Posted inଜାତୀୟ

ଚିନ୍ତାରେ ଲାଲୁ, ବଢିଲା ସୁଗାର-ବିପି

ପାଟନା,୨୨ ।୨: ଗୋଖାଦ୍ୟ ଦୁର୍ନିତି ମାମଲରେ ସୋମବାର ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଓ ୬୦ଲକ୍ଷ ଟଙ୍କା ଜରିମାନା କରାଯିବା ପରେ ଚିନ୍ତିତ ହୋଇ ପଡିଛନ୍ତି ଲାଲୁ । ଏବେ ସେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ହଠାତ୍ ତାଙ୍କର ସୁଗାର ଓ ବିପି ବଢିଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ରିମ୍ସରେ ଲାଲୁଙ୍କ ଚିକିତ୍ସା କରୁଥିବା ଏକ ୭ ଜଣିଆ ଡାକ୍ତରୀ ଟିମ୍‌ର ମୁଖ୍ୟ ଡାକ୍ତର ବିଦ୍ୟାପତି କହିଛନ୍ତି ଚିନ୍ତାରେ ଲାଲୁ ଯାଦବଙ୍କ ସୁଗାର ଓ ବିପି ବଢୁଛି ଆଉ କମୁଛି । କୋର୍ଟଙ୍କ ରାୟ ଶୁଣିବା ପରେ ଏହା ପରିଲକ୍ଷିତ ହୋଇଛି । ହେଲେ ବେଶିକିଛି ଚିନ୍ତା ନ କରିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଡାକ୍ତମାନେ ତାଙ୍କୁ ସାନ୍ତ୍ୱନା ବି ଦେଉଛନ୍ତି ।
ୠାଲୁଙ୍କ କିଡ୍‌ନୀ କେବଳ ୨୦ ପ୍ରତିଶତ କ୍ଷମତାରେ ଚାଲୁଥବା ବେଳେ ସବୁବେଳେ ଶାନ୍ତ ରହିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନିତିର ପଞ୍ଚମ ମାମଲାରେ ଲାଲୁ ପ୍ରସାଦ ଯାବଦ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସୋମବାର ତାଙ୍କୁ ସଜା ଶୁଣାଯାଇଥିଲା । ଆଉ ଏହା ଜାଣିବା ପରେ ଲାଲୁଙ୍କ ଚିନ୍ତା ବଢିଯାଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଜ ସାଗର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: କେମିତି ହେଲା ମୃତ୍ୟୁ ଛାନ୍‌ଭିନ ଚଳାଇଛି ପୋଲିସ

ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପ୍ରେମିକଙ୍କ ସହ ଅସଂଜତ ଅବସ୍ଥାରେ ସ୍ତ୍ରୀଙ୍କୁ ଦେଖିଦେଲେ ସ୍ବାମୀ, ତା’ପରେ ଯାହା ଘଟିଲା…

ଦିଗପହଣ୍ଡି,୨୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଘଟିଯାଇଛି ଏକ ଚର୍ଚ୍ଚିତ ଘଟଣା। ଘରେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ…

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ରାସ୍ତାରେ ଅଚେତ୍‌ ହୋଇ ପଡ଼ିଥିଲେ ମହିଳା, ଦେଖିକି ମୁଖ୍ୟମନ୍ତ୍ରୀ ବସ୍‌ ଚାଳକ, କଣ୍ଡକ୍ଟର କଲେ ଏମିତି କାମ

ନନ୍ଦପୁର, ୨୫।୫(ତୁଷାର କାନ୍ତ ମହାନ୍ତି ): ଲମତାପୁଟ-ଟିକରପଡ଼ା ମୁଖ୍ୟମନ୍ତ୍ରୀ ବସ୍‌ରେ କାର୍ଯ୍ୟରତ ଚାଳକ, କଣ୍ଡକ୍ଟର ସୋମବାର ପୂର୍ବାହ୍ନରେ ରାସ୍ତା କଡ଼ରେ ଅଚେତ୍‌ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ମୁଦ୍ରାସ୍ଫୀତି ମଧ୍ୟରେ PNG ଏବଂ LPG ଗ୍ରାହକଙ୍କୁ ଆଶ୍ୱସ୍ତି, ଉପକୃତ ହେବେ ଛାତ୍ରଙ୍କଠୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାର ପାଇପ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ କରିଥିବା LPG ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର LPG ଯୋଗାଣ…

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

ଝାରସୁଗୁଡ଼ା ପ୍ରିମିୟର ଲିଗ୍‌: ଟାଉନ୍‌ ବୀର୍ସ ଚାମ୍ପିୟନ

ଝାରସୁଗୁଡ଼ା,୨୫।୫(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ମନମୋହନ ଏମ୍‌.ଇ. ସ୍କୁଲ ପଡ଼ିଆଠାରେ ଝାରସୁଗୁଡ଼ା ପ୍ରିମିୟର ଲିଗ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ମଙ୍ଗଳ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri