Posted inଜାତୀୟ

ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ନିଜ ହାତରେ ରୋଷେଇ କରି ଖୁଆଇବେ ମୁଖ୍ୟମନ୍ତ୍ରୀ

ଜଳନ୍ଧର,୮।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ଅଲିମ୍ପିକ ପଦକ ବିଜେତାମାନଙ୍କୁ ବୁଧବାର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ରାତ୍ରୀ ଭୋଜନ ପାଇଁ ପଟିଆଲାର ପାରମ୍ପାରିକ ଖାଦ୍ୟ ପୁଲାଓ, ମେଣ୍ଢା ମାଂସ, ଚିକେନ, ଆଳୁ ଏବଂ ମିଠା ପୁଲାଓ ଭଳି ସମସ୍ତ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବେ ନିଜେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ପଞ୍ଜାବର ଅଲିମ୍ପିକ ପଦକ ବିଜେତା କ୍ରୀଡ଼ାବିତ୍‌ (ଏବଂ ନୀରଜ ଚୋପ୍ରା) କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ କ୍ୟାପଟେନ ଅମରିନ୍ଦର ସିଂ ନିଜେ ରୋଷେଇ କରି ଖେଳାଳିଙ୍କୁ ଖୁଆଇବେ। ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରେଭେନ ଥୁକ୍ରାଲ ଟୁଇଟ୍‌ କରିଛନ୍ତି।
କ୍ୟାପଟେନ ଅମରିନ୍ଦର ସିଂ ଜଣେ ଭଲ ରୋଷେୟା। ଗତ ମାସରେ ପଞ୍ଜାବରେ ଟୋକିଓ ଅଲିମ୍ପିକ୍ସର ବିଜେତାମାନଙ୍କ ସମ୍ମାନାର୍ଥେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ୟାପଟେନ ଅମରିନ୍ଦର ସିଂ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ସମସ୍ତ ଖେଳାଳିଙ୍କୁ ନିଜ ହାତରନ୍ଧା ଖାଦ୍ୟ ଯୋଗାଇ ଦେବେ। ମୁଁ ଖାଦ୍ୟକୁ ବହୁତ ପସନ୍ଦ କରେ ନାହିଁ କିନ୍ତୁ ରୋଷେଇ କରିବାକୁ ଭଲ ପାଏ। ମୁଁ ତୁମ ସମସ୍ତଙ୍କ ପାଇଁ ରୋଷେଇ କରିବି ଏବଂ ସମସ୍ତ ପଦକ ବିଜେତାଙ୍କୁ ପଞ୍ଜାବ ସରକାର ଚାକିରି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଜାବରେ ଖେଳାଳିଙ୍କ ନାମରେ ସ୍କୁଲ ଏବଂ ରାସ୍ତା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଲକ୍ଷ୍ୟ ଆମଦାନୀ ହ୍ରାସ, ରପ୍ତାନି ବୃଦ୍ଧି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୮: ନୀତି ଆୟୋଗର ସପ୍ତମ ଗଭର୍ନିଂ କାଉନସିଲ ବୈଠକ ରବିବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ...

ଭୋଟର-ସୁରକ୍ଷାକର୍ମୀ ହାତାହାତି: ଲାଠିଚାର୍ଜ, ଫାୟାରିଂ ଯୋଗୁ ଲୋକେ ଆତଙ୍କିତ

ପାଟନା,୭।୧୧: ବିହାରର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟର ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଛନ୍ତି। ପୂର୍ଣିଆର ଧମଦାହା ଆସନର ଅଲିଗଞ୍ଜ୍‌ ସ୍ଥିତ ବୁଥ୍‌...

ଗ୍ରାହକ ସାଲାଡକୁ ବାସି କହିବାରୁ ରେଷ୍ଟୁରାଣ୍ଟ ମାଲିକ କଲେ ଏମିତି

ଜୟପୁର,୨୩।୧: ରାଜସ୍ଥାନର ଯୋଧପୁରସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ସାଲାଡକୁ ବାସି କହିବାରୁ ତାଙ୍କୁ ଭାରି ପଡ଼ିଛି। ଗ୍ରାହକଙ୍କୁ ରେଷ୍ଟୁରାଣ୍ଟର ମାଲିକ ଏବଂ ତାଙ୍କ କର୍ମଚାରୀମାନେ...

୨୮ରେ ଶପଥ ନେବେ ଉଦ୍ଧବ

ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍‌ଭିଏ) ଦଳର ନେତା...

ପାନ୍‌-ଆଧାର ଲିଙ୍କ୍‌ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍‌ ସହ ଆଧାର ଲିଙ୍କ୍‌ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା, ୩ ଡାକ୍ତର- ପୋଲିସ ଅଧିକାରୀ ଗିରଫ…

ଗୁଆହାଟି,୮।୧୧ : ଆସାମର ଡାରଙ୍ଗ ଜିଲାରେ ଜଣେ ୧୩ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପାଇଁ ଜଣେ ପୋଲିସ...

ଜି୨୦ ସମିଟ୍‌ ରଣନୀତି: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୫।୧୨: ୨୦୨୩ ବର୍ଷ ଲାଗି ଭାରତ ଜି୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍‌ ଲାଗି ରଣନୀତି...

ସୀମାରେ ଯବାନଙ୍କ ପାଖରେ ଅସ୍ତ୍ର ଥାଏ

ନୂଆଦିଲ୍ଲୀ,୧୯ା୬:ଚାଇନା ସୀମାରେ ମୁତୟନ ସମସ୍ତ ଭାରତୀୟ ଯବାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥାଏ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁରୁବାର କହିଛନ୍ତି। ଗଲଓ୍ବାନକୁ ବିନା ଅସ୍ତ୍ରରେ...

Advertisement
Archives

Model This Week