତି ନିୟମାବଳୀ-୨୦୧୭କୁ ସଂଶୋଧନ କରାଯିବ। ଏହି ସଂଶୋଧନ ଫଳରେ ପଞ୍ଚାୟତିରାଜ କ୍ୟାଡରର ସହକାରୀ ଯନ୍ତ୍ରୀମାନଙ୍କୁସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡ୍‌କୁ ପଦୋନ୍ନତି ମିଳିପାରିବ। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ବରିଷ୍ଠ ସହକାରୀ ନିବନ୍ଧକ ପଦବୀ ସୃଷ୍ଟି କରାଯିବା ସହ ରାଜ୍ୟ ସମବାୟ ସେବାରେ କାର୍ଯ୍ୟରତ ଅଧିକାରୀମାନଙ୍କ ସେବା ସର୍ତ୍ତାବଳୀକୁ ସଂଗଠିତ ଓ ପଦୋନ୍ନତିକୁ ତ୍ୱରାନ୍ବିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଓଡ଼ିଶା ସମବାୟ ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମ ୧୯୭୪ର ସଂଶୋଧନ କରାଯାଇ ଓଡ଼ିଶା ସମବାୟ ସେବା( ନିଯୁକ୍ତି ଓ ସେବା ସର୍ତ୍ତାବଳୀ)-୨୦୨୩ କାର୍ଯ୍ୟକାରୀ ହେବ। ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଅଁଳା ଡୋଭା ମୌଜାର ୫ ଡିସିମିଲ ଜମି ରାଇରଙ୍ଗପୁର ଗୋଶାଳା କମିଟି ଦଖଲରେ ରହିଛି। ଏହାକୁ ମାଗଣାରେ ରାଇରଙ୍ଗପୁର ଗୋଶାଳା କମିଟି ସମ୍ପାଦକଙ୍କୁ ପ୍ରଦାନ କରାଯିବ। ସେହିପରି ନୟାଗଡ଼ର ବଲାଙ୍ଗୀବନ୍ଧ ପାର୍କ ଓ ପୁଷ୍କରିଣୀ ନିର୍ମାଣ ପାଇଁ ରାଜ୍ୟ ସରକାର ଷ୍ଟାମ୍ପ ଦେୟ ଓ ପଞ୍ଜୀକରଣ ଫି’ ଛାଡ଼ କରିବେ। ବୟନିକା ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏହାକୁ କ୍ୟାବିନେଟ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?