Posted inଜାତୀୟ

ଲାଲୁଙ୍କ ସୁରକ୍ଷାରେ ଥିବା ୯ସୁରକ୍ଷାକର୍ମୀ କରୋନା ପଜିଟିଭ୍‌

ରାଞ୍ଚି,୨୧।୭: ଝାଡ଼ଖଣ୍ଡ ରାଞ୍ଚିରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ଥିବା ୯ଜଣ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଆସିବା ପରେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଲାଲୁଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସସସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରିମ୍ସର ଅଧୀକ୍ଷକ ବିବେକ କଶ୍ୟପ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚାରା ଦୁର୍ନିତୀରେ କାରାଦଣ୍ଡ ଭୋଗୁଥିବା ଲାଲୁଙ୍କୁ ଚିକିତ୍ସା ପାଇଁ ରିମ୍ସର ପୋଇଂ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ କରୋନା ସଂକ୍ରମଣ ଭୟ ଯୋଗୁ ତାଙ୍କୁ ଅଗଷ୍ଟ ୫ରେ ରିମ୍ସ ହସ୍ପିଟାଲର ନିର୍ଦ୍ଦେଶକଙ୍କ ବଙ୍ଗଳାକୁ ଲାଲୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ ବଙ୍ଗଳାରେ ତାଙ୍କ ସୁରକ୍ଷାରେ ୯ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ନଦୀକୁ ଶୌଚ ହେବାକୁ ଯାଇଥିଲେ କୃଷ୍ଣଚନ୍ଦ୍ର: ସକାଳୁ ଘଟିଲା…

ଭଞ୍ଜନଗର,୨୪।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସହର ଦେଇ ଯାଇଥିବା ଲୋହରାଖଣ୍ଡି ନଦୀରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଭଞ୍ଜନଗର…

MIର ଲଜ୍ଜାଜନକ ପରାଜୟ ପାଇଁ କିଏ ଦାୟୀ? ମ୍ୟାଚ ପରେ ଖୋଲିକି କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୪: IPL ୨୦୨୬ ଯାତ୍ରା ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ହୋଇନାହିଁ। ଗୁରୁବାର ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇକୁ ୧୦୩ ରନରେ ପରାସ୍ତ କରିଛି। ଇତିହାସରେ…

ଟ୍ରମ୍ପଙ୍କୁ ଶୁଣାଇଦେଲା ଭାରତ, କହିଲା ଅଭଦ୍ର…

ଓ଼୍ବାଶିଂଟନ,୨୪।୪: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତକୁ “ନର୍କ” ବୋଲି ବର୍ଣ୍ଣନା କରିବା ମନ୍ତବ୍ୟ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ଟ୍ରମ୍ପଙ୍କ ବିବାଦୀୟ ସୋସିଆଲ…

ସ୍ତ୍ରୀଙ୍କୁ ହତ୍ୟା କରି ଝୁଲାଇଦେଲେ ସ୍ବାମୀ: ପରକୀୟା ପ୍ରୀତି ସନ୍ଦେହରେ…

ଫୁଲବାଣୀ/ଖଜୁରିପଡ଼ା,୨୪ା୪ (ରାକେଶ କୁମାର ରାଉତ/ବିଦୂର ବେହେରା):କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ହାତୀର ରାଗ ବନକର୍ମଚାରୀଙ୍କ ଉପରେ ଛାଡିଲେ ସ୍ଥାନୀୟ ଲୋକେ, ନିର୍ଘାତ ମାଡ଼ ମାରି…

ଉଦଳା,୨୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଦନ୍ତାହାତୀ ଘର ଭାଙ୍ଗିବା ପରେ ସ୍ଥାନୀୟ ଲୋକେ ବନକର୍ମଚାରୀଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ହାତୀକୁ ଟ୍ରାକ କରୁଥିବା ବନବିଭାଗ ଗାଡିକୁ ଭାଙ୍ଗିବା ସହ…

ଦିବାକରଙ୍କୁ ସହାୟତାର ହାତ ବଢ଼ାଇଲେ କଣ୍ଠଶିଳ୍ପୀ ରୁକୁ ସୁନା

ନୂଆପଡ଼ା,୨୪ା୪ (ମକାରୁ ବେମାଲ):ବାଇକ୍‌ ଦୁର୍ଘଟଣାରେ ଗୋଡ ହରାଇଥିବା ବ୍ୟକ୍ତିଙ୍କୁ କଣ୍ଠଶିଳ୍ପୀ ରକଷ୍ଟାର ରୁକୁ ସୁନା ସହାୟତାର ହାତ ବଢାଇଛନ୍ତି। ବୁଧବାର ସେ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ…

ଫେଲ୍ ମାରିଛି ବସୁଧା ଯୋଜନା, ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ

ଆର ଉଦୟଗିରି,୨୪।୪(ମନୋଜ କୁମାର ପାଢୀ): ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି…

ସପ୍ତାହେ ହେଲା କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ

ଲୋଇସିଂହା,୨୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅଧୀନ କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଗୋଟିଏ ସପ୍ତାହ ହେଲା ଅଚଳ ହୋଇପଡ଼ିଛି। ପ୍ରକଳ୍ପର କେବୁଲକୁ କେହି ଦୁର୍ବୃତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri