ବ୍ୟାଙ୍କ ବୁଡିଗଲେ ଆପଣ ଟଙ୍କା ଫେରସ୍ତ ପାଇବେ କି, ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୮।୧୧: ଡିସେମ୍ବର ୧୬ ଯାଏ ଆରବିଆଇ ଦି ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଉପରେ କଟକଣା ଲଗାଇଛି। କ୍ରମାଗତ ୩ ବର୍ଷ ଧରି ଲକ୍ଷ୍ମୀ ବିଲାସ ବ୍ୟାଙ୍କର ଆର୍ଥିକ କାରବାର ହ୍ରାସ ପାଉଥିବାରୁ ଆରବିଆଇ ଏହାର ଟଙ୍କା ଉଠାଣ ସୀମା ଉପରେ କଟକଣା ଲଗାଇ ଦେଇଛି। ଆମକୁ ମଧ୍ୟ ଏଥିରୁ ଏକ ଶିକ୍ଷା ଶିଖିବା ଆବଶ୍ୟକ । ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କ ବନ୍ଦ ହୋଇଯାଏ ତେବେ ଆପଣ କେତେ ଟଙ୍କା ଫେରସ୍ତ କରିପାରିବେ କି ନାହିଁ …
ବ୍ୟାଙ୍କଗୁଡିକ ସରକାରୀ କିମ୍ବା ବେସରକାରୀ, ବିଦେଶୀ କିମ୍ବା ଅପରେଟିଭ ହେଉ, ଏଥିରେ ଜମା ହୋଇଥିବା ଟଙ୍କା ଉପରେ ସୁରକ୍ଷା ଜମା ବୀମା ଏବଂ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ଦ୍ୱାରା ଉପଲବ୍ଧ। ବ୍ୟାଙ୍କଗୁଡ଼ିକ ଏଥିପାଇଁ ଏକ ପ୍ରିମିୟମ ପ୍ରଦାନ କରନ୍ତି। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯାହା ବି ଜମା ହୋଇଛି, ଗ୍ୟାରେଣ୍ଟି କେବଳ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ। ଏଥିରେ ଉଭୟ ମୂଳଧନ ଏବଂ ସୁଧ ସାମିଲ ଥାଏ। ଏହା ପୂର୍ବରୁ ଏହି ରାଶି ୧ ଲକ୍ଷ ଟଙ୍କା ଥିଲା, ଯାହା ଫେବୃଆରୀ ୧,୨୦୨୦ରେ ଉପସ୍ଥାପିତ ବଜେଟରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, ଯଦି କୌଣସି ଗୋଟିଏ ବ୍ୟାଙ୍କରେ ଆପଣଙ୍କର ଏକରୁ ଅଧିକ ଆକାଉଣ୍ଟ ଏବଂ ଏଫଡି ଇତ୍ୟାଦି ଅଛି, ବ୍ୟାଙ୍କ ଡିଫଲ୍ଟ କିମ୍ବା ବୁଡ଼ିଯିବା ପରେ ମଧ୍ୟ ଆପଣଙ୍କୁ ମାତ୍ର ୫ ଲକ୍ଷ ଟଙ୍କା ମିଳିବ ବୋଲି ନିଶ୍ଚିତ କରାଯାଇଛି। ଏହି ରାଶି କିପରି ଗ୍ରହଣ କରାଯିବ ଡିଆଇସିଜିସିର ନିର୍ଦ୍ଦେଶାବଳୀ ରହିଛି। ଏହି ୫ ଲକ୍ଷ ଟଙ୍କା କେତେ ଦିନ ଭିତରେ ମିଳିବ ତାହାର କୌଣସି ସମୟ ସୀମା ନାହିଁ।
ସୂଚନାଯୋଗ୍ୟ, ୧୯୨୬ ମସିହାରେ ତାମିଲନାଡୁର କରୁର ଅଞ୍ଚଳରେ ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଖୋଲିଥିଲା। ୧୯୫୮ ଜୁନ ୧୯ରେ ଆରବିଆଇ ପକ୍ଷରୁ ଏହାକୁ ଲାଇସେନ୍ସ ଦିଆଯାଇଥିଲା। ୧୯୫୮ ଅଗଷ୍ଟ ୧୧ରେ ବ୍ୟାଙ୍କକୁ ବିଧିବଦ୍ଧ ଭାବେ କର୍ମସିଆଲ ବ୍ୟାଙ୍କ ତାଲିକାରେ ସ୍ଥାନ ଦିଆଯାଇଥିଲା। ଏହି ବ୍ୟାଙ୍କର ୫୬୩ଟି ବ୍ରାଞ୍ଚ ରହିଛି। ଏହା ମଧ୍ୟରୁ ୭ଟି କର୍ମସିଆଲ ବ୍ରାଞ୍ଚ ଓ ଗୋଟିଏ ସ୍ୟାଟେଲାଇଟ ବ୍ରାଞ୍ଚ। ଏହାର ୫ଟି ଏକ୍ସଟେନସନ କାଉଣ୍ଟର ଓ ୯୭୪ଟି ଏଟିଏମ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟାଙ୍କ ସେବା ଯୋଗାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?