ବନ୍ଧହୁଡ଼ା କାଟିଦେଲେ ଲୋକେ

ଲାଞ୍ଜିଗଡ଼,୧।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ଏରୋଡ୍ରମ ନିକଟରେ ଥିବା ଶହେ ଏକରରୁ ଅଧିକ ଜମିରେ ପାଣି ମାଡ଼ି ପାରୁନାହିଁ। ବନ୍ଧରୁ ପାଣି ନେଇ ଚାଷୀମାନେ ଜମିରେ ଜଳସେଚନ କରୁଥିଲେ। ଜମି ନିକଟରେ ଥିବା ଛୋଟ ବନ୍ଧ ଯୋଗୁ ଶହେ ଏକରରୁ ଅଧିକ ଜମିରେ ଧାନ ଫସଲ ହେଉଥିଲା। କିନ୍ତୁ ବିନା କାରଣରେ ହିଂସା ପରାୟଣ ହୋଇ କିଛି ଲୋକେ ବନ୍ଧହୁଡ଼ା କାଟିଦେବାରୁ ଚାଷ ଜମିରେ ପାଣି ମାଡ଼ିପାରୁନାହିଁ । ବନ୍ଧ ହୁଡ଼ାକୁ କିଛି ଲୋକେ କାଟିଦେବା ସହିତ ନଦୀରେ ସିନା ପାଣି ଛାଡ଼ିଦେଲେ ଚାଷ ଜମିରେ ଜଳସେଚନ କରାଇ ଦେଲେନାହିଁ। ଏପରି ପରିସ୍ଥିତି ଯୋଗୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗାଁର ୨୦ରୁ ଅଧିକ ଚାଷୀ ଏବେ ହତାଶ ହୋଇ ପଡ଼ିଛନ୍ତି  । ଏହାକୁ ନେଇ ଚାଷୀମାନେ ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଅପରପକ୍ଷରେ ଚଳିତ ଖରିଫ ଋତୁରେ ବିକ୍ଷିପ୍ତ ବର୍ଷା ଯୋଗୁ ଶତାଧିକ ଏକର ଜମିରେ ମାଟି ଫାଟି ଆଁ କରିଥିବାବେଳେ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ଧାରକରଜ କରି ଗରିବ ଚାଷୀମାନେ ଧାନ ଚାଷ କରିଥିବାବେଳେ ପାଣି ଅଭାବରୁ ସେମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ବୋରିଂଝୋଲି ଗାଁର ଲୋକଙ୍କ ଭୁଲ ବୁଝାମଣାର ଯୋଗୁ ନିରୀହ ଚାଷୀମାନେ ଫଳ ଭୋଗୁଛନ୍ତି। ଏହାର ୁବିଚାର କରିବା ସହିତ ବିନା କାରଣରେ ବଂଶଧାରା ନଦୀକୁ ବହି ଯାଉଥିବା ପାଣିକୁ ଅଟକାଇ ଜଳସେଚନ କାର୍ଯ୍ୟରେ ଲଗାଇବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଛତ୍ରପୁର ଗାଁର ବନ ହରିଜନ, ଗଣ୍ୟାସୀ ହରିଜନ, ଭୈରବ ଲୋହରା, ଟିକାନା ଲୋହରା, ସିରିଂଜଲ ଲୋହରାଙ୍କ ସମେତ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%

କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ…

ଦୈନିକ ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ, ପାଟ୍ରୋଲିଂବେଳେ ୨ ଜଣଙ୍କୁ ଅଟକାଇବାରୁ ମିଳିଲା…

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ…

ଠେଙ୍ଗାରେ ପିଟିପିଟି ବୃଦ୍ଧ ବାପାଙ୍କୁ ହତ୍ୟା: ପୁଅ-ବୋହୂ ଗିରଫ

କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା…

MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍‌ୱେ ଷ୍ଟେଶନରୁ ମିଳିଲା ମୋବାଇଲ

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri