ବ୍ୟାଙ୍କ ବୁଡିଗଲେ ଆପଣ ଟଙ୍କା ଫେରସ୍ତ ପାଇବେ କି, ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୮।୧୧: ଡିସେମ୍ବର ୧୬ ଯାଏ ଆରବିଆଇ ଦି ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଉପରେ କଟକଣା ଲଗାଇଛି। କ୍ରମାଗତ ୩ ବର୍ଷ ଧରି ଲକ୍ଷ୍ମୀ ବିଲାସ ବ୍ୟାଙ୍କର ଆର୍ଥିକ କାରବାର ହ୍ରାସ ପାଉଥିବାରୁ ଆରବିଆଇ ଏହାର ଟଙ୍କା ଉଠାଣ ସୀମା ଉପରେ କଟକଣା ଲଗାଇ ଦେଇଛି। ଆମକୁ ମଧ୍ୟ ଏଥିରୁ ଏକ ଶିକ୍ଷା ଶିଖିବା ଆବଶ୍ୟକ । ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କ ବନ୍ଦ ହୋଇଯାଏ ତେବେ ଆପଣ କେତେ ଟଙ୍କା ଫେରସ୍ତ କରିପାରିବେ କି ନାହିଁ …
ବ୍ୟାଙ୍କଗୁଡିକ ସରକାରୀ କିମ୍ବା ବେସରକାରୀ, ବିଦେଶୀ କିମ୍ବା ଅପରେଟିଭ ହେଉ, ଏଥିରେ ଜମା ହୋଇଥିବା ଟଙ୍କା ଉପରେ ସୁରକ୍ଷା ଜମା ବୀମା ଏବଂ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ଦ୍ୱାରା ଉପଲବ୍ଧ। ବ୍ୟାଙ୍କଗୁଡ଼ିକ ଏଥିପାଇଁ ଏକ ପ୍ରିମିୟମ ପ୍ରଦାନ କରନ୍ତି। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯାହା ବି ଜମା ହୋଇଛି, ଗ୍ୟାରେଣ୍ଟି କେବଳ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ। ଏଥିରେ ଉଭୟ ମୂଳଧନ ଏବଂ ସୁଧ ସାମିଲ ଥାଏ। ଏହା ପୂର୍ବରୁ ଏହି ରାଶି ୧ ଲକ୍ଷ ଟଙ୍କା ଥିଲା, ଯାହା ଫେବୃଆରୀ ୧,୨୦୨୦ରେ ଉପସ୍ଥାପିତ ବଜେଟରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, ଯଦି କୌଣସି ଗୋଟିଏ ବ୍ୟାଙ୍କରେ ଆପଣଙ୍କର ଏକରୁ ଅଧିକ ଆକାଉଣ୍ଟ ଏବଂ ଏଫଡି ଇତ୍ୟାଦି ଅଛି, ବ୍ୟାଙ୍କ ଡିଫଲ୍ଟ କିମ୍ବା ବୁଡ଼ିଯିବା ପରେ ମଧ୍ୟ ଆପଣଙ୍କୁ ମାତ୍ର ୫ ଲକ୍ଷ ଟଙ୍କା ମିଳିବ ବୋଲି ନିଶ୍ଚିତ କରାଯାଇଛି। ଏହି ରାଶି କିପରି ଗ୍ରହଣ କରାଯିବ ଡିଆଇସିଜିସିର ନିର୍ଦ୍ଦେଶାବଳୀ ରହିଛି। ଏହି ୫ ଲକ୍ଷ ଟଙ୍କା କେତେ ଦିନ ଭିତରେ ମିଳିବ ତାହାର କୌଣସି ସମୟ ସୀମା ନାହିଁ।
ସୂଚନାଯୋଗ୍ୟ, ୧୯୨୬ ମସିହାରେ ତାମିଲନାଡୁର କରୁର ଅଞ୍ଚଳରେ ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଖୋଲିଥିଲା। ୧୯୫୮ ଜୁନ ୧୯ରେ ଆରବିଆଇ ପକ୍ଷରୁ ଏହାକୁ ଲାଇସେନ୍ସ ଦିଆଯାଇଥିଲା। ୧୯୫୮ ଅଗଷ୍ଟ ୧୧ରେ ବ୍ୟାଙ୍କକୁ ବିଧିବଦ୍ଧ ଭାବେ କର୍ମସିଆଲ ବ୍ୟାଙ୍କ ତାଲିକାରେ ସ୍ଥାନ ଦିଆଯାଇଥିଲା। ଏହି ବ୍ୟାଙ୍କର ୫୬୩ଟି ବ୍ରାଞ୍ଚ ରହିଛି। ଏହା ମଧ୍ୟରୁ ୭ଟି କର୍ମସିଆଲ ବ୍ରାଞ୍ଚ ଓ ଗୋଟିଏ ସ୍ୟାଟେଲାଇଟ ବ୍ରାଞ୍ଚ। ଏହାର ୫ଟି ଏକ୍ସଟେନସନ କାଉଣ୍ଟର ଓ ୯୭୪ଟି ଏଟିଏମ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟାଙ୍କ ସେବା ଯୋଗାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ବାତ୍ୟା ପ୍ରସ୍ତୁତି

ଭୁବନେଶ୍ୱର: ଆଇଏମ୍‌ଡିର ରିର୍ପୋଟ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ପୂର୍ବ କେନ୍ଦ୍ର୍ରୀୟ ବଙ୍ଗୋପସାଗରରେ ମେ ୨୨ରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୭୨...

ଲାଞ୍ଚ ନ ମିଳିବାରୁ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ହେଲା ୧୦୪ ବର୍ଷ

ବରେଲୀ,୨୧।୧: ଲାଞ୍ଚ ନ ମିଳିବାରୁ ଜଣେ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ୧୦୪ ବର୍ଷ କରାଯାଇଛି। ଉତ୍ତରପ୍ରଦେଶ ବରେଲୀର ଏକ ଅଦାଲତ...

ସଡକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ,୪।୯: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟୀ ସାଇରସ ମିସ୍ତ୍ରୀଙ୍କ ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି। ମୃତୁ୍‌ୟ ବେଳକୁ ତାଙ୍କୁ ମାତ୍ର ୫୪...

ଗୋଆ ବିଧାନସଭା ନିର୍ବାଚନ ଲାଗି ଦାଖଲ ହୋଇଛି ୫୮୭ ପ୍ରାର୍ଥିପତ୍ର

ପଣଜି,୨୯ ।୧: ଗୋଆ ବିଧାନସଭା ନିର୍ବାଚନ ଲାଗି ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା । ୪୦ ବିଧାନସଭା ଆସନ ଲାଗି ଶୁକ୍ରବାର ଅପରାହ୍ନ...

ଥରିଲା ଲଦାଖ

ଲଦାଖ,୧୨।୧: ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଏକ ଭୁକମ୍ପ ରବିବାର ଲଦାଖରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହା ସକାଳ ପ୍ରାୟ ୧୦ଟା ୫୪ରେ ଅନୁଭୂତ...

‘ହିନ୍ଦୀ ଭଳି ତାମିଲକୁ ବି ମିଳୁ ସମାନ ଅଧିକାର’

ଚେନ୍ନାଇ,୨୬।୫: ଉଚ୍ଚ ନ୍ୟାୟାଳୟରେ ତାମିଲକୁ ଏକ ସରକାରୀ ଭାଷା ଭାବେ ସ୍ବିକୃତୀ ପ୍ରଦାନ କରାଯାଉ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା

ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...

ପହିଲମାନ୍‌ ହେବାକୁ ଆସି ରାଜନେତା ପାଲଟିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ଦେଶର ବଡ ରାଜନୈତିକ ପରିବାର ଆରମ୍ଭ କରିଥିବା ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ ରେ ଏଟାୱା ଜିଲାର ସୈଫାଇ ଗାଁରେ...

Advertisement
Archives

Model This Week