ଦୁଇ ମିଲିୟନ ଅତିକ୍ରମ କରିବ ବୈଦ୍ୟୁତିକ ଯାନ ବିକ୍ରି

ନୂଆଦିଲ୍ଲୀ,୨୭।୩: ବିଗତ କିଛି ବର୍ଷ ହେବ ଭାରତୀୟ ଅଟୋଶିଳ୍ପରେ ଇଲେକ୍ଟ୍ରି ଭେଇକିଲ (ଇଭି)ର ଚାହିଦା ବୃଦ୍ଧି ପାଇଚାଲିଛି। ଏପରିକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଉଭୟ ଇଭି ନିର୍ମାତା ଓ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ପ୍ରଦାନ କରୁଛନ୍ତି। ଫଳରେ ଇଭି ଯାନର ଚାହିଦା ପ୍ରତି ବର୍ଷ ବଢ଼ିଚାଲିଛି। ବିଶେଷକରି ପରିବେଶ ସୁରକ୍ଷା ଓ ତୈଳ ଦର ବୃଦ୍ଧି ଯୋଗୁ ଇଭି ବଜାରରେ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ଇଭି ଚାହିଦା ବଢିବା ସହ ବିକ୍ରି ମଧ୍ୟ ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଏପରିକି ଚଳିତ ଆର୍ଥିକ ବର୍ଷ ଅପେକ୍ଷା ଆସନ୍ତା ଆର୍ଥିକ ବର୍ଷରେ ଏହି ସଂଖ୍ୟା ୨ ମିଲିୟନ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ବିଶେଷକରି ବର୍ତ୍ତମାନର ଇଭି ଚାହିଦା ଓ ଆଗାମୀ ଦିନର ବଜାରକୁ ଲକ୍ଷ୍ୟ ରଖି ଦେଶର ପ୍ରମୁଖ ଇଭି ନିର୍ମାତାମାନେ ସବୁ ବର୍ଗର ଇଭି ମଡେଲ ବଜାରକୁ ଛାଡିବାକୁ ଆଗ୍ରହ ପ୍ରକାଶ ସହ ପ୍ରୟାସ ଜାରି ରଖିଛନ୍ତି। ସେହିପରି ଫାଷ୍ଟର ଆଡପସନ ଆଣ୍ଡ ମାନୁଫାକ୍ଚରିଙ୍ଗ ଅଫ ଇଲେକ୍ଟ୍ରି ଭେଇକିଲ୍‌ସ (ଏଫଏଏମଇ)-୨ ପ୍ରୋଗାମ ଜରିଆରେ ଉକ୍ତ ପ୍ରକ୍ରିୟା ଦ୍ରୁତ ଅଗ୍ରଗତି କରୁଛି। ଏପରିକି ଖୁବଶୀଘ୍ର ଉକ୍ତ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା ବେଳେ ଇଭି ନିର୍ମାତାମାନେ ମଧ୍ୟ ସେମାନଙ୍କର ଆଗାମୀ କାର୍ଯ୍ୟଧାରା ବିଷୟରେ ଯୋଜନା କରୁଥିବା ଜଣାପଡିଛି।

ଅପରପକ୍ଷରେ ଇଭିଗୁଡିକର ଖୁଚୁରା ବିକ୍ରୟ ୨୦୨୨-୨୩ ଆର୍ଥିକ ବର୍ଷରେ ୧.୧୧ ମିଲିୟନ ୟୁନିଟ୍‌ ଅତିକ୍ରମ କରିସାରିଛି। ଯାହା ମୋଟ ଅଟୋମୋବାଇଲ୍‌ ବିକ୍ରିର ୫%ରୁ ଅଧିକ। ବିଶେଷ କରି ୨୦୨୧-୨୨ ଆର୍ଥିକ ବର୍ଷରୁ ୧୪୭% ଅଭିବୃଦ୍ଧି କରିଥିବା ଜଣାପଡିଛି। ଏପରିକି ସରକାରଙ୍କ ବାହାନ ୱେବ୍‌ସାଇଟରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପ୍ରାୟ ୧.୧ ମିଲିୟନ ଇଭି ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଇଭି ଫ୍ଲିଟ ଅପରେଟର ଏବଂ ଦୁଇ ଓ ତିନି ଚକିଆ ଯାନ କିଣୁଥିବା ବ୍ୟକ୍ତିମାନେ ଉକ୍ତ ଅଭିବୃଦ୍ଧିର ମୁଖ୍ୟ ଡ୍ରାଇଭର ହୋଇସାରିଛନ୍ତି। ଫଳରେ ନୂତନ ଲଞ୍ଚ ଏବଂ ଚାର୍ଜିଂ ପଏଣ୍ଟଗୁଡିକର ଉପଲବ୍ଧତା ସହ ସ୍ବଳ୍ପ ମୂଲ୍ୟରେ ଚାଲୁଥିବା ସହିତ କ୍ରେତାଙ୍କୁ ଆକର୍ଷିତ କରୁଛି। ଇଭି ଦୁଇ ଏବଂ ତିନି ଚକିଆ ଯାନ ୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବାଧିକ ବିକ୍ରି ପାଇଁ ଯଥାକ୍ରମେ ୬,୯୦,୦୦୦ ୟୁନିଟ୍‌ ଏବଂ ୩,୭୨,୦୦୦ ୟୁନିଟ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri