ଜମି ହରାଉଛନ୍ତି ଏସ୍‌ସି, ଏସ୍‌ଟି

ଯାଜପୁର ଅଫିସ,୧୧ା୧୨:ରାଜ୍ୟର ୯ ଜିଲାରେ ୨୦୦୯-୧୦ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି)ଙ୍କ ୨୩୩୭.୮୧୧ ଏକର ଜମି ବିକ୍ରି ପାଇଁ ୭,୮୪୭ ସାଧାରଣ ବର୍ଗଙ୍କ ସପକ୍ଷରେ ଅନୁମତି ତଥା ଭୂସଂସ୍କାର (ଓଏଲ୍‌ଆର୍‌) ପ୍ରମାଣପତ୍ର ଦିଆଯାଇଛି। ଏଥିରେ ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ସର୍ବାଧିକ ୨,୨୯୩ ସାଧାରଣ ବର୍ଗର ଲୋକ ଏସ୍‌ସି/ଏସ୍‌ଟିଙ୍କ ୨୧୪.୧୪ ଏକର ଜମି କିଣିଛନ୍ତି। ସେଥିମଧ୍ୟରେ ସର୍ବାଧିକ ୫,୩୫୮ ଜଣ ଏସ୍‌ସି ବର୍ଗର ହୋଇଥିବାବେଳେ ଏସ୍‌ଟି ୨୦୪୨ ରହିଛନ୍ତି। ତେବେ ଖୋର୍ଦ୍ଧା ଜିଲାର ସାରୁଅ ଜମି ମାମଲା ଭଳି ରାଜ୍ୟର ଅନ୍ୟ କୌଣସି ଜିଲାରେ ଏସ୍‌ସି ଏବଂ ଏସ୍‌ଟିଙ୍କ ଜମି ହଡ଼ପ ବିଷୟରେ ଅଭିଯୋଗ ନ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗତ ବିଧାନସଭାରେ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି।
ଓଡ଼ିଶା ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଏସ୍‌ସି ଏସ୍‌ଟିଙ୍କ ଜମିକୁ ସୁରକ୍ଷା ଦେବା ପାଇଁ ନିୟମ ରହିଛି। ସାଧାରଣ ଲୋକ ସେମାନଙ୍କ ଜମିକୁ ସହଜରେ କିଣିପାରିବେ ନାହିଁ। ଯଦି କୌଣସି ଏସ୍‌ସି ଏସ୍‌ଟି ବ୍ୟକ୍ତି ଜମି ବିକ୍ରି କରିବାକୁ ଚାହାନ୍ତି ତେବେ ସେ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ଲୋଡ଼ିବେ। ଗତ ୧୦ବର୍ଷର ତଥ୍ୟକୁ ଅବଲୋକନ କଲେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ,ଯାଜପୁରରୋଡ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ହିଁ ସର୍ବାଧିକ ମାତ୍ରାରେ ଏସ୍‌ସି ଏବଂ ଏସ୍‌ଟିଙ୍କ ଜମି ବିକ୍ରି ଅନୁମତି ନେଇ ଅକ୍ତିଆର କରାଯାଇଛି। ଜିଲାରେ ୧୯ ଏସ୍‌ଟି ପରିବାରଙ୍କ ୧.୦୫ ଏକର ଏବଂ ୨,୨୭୪ ଏସ୍‌ସି ପରିବାରଙ୍କ ୨୧୪.୧୪ ଏକର ଜମି କିଣିବାକୁ ସାଧାରଣ ବର୍ଗଙ୍କ ସପକ୍ଷରେ ଓଏଲ୍‌ଆର ପ୍ରଦାନ କରାଯାଇଛି। ସେହିପରି ସମ୍ବଲପୁର ଜିଲାର ୪୧୨ ଏସ୍‌ଟିଙ୍କ ୨୪୧.୭ ଏକର ଓ ୨୦୧ ଏସ୍‌ସି ବର୍ଗ ପରିବାରଙ୍କ ୨୩୯.୨୨ ଏକର ଜମିକୁ ୬୧୩ ଜଣ ସାଧାରଣ ବର୍ଗଙ୍କ ପାଇଁ ଅନୁମତି ମିଳିଛି। ବରଗଡ଼ ଜିଲାର ୪୦୦ ଏସ୍‌ଟିଙ୍କ ୨୯୦.୩ ଏକର ଓ ୪୫୧ ଏସ୍‌ସି ବର୍ଗ ପରିବାରଙ୍କ ୨୪୭.୭୬ ଏକର ଜମିକୁ ୮୫୧ ଜଣ ସାଧାରଣ ବର୍ଗ ଲୋକ କିଣିଛନ୍ତି। ବଲାଙ୍ଗୀର ଜିଲାର ୨୬୩ ଏସ୍‌ଟିଙ୍କ ୩୮୨.୩ ଏକର ଓ ୨୮୪ ଏସ୍‌ସି ବର୍ଗ ପରିବାରଙ୍କ ୨୩୭.୨୧୧ ଏକର ଜମିକୁ ୫୪୭ ଜଣ ସାଧାରଣ ବର୍ଗଙ୍କୁ ବିକ୍ରି ପାଇଁ ଅନୁମତି ମିଳିଛି। ସେହିପରି ଜଗତ୍‌ସିଂହପୁର ଜିଲାର ଜଣେ ଏସ୍‌ଟିଙ୍କ ୦.୧୩ ଏକର ଓ ୩୮୨ ଏସ୍‌ସି ବର୍ଗ ପରିବାରଙ୍କ ୨୭୧.୧୧ ଏକର ଜମିକୁ ୩୮୩ ଜଣ ସାଧାରଣ ବର୍ଗ, ନୂଆପଡ଼ା ଜିଲାର ୯୪୬ ଏସ୍‌ଟିଙ୍କ ୪୮୩.୪ ଏକର ଓ ୫୨୦ ଏସ୍‌ସି ବର୍ଗ ପରିବାରଙ୍କ ୩୦୦.୯୧୮ ଏକର ଜମିକୁ ୧୪୬୬ ଜଣ ସାଧାରଣ ବର୍ଗ, ମୟୂରଭଞ୍ଜ ଜିଲାର ୪୨୧ ଏସସି ବର୍ଗ ପରିବାରଙ୍କ ୧୮୩.୭୪ ଏକର ଜମିକୁ ୪୨୧ ଜଣ ସାଧାରଣ ବର୍ଗ, ଭଦ୍ରକ ଜିଲାର ଜଣେ ଏସ୍‌ଟିଙ୍କ ୦.୦୮ ଏକର ଓ ୮୨୫ ଏସ୍‌ସି ବର୍ଗ ପରିବାରଙ୍କ ୩୪୫.୨୬ ଏକର ଜମିକୁ ୮୨୬ଜଣ ସାଧାରଣ ବର୍ଗ, ଅନୁଗୋଳ ୪୪୭ ଏସ୍‌ସି ଓ ଏସ୍‌ଟି ବର୍ଗ ପରିବାରଙ୍କ ୨୯୮.୪୫୨ ଏକର ଜମିକୁ ୪୪୭ ଜଣ ସାଧାରଣ ବର୍ଗଙ୍କୁ ଓଏଲଆର ପ୍ରମାଣପତ୍ର ମିଳିଛି। ତେବେ ରାଜ୍ୟର ଅନ୍ୟ ଜିଲାର ଏସଟି ଏବଂ ଏସ୍‌ସିଙ୍କ ଜମି ବିକ୍ରି ଅନୁମତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିବା ମନ୍ତ୍ରୀ ମାରାଣ୍ଡି ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।
ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଚାଲିଛି ଶିଳ୍ପସଂସ୍ଥା ରାଜ। ଏଥିରେ ରାଜ୍ୟ ସରକାରଙ୍କ ଇଡ୍‌କୋ ସଂସ୍ଥା ମଧ୍ୟସ୍ଥ ସାଜିଥିବା ଅଭିଯୋଗ ହେଉଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂ-ଅର୍ଜନ ନିମନ୍ତେ ଇଡ୍‌କୋ ଜରିଆରେ ଦରଖାସ୍ତ କରୁଛନ୍ତି। ଏପରି କି ଏସ୍‌ସି-ଏସ୍‌ଟି ଜମି ହାତେଇବା ପାଇଁ ଅନୁମତି ଲୋଡ଼ିବା ନାଁରେ ଭୂ-ଅର୍ଜନ ଆଇନରେ ବିଜ୍ଞପ୍ତି ଜାରି କରାଯାଇ ସମ୍ପୃକ୍ତ ଜମିର ବିକ୍ରିବଟା, ବନ୍ଧକରୁ ରୟତଙ୍କୁ ବର୍ଷ ବର୍ଷ ଧରି ବଞ୍ଚତ୍ତ କରାଯାଉଛି। ସେଥିପାଇଁ ଘରେ କିଏ ବେମାର ପଡ଼ିଲେ ଭୂସମ୍ପତ୍ତି ଥାଇ ସୁଦ୍ଧା ରୟତ ଟଙ୍କା ଯୋଗାଡ଼ରେ ବାରଦୁଆର ହେଉଛନ୍ତି। ପିଲାଙ୍କ ପାଠପଢା, ବିବାହ କାର୍ଯ୍ୟ ଅଟକି ଯାଉଛି। ଯାଜପୁର ଜିଲାରେ ୧୯୯୦ଦଶକରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏସ୍‌ସି ଏବଂ ଏସ୍‌ଟି ବର୍ଗର ଶତାଧିକ ଲୋକ ବାଧ୍ୟହୋଇ ମଧ୍ୟସ୍ଥଙ୍କ ଜରିଆରେ ତାଙ୍କ ପୈତୃକ ସମ୍ପତ୍ତିକୁ ଶାଗମାଛ ଦରରେ ଟେକି ଦେଇଛନ୍ତି। ଏପରି କି ଜିଲାରେ ଶିଳ୍ପ ପାଇଁ ଜମି ଯୋଗାଡ଼ରେ ପ୍ରଶାସନିକସ୍ତରରେ ଅନିୟମିତତା ସହ ଜମି ଦଲାଲଙ୍କ ଦ୍ୱାରା ନିରୀହ ଆଦିବାସୀ ଲୋକେ ଶୋଷିତ ହୋଇଥିବା ପୂର୍ବରୁ ବହୁବାର ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?