ଚିଙ୍ଗୁଡ଼ିଘେରି ପାଇଁ ଜଳ, ସ୍ଥଳ ପ୍ରଭାବିତ

କେନ୍ଦ୍ରାପଡ଼ା,୨୨ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡ଼ି ଘେରି ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ୨୦ ହଜାରରୁ ଊର୍ଦ୍ଧ୍ୱ ଏକରରେ ହେଉଥିବା ଚାଷ ଜଳ ଓ ସ୍ଥଳଭାଗକୁ ପ୍ରଭାବିତ କରୁଛି। ଜାତୀୟଉଦ୍ୟାନ ଭିତରକନିକା ଜୈବ ବିବିଧତାକୁ ନଷ୍ଟ କରୁଛି। ସେହିପରି ଚିଙ୍ଗୁଡ଼ି ଘେରି ପାଇଁ ନାଳ ଦ୍ୱାରା ଆସୁଥିବା ଲୁଣା ପାଣି ଉପାନ୍ତ ଅଞ୍ଚଳର ଚାଷୀଙ୍କ ଲାଗି ବିପଦ ସୃଷ୍ଟି କରିଛି। ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିଜ ଆଡ଼ୁ ମାମଲା କରାଯାଇ ଏହାର ଉଚ୍ଛେଦ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଆମିକସ୍‌କ୍ୟୁରୀ ମୋହିତ ଅଗ୍ରୱାଲଙ୍କୁ ନିଯୁକ୍ତି ଦିଆଯାଇ ନିରୀକ୍ଷଣ ପାଇଁ ଦାୟିତ୍ୱ ଦିଆଯାଇଛି। ଏହା ସତ୍ତ୍ୱେ ପ୍ରଶାସନିକ ଅବହେଳା ସମସ୍ୟାର ସମାଧାନକୁ ବିଳମ୍ବିତ କରୁଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ କିଛିମାତ୍ରାରେ ତ୍ୱରାନ୍ବିତ ହୋଇଥିଲା। ତେବେ କେତେଜଣ ମାଲିକ ଘେରି ଅବୈଧ ହୋଇ ନ ଥିବା ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ୩ଟି ମାମଲା ଦାଖଲ କରିଥିଲେ। ୯ ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ, ଜୀବନ ଜୀବିକା ପାଇଁ ନିଜ ଜମିରେ ଚିଙ୍ଗୁଡି ଚାଷ କରୁଛନ୍ତି। ଏଥିରେ ପ୍ରଦୂଷଣଜନିତ ସମସ୍ୟା ନାହିଁ। ଦ୍ୱିତୀୟ ଆବେଦନପତ୍ର ୧୭ ଜଣ ଆବେଦନକାରୀ ଦର୍ଶାଇଛନ୍ତି ଯେ, ଅତ୍ୟାଧୁନିକ ପ୍ରଣାଳୀରେ ନିଜ ଜମିରେ ଚିଙ୍ଗୁଡି ଚାଷ କରୁଛନ୍ତି। ସେହିପରି ତୃତୀୟ ଆବେଦନପତ୍ରରେ ଆଇନ ଅନୁଯାୟୀ ଚିଙ୍ଗୁଡି ଘେରି କରୁଥିବା ୧୭ ଜଣ ଆବେଦନକାରୀ ଚାଷୀ ଦର୍ଶାଇଛନ୍ତି। ଫଳରେ ବୈଧ ଓ ଅବୈଧ ଘେରିକୁ ନେଇ ପ୍ରଶ୍ନ ଉଠିବାରୁ ଚିହ୍ନଟ ପାଇଁ ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ସାମାଜିକ କର୍ମୀ ବୀରେନ କୁମାର ଦାସ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଘେରି ଜାତୀୟ ଉଦ୍ୟାନ ଭିତରକନିକା ଓ ଘେରି ନିକଟ ଚାଷୀଙ୍କ ପାଇଁ ବିପଦ ସାଜିଛି। ଏହା ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରୁଥିବା ବେଳେ ଘେରି ନିକଟ ଚାଷଜମି ଲୁଣା ପାଲଟିଛି। ଫଳରେ ଚାଷୀ ଓ ଘେରିମାଲିକଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ଉପୁଜୁଛି। ଏପରି କି ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ଏଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନେଇ ରାଜନଗର ବ୍ଲକ କୁରୁଣ୍ଡି ପଞ୍ଚାୟତରେ ଗୁଳିମାଡ଼ ଘଟଣା ହୋଇଥିଲା। ସେହିପରି ମହାକାଳପଡ଼ା ତହସିଲ ପେଟଛେଲା ରାଜସ୍ବ ଗ୍ରାମ ଅଞ୍ଚଳରେ ୩୯ ଏକର ଗ୍ରାମ୍ୟ ଜଙ୍ଗଲ ଓ ଗୋଚରରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ ନେଇ ଘେରି ମାଲିକ ଓ ଗ୍ରାମବାସୀ ମୁହଁାମୁହିଁ ହୋଇଛନ୍ତି। ରାଜକନିକା ଅଞ୍ଚଳରେ ଘେରି ପାଇଁ ନିର୍ମିତ ନାଳରେ ଲୁଣା ପାଣି ଆସୁଥିବା ନେଇ ବାଦବିବାଦ ଲାଗିଛି। ଜିଲାରେ ୨୦ ହଜାରରୁ ଅଧିକ ଏକରରେ ଚିଙ୍ଗୁଡ଼ି ଘେରି ହୋଇଛି ବୋଲି ସେ ଦର୍ଶାଇଛନ୍ତି। ପରିବେଶବିତ ହେମନ୍ତ କୁମାର ରାଉତ କହିଛନ୍ତି, ଭିତରକନିକାର ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଚିଙ୍ଗୁଡି ଘେରି ଉଚ୍ଛେଦ ହେଉଛି। ଘେରିରୁ ଉପତ୍ନ୍ନ ପ୍ରଦୂଷିତ ଜଳ ଓ ବାୟୁ ସ୍ଥାନୀୟ ଭିତରକନିକାକୁ ନଷ୍ଟ କରୁଛି। ଏହାର ସଦ୍ୟତମ ଉଦାହରଣ ଭିତରକନିକାର ଜଗତଯୋର ଅଞ୍ଚଳରେ ଦେଖିବାକୁ ପାଇବେ। ଘେରିରୁ ଉପତ୍ନ୍ନ ବର୍ଜ୍ୟ ଜଳ ସାମୁଦ୍ରିକ ପ୍ରାଣୀଙ୍କ କ୍ଷତି କରୁଥିବା ବେଳେ ନିକଟରେ ଥିବା ହେନ୍ତାଳବଣକୁ ନଷ୍ଟ କରୁଛି। ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇ ନ ପାରିବାର ଅନ୍ୟତମ କାରଣ ଚିଙ୍ଗୁଡ଼ି ଘେରି ହୋଇଛି। ୨୦୧୬ରେ ୟୁନେସ୍କୋ ପକ୍ଷରୁ ଆସିଥିବା ଟିମ୍‌ ଭିତରକନିକାରେ ଚିଙ୍ଗୁଡ଼ି ଘେରିକୁ ଅନୁଧ୍ୟାନ କରି କ୍ଷୋଭ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଜଙ୍ଗଲ ଜମିରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଚାଲିଛି। କେତେକ ଚିଙ୍ଗୁଡ଼ି ଘେରି ମାଲିକ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା କରିଛନ୍ତି। ମାମଲାର ଆବେଦନକାରୀଙ୍କ ଘେରି ସମ୍ପର୍କରେ ତଦନ୍ତ କରାଯାଇଛି। ଅବୈଧ ଘେରି ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?