Posted inଜାତୀୟ

ଦଣ୍ଡାଦେଶ ଆସିବା ଯାଏ ହଟଓ୍ବାର ଜେଲ୍‌ରେ ରହିବେ ଲାଲୁ

ରାଞ୍ଚି,୧୫।୨: ଗୋଖାଦ୍ୟ ଦୁର୍ନୀତି ମାମଲା ସହ ଜଡିତ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫କୋଟି ଟଙ୍କା ବେଆଇନ ଭାବେ ପ୍ରତ୍ୟାହାର କରାଯିବା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ରାଞ୍ଚି ସ୍ଥିତ ସିବିଆଇର ସ୍ବତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ତାଙ୍କ ଦଣ୍ଡାଦେଶ ନ ଆସିବା ପର୍ଯ୍ୟନ୍ତ କୋର୍ଟ ଲାଲୁଙ୍କୁ ହଟୱାର ଜେଲ୍‌କୁ ପଠାଇ ଦେଇଛନ୍ତି। ଫେବୃଆରୀ ୨୧ରେ ଲାଲୁଙ୍କ ଦଣ୍ଡବିଧାନ ଶୁଣାଣି ହେବାର ଅଛି। ରାଞ୍ଚି ସ୍ଥିତ ସିବିଆଇର ଏକ ସ୍ବତନ୍ତ୍ର କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ତୁରନ୍ତ ଲାଲୁ ଯାଦବଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁଙ୍କୁ ରିମ୍ସ ହସ୍ପିଟାଲ ପଠାଇବା ପରିବର୍ତ୍ତେ ସିଧାସଳଖ କୋର୍ଟ ତାଙ୍କୁ ରାଞ୍ଚି ସ୍ଥିତ ହଟଓ୍ବାର ଜେଲ୍‌କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହଟୱାର ଜେଲ୍‌ରେ ଡାକ୍ତରଙ୍କ ଏକ ଟିମ୍‌ ଲାଲୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି। ତେବେ ଡାକ୍ତରଙ୍କ ରିପୋର୍ଟ ପରେ ତାଙ୍କୁ ରିମ୍ସକୁ ପଠାଯାଇପାରିବ ବୋଲି କୁହାଯାଉଛି। ବୋଧ ହୁଏ ଆଜି ରାତି ଲାଲୁଙ୍କୁ ହଟୱାର ଜେଲ୍‌ରେ ହିଁ ବିତାଇବାକୁ ପଡିବ। ଅପରପକ୍ଷେ ଲାଲୁଙ୍କ ବୟସ ଏବଂ ଅସୁସ୍ଥତା ସମ୍ପର୍କରେ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। ଲାଲୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନୁହେଁ ତେଣୁ ତାଙ୍କୁ ରିମ୍ସକୁ ସ୍ଥାନାନ୍ତର କରିବାକୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ୍‌ ବୋଲି ଆଡଭୋକେଟ ପ୍ରଭାତ କୁମାନ କୋର୍ଟରେ ଏକ ଆବେଦନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଲେ ବିଏସ୍‌ଏଫ୍‌ ଯବାନ

ଶ୍ରୀନଗର,୨୧।୧୧: ଏଲ୍‌ଓସିରେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ସାମ୍ବା ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ଯବାନ ଗୁଳିକରି ଖସାଇ ଦେଇଛନ୍ତି। ଡ୍ରେନ୍‌ଟି ଭାରତୀୟ...

ଅଭିଯୁକ୍ତ ସିଜାନଙ୍କ ବଢିଲା ଅଡୁଆ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ସୁଇସାଇଡ ମାମଲାରେ ଅଭିଯୁକ୍ତ ଅଭିନେତା ସିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । କୋର୍ଟ ସିଜାନଙ୍କ ପୋଲିସ କଷ୍ଟଡିକୁ...

ରାଜସ୍ଥାନରେ ଆଲି ବାବା ଚାଳିଶ ଚୋରଙ୍କ ସରକାର: ବସୁନ୍ଧରା ରାଜେ…

ଜୟପୁର,୧୩।୫ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶନିବାର ପ୍ରତାପଗଡର ହୋରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଦୁଇଟି...

ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ, ୨୫।୮: ବିଶିଷ୍ଟ ସାହିତି୍ୟକା ଯଶୋଧାରା ମିଶ୍ର ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ ପୁସ୍ତକ ପାଇଁ ୨୦୨୦ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ...

୨୦ ବର୍ଷ ତଳର ଦୁଃଖର ପାହାଡ ପୁଣିଥରେ ମୋ ଉପରେ ଭାଙ୍ଗି ପଡିଲା: ବିଲକିସ ବାନୋ

ଅହମଦାବାଦ,୧୮ ।୮: ବିଲକିସ ବାନୋ ବଳାତ୍କାର ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତା ବିଲକିସ ବାନୋ...

ଡ୍ୟାମ୍‌ରେ ବୁଡ଼ିଲା ବୋଟ୍‌: ଗୋଟିଏ ପରିବାରର ୮ ମୃତ

କୋଡରମା,୧୭।୭: ଝାଡ଼ଖଣ୍ଡର ଗିରିଡିହ ପଞ୍ଚିଖେରୋ ଡ୍ୟାମ୍‌ରେ ରବିବାର ଏକ ବୋଟ୍‌ ବୁଡ଼ି ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗିରିଡିହ ଅଞ୍ଚଳର ଏକ...

ଗୋଟିଏ ବର୍ଷରେ ୧.୫୮ ଲକ୍ଷ ବାଇକ୍‌ ଦୁର୍ଘଟଣା, ୫୬ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୩: ଦେଶରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢିଚାଲିଛି। ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ସଂସଦରେ କହିଛନ୍ତି, ୨୦୨୦ରେ ଭାରତରେ ୧,୫୮,୯୬୪ ଦୁଇ...

କୁମାର ବିଶ୍ୱାସଙ୍କୁ ଅଫର୍‌ ଦେଲା ଭାଜପା

ଲକ୍ଷ୍ନୌ,୨୦।୩: ଉତ୍ତରପ୍ରଦେଶ ବିଧାନ ପରିଷଦର ମନୋନୀତ ସଦସ୍ୟଙ୍କ ନାମ ଉପରେ ଏବେ ବି ଚର୍ଚ୍ଚା ଚାଲିଛି। କବି ତଥା ଆମ୍‌ ଆଦମୀ ପାର୍ଟିର ପୂର୍ବତନ ନେତା...

Advertisement
Archives

Model This Week