ଦୁଇ ମିଲିୟନ ଅତିକ୍ରମ କରିବ ବୈଦ୍ୟୁତିକ ଯାନ ବିକ୍ରି

ନୂଆଦିଲ୍ଲୀ,୨୭।୩: ବିଗତ କିଛି ବର୍ଷ ହେବ ଭାରତୀୟ ଅଟୋଶିଳ୍ପରେ ଇଲେକ୍ଟ୍ରି ଭେଇକିଲ (ଇଭି)ର ଚାହିଦା ବୃଦ୍ଧି ପାଇଚାଲିଛି। ଏପରିକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଉଭୟ ଇଭି ନିର୍ମାତା ଓ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ପ୍ରଦାନ କରୁଛନ୍ତି। ଫଳରେ ଇଭି ଯାନର ଚାହିଦା ପ୍ରତି ବର୍ଷ ବଢ଼ିଚାଲିଛି। ବିଶେଷକରି ପରିବେଶ ସୁରକ୍ଷା ଓ ତୈଳ ଦର ବୃଦ୍ଧି ଯୋଗୁ ଇଭି ବଜାରରେ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ଇଭି ଚାହିଦା ବଢିବା ସହ ବିକ୍ରି ମଧ୍ୟ ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଏପରିକି ଚଳିତ ଆର୍ଥିକ ବର୍ଷ ଅପେକ୍ଷା ଆସନ୍ତା ଆର୍ଥିକ ବର୍ଷରେ ଏହି ସଂଖ୍ୟା ୨ ମିଲିୟନ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ବିଶେଷକରି ବର୍ତ୍ତମାନର ଇଭି ଚାହିଦା ଓ ଆଗାମୀ ଦିନର ବଜାରକୁ ଲକ୍ଷ୍ୟ ରଖି ଦେଶର ପ୍ରମୁଖ ଇଭି ନିର୍ମାତାମାନେ ସବୁ ବର୍ଗର ଇଭି ମଡେଲ ବଜାରକୁ ଛାଡିବାକୁ ଆଗ୍ରହ ପ୍ରକାଶ ସହ ପ୍ରୟାସ ଜାରି ରଖିଛନ୍ତି। ସେହିପରି ଫାଷ୍ଟର ଆଡପସନ ଆଣ୍ଡ ମାନୁଫାକ୍ଚରିଙ୍ଗ ଅଫ ଇଲେକ୍ଟ୍ରି ଭେଇକିଲ୍‌ସ (ଏଫଏଏମଇ)-୨ ପ୍ରୋଗାମ ଜରିଆରେ ଉକ୍ତ ପ୍ରକ୍ରିୟା ଦ୍ରୁତ ଅଗ୍ରଗତି କରୁଛି। ଏପରିକି ଖୁବଶୀଘ୍ର ଉକ୍ତ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା ବେଳେ ଇଭି ନିର୍ମାତାମାନେ ମଧ୍ୟ ସେମାନଙ୍କର ଆଗାମୀ କାର୍ଯ୍ୟଧାରା ବିଷୟରେ ଯୋଜନା କରୁଥିବା ଜଣାପଡିଛି।

ଅପରପକ୍ଷରେ ଇଭିଗୁଡିକର ଖୁଚୁରା ବିକ୍ରୟ ୨୦୨୨-୨୩ ଆର୍ଥିକ ବର୍ଷରେ ୧.୧୧ ମିଲିୟନ ୟୁନିଟ୍‌ ଅତିକ୍ରମ କରିସାରିଛି। ଯାହା ମୋଟ ଅଟୋମୋବାଇଲ୍‌ ବିକ୍ରିର ୫%ରୁ ଅଧିକ। ବିଶେଷ କରି ୨୦୨୧-୨୨ ଆର୍ଥିକ ବର୍ଷରୁ ୧୪୭% ଅଭିବୃଦ୍ଧି କରିଥିବା ଜଣାପଡିଛି। ଏପରିକି ସରକାରଙ୍କ ବାହାନ ୱେବ୍‌ସାଇଟରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପ୍ରାୟ ୧.୧ ମିଲିୟନ ଇଭି ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଇଭି ଫ୍ଲିଟ ଅପରେଟର ଏବଂ ଦୁଇ ଓ ତିନି ଚକିଆ ଯାନ କିଣୁଥିବା ବ୍ୟକ୍ତିମାନେ ଉକ୍ତ ଅଭିବୃଦ୍ଧିର ମୁଖ୍ୟ ଡ୍ରାଇଭର ହୋଇସାରିଛନ୍ତି। ଫଳରେ ନୂତନ ଲଞ୍ଚ ଏବଂ ଚାର୍ଜିଂ ପଏଣ୍ଟଗୁଡିକର ଉପଲବ୍ଧତା ସହ ସ୍ବଳ୍ପ ମୂଲ୍ୟରେ ଚାଲୁଥିବା ସହିତ କ୍ରେତାଙ୍କୁ ଆକର୍ଷିତ କରୁଛି। ଇଭି ଦୁଇ ଏବଂ ତିନି ଚକିଆ ଯାନ ୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବାଧିକ ବିକ୍ରି ପାଇଁ ଯଥାକ୍ରମେ ୬,୯୦,୦୦୦ ୟୁନିଟ୍‌ ଏବଂ ୩,୭୨,୦୦୦ ୟୁନିଟ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?