ଲାଲଚାନ୍ଦ୍‌ ଆଣିଲା ସ୍ବତନ୍ତ୍ର ରୁପା ମୁଦ୍ରା ‘ଶ୍ରୀରାମ ଦରବାର’

ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ତଥା ପୂର୍ବଭାରତର ସର୍ବାଧିକ ଲୋକପ୍ରିୟ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ‘ଶ୍ରୀରାମ ଦରବାର’ ସ୍ବତନ୍ତ୍ର ସଂସ୍କରଣ ରୁପା ମୁଦ୍ରାର ଉନ୍ମୋଚନ ସହ ବିକ୍ରୟ ପାଇଁ ମଧ୍ୟ ଉପଲବ୍ଧ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ରାମମନ୍ଦିର ଏବଂ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ‘ଶ୍ରୀରାମ ଦରବାର’ ସ୍ବତନ୍ତ୍ର ସଂସ୍କରଣ ରୁପା ମୁଦ୍ରା’ର ଡିଜାଇନ କରାଯାଇଛି। ଏପରିକି ଏହି ବିଶେଷ ମୁଦ୍ରା ଲାଲଚାନ୍ଦ୍‌ ଜୁଏଲର୍ସର ରଘୁନାଥପୁର, କଟକ ଏବଂ ବ୍ରହ୍ମପୁରସ୍ଥିତ ଶୋ’ରୁମ୍‌ ଆଦିରେ ଉପଲବ୍ଧ। ସେହିଭଳି ଏହି ଗୋଲାକାର ଓ ବର୍ଗାକାର ରୁପା ମୁଦ୍ରାରେ ପ୍ରଭୁ ଶ୍ରୀରାମ,ଦେବୀ ସୀତାଙ୍କ ସମେତ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ହନୁମାନଙ୍କ ଚିତ୍ର ଅଙ୍କିତ ହୋଇଛି। ହଲ୍‌ମାର୍କ ଯୁକ୍ତ ୯୯୯ଶୁଦ୍ଧତା ବିଶିଷ୍ଟ ସ୍ବତନ୍ତ୍ର ଶୈଳୀରେ ନିର୍ମିତ ଉକ୍ତ ମୁଦ୍ରା ୧୦ ଗ୍ରାମରୁ ଆରମ୍ଭକରି ୧୦୦ଗ୍ରାମ ପର୍ଯ୍ୟନ୍ତ ଉପରୋକ୍ତ ଶୋରୁମ୍‌ଗୁଡିକରେ ଉପଲବ୍ଧ। ଏହି ସ୍ବତନ୍ତ୍ର ରୁପା ମୁଦ୍ରାକୁ ଗ୍ରାହକମାନେ କ୍ରୟ (କିଣି) କରି ଏକ ଦିବ୍ୟ ଅନୁଭୂତି ଲାଭ କରିବା ସହ ବହୁ ପ୍ରତୀକ୍ଷିତ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିପାରିବେ।

ଏ ସମ୍ପର୍କରେ ଲାଲଚାନ୍ଦ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଥିଲେ, ଦୀର୍ଘ ବର୍ଷ ପରେ ଜନ୍ମଭୂମି ଅଯୋଧ୍ୟାକୁ ଶ୍ରୀରାମଲଲାଙ୍କ ଆଗମନ ଏବଂ ଭବ୍ୟ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ଲାଲଚାନ୍ଦ୍‌ର ସମସ୍ତ ଗ୍ରାହକ ଏବଂ ରାମଭକ୍ତଙ୍କୁ ହଂସ ଶୁଭକାମନା ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଲାଲଚାନ୍ଦ୍‌ ଜୁଏଲର୍ସର କଟକ ଶୋ’ରୁମ୍‌ (ଷ୍ଟୋର୍‌) ର କର୍ମଚାରୀଙ୍କ ଦ୍ୱାରା ଏକ ସୁନ୍ଦର ରଙ୍ଗୋଲି ଅଙ୍କାଯାଇ ପ୍ରଭୁ ଶ୍ରୀରାମ ଲାଲାଙ୍କୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?