ଭୁବନେଶ୍ୱର,୨୭।୩(ବ୍ୟୁରୋ): ଭୁବନେଶ୍ବରର ଗଳିକନ୍ଦିଠାରୁ ଆରମ୍ଭ କରି ପ୍ରମୁଖ ରାସ୍ତା ଯାଏ ସବୁଠି ଆମିଷ ଦୋକାନ ଖୋଲୁଛି। ଫଳରେ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପରିବେଶ ଦୂଷିତ ହେଉଛି। ହକି ବିଶ୍ବକପ୍ ପୂର୍ବରୁ ବିଏମ୍ସି ପକ୍ଷରୁ ପ୍ରମୁଖ ରାସ୍ତାରୁ ଆମିଷ ବ୍ୟବସାୟୀଙ୍କୁ ହଟା ଯାଇଥିଲା। ମାତ୍ର ଏବେ ପୁଣି ରାସ୍ତାକଡ଼ରେ ଆମିଷ ପସରା ମେଲି ଥିବାରୁ ଏହାର ସ୍ଥାୟୀ ସମାଧାନ ଲାଗି ପଦକ୍ଷେପ ନେଉଛି ବିଏମ୍ସି। ଏଥିପାଇଁ ସବୁ ଓ୍ବାର୍ଡରେ ସ୍ଥାୟୀ ତଥା ସ୍ବତନ୍ତ୍ର ଆମିଷ ବଜାର ଖୋଲିବାକୁ ନିଷ୍ପତ୍ତି ହୋଇଛି। ବିଏମସି ମାର୍କେଟ ବିଭାଗ ଉପଆୟୁକ୍ତଙ୍କ ପକ୍ଷରୁ ଏ ନେଇ ସହର ମୁଖ୍ୟ ଯନ୍ତ୍ରୀ, ଲ୍ୟାଣ୍ଡ ବିଭାଗ ଉପଆୟୁକ୍ତ ଓ ୩ ଜୋନର ଜୋନାଲ ଡେପୁଟି କମିଶନରଙ୍କୁ ଚିଠି କରାଯିବା ସହ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ବର ନନ୍ଭେଜ ଫେଡେରେଶନ (ମଟନ) ସମ୍ପାଦକ ଏସ. କେ. ସର୍ଜନଙ୍କ ଦ୍ବାରା ହୋଇଥିବା ଚିଠି ଆଧାରରେ ସବୁ ୱାର୍ଡରେ ଆମିଷ ବଜାର ଲାଗି ଜମି ଚିହ୍ନଟ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ, ମେୟର ସୁଲୋଚନା ଦାସଙ୍କୁ ଚିଠିର ନକଲ ପ୍ରଦାନ କରାଯାଇଛି। ସେହିପରି ସ୍ଥାନ ଚିହ୍ନଟ ପରେ ମାର୍କେଟ ବିଭାଗକୁ ଏନେଇ ପ୍ରଥମେ ଅବଗତ କରାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ନଭେମ୍ବରରୁ ଆମିଷ ବ୍ୟବସାୟୀଙ୍କୁ ସ୍ବତନ୍ତ୍ର ସ୍ଥାନରେ ଥଇଥାନ କରିବା ସହ ସେମାନଙ୍କ ଲାଗି ଆମିଷ ବଜାର କରିବାକୁ ବିଏମସି ପ୍ରତିଶ୍ରୁତି ଦେଇଛି। ମାତ୍ର ଏବେ ହୋଇଥିବା ଚିଠିକୁ ନେଇ ଭୁବନେଶ୍ବର ନନ୍ଭେଜ ଫେଡେରେଶନ (ମଟନ) ପକ୍ଷରୁ ବିଏମସିକୁ ଧନ୍ୟବାଦ ଦିଆଯାଇଛି।
ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍. ମୁରୁଗନ୍, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….
ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗନ୍ ମଙ୍ଗଳବାର ମୋଦି କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍. ମୁରୁଗନ୍…
ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼
କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…
ହୃଦ୍ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ
ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…
ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…
ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ
କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…
କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…
ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…
ପାଣିପାଗ ବିଭାଗର ବଡ଼ ଅପ୍ଡେଟ୍: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…
ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…
ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ
ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

