ଢେଙ୍କାନାଳରେ ମା’ ଲକ୍ଷ୍ମୀଙ୍କ ଧରାବତରଣ

ଢେଙ୍କାନାଳ,୨୮ା୧୦(ରତନ ନାୟାର): ଢେଙ୍କାନାଳରେ ଧରାବତରଣ କରିବେ ମା’ ଲକ୍ଷ୍ମୀ। ଶନିବାରଠାରୁ ସହରରେ ଆରମ୍ଭ ହେବ ମା’ଙ୍କ ଆରାଧନା। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଢେଙ୍କାନାଳ। ସହରରେ ଶେଷ ହୋଇଛି ସମସ୍ତ ସାଜସଜ୍ଜା। ଚଳିତବର୍ଷ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ୮୦ ବର୍ଷରେ ପଦାର୍ପଣ କରିଥିବା ବେଳେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଐତିହ୍ୟ, ପରମ୍ପରା ଓ ଭାଇଚାରାକୁ ବଜାୟ ରଖି ସହରବାସୀ ମହାସମାରୋହର ସହ ପୂଜା ଉତ୍ସବ ପାଳନ କରୁଛନ୍ତି। ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି। ଶନିବାର ଚନ୍ଦ୍ରଗ୍ରହଣ ଯୋଗୁ ସମସ୍ତ ପୂଜା ପ୍ରତିଷ୍ଠାନରେ ପ୍ରାତଃ କାଳରୁ ମା’ଙ୍କ ପୂଜା ଆରମ୍ଭ ହେବ।
୧ନଂ. ମେଢ ଶ୍ରୀଶ୍ରୀ ମଉଡ଼ମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମିନାବଜାର ପକ୍ଷରୁ ସକାଳ ୮ଟା ୧୫ରେ ପୂଜା ଆରମ୍ଭ ହେବ। ସେହିପରି ୪ନଂ. ମେଢ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ସକାଳ ୭ଟା ୩୧ରେ ପୂଜା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ମିନାବଜାର, ଜବାହରଚୌକ, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, କାରୀଗର ସାହି, ବାଜିଚୌକ, ଗୁଡିଆନାଳୀ, ରାଧାକୃଷ୍ଣ ବଜାର, ପଦ୍ମବଜାର, ଜୁବୁଲିଟାଉନ-୧, କ୍ରିଷ୍ଣାବଜାର, କୈବଲ୍ୟ ବଜାର, ଦେଉଳସାହି, ଅନ୍ନପୂର୍ଣ୍ଣା ଆସ୍ଥାନ ସିିମିଳିଆ, ଷ୍ଟେଶନ ବଜାର, ମା’ ସୁନ୍ଦରଶୁଣୀ ଆସ୍ଥାନ, ଗାନ୍ଧୀ ବଜାର, ଚନ୍ଦନ ବଜାର, ବସ୍‌ଷ୍ଟାଣ୍ଡ, ଦୁର୍ଗା ବଜାର, କାଳିକା ବଜାର, ରାମେଶ୍ୱରପୁର, ନେହେରୁ ବଜାର, ଜୁବୁଲି ଟାଉନ-୨, ସ୍ବପ୍ନେଶ୍ୱର ବଜାର, ଭଗବାନପୁର, ଗୋପବନ୍ଧୁ ବଜାର, ରତନ ବଜାର, ଖମାରସାହି, କମ୍ୟୁନିଟିି ସେଣ୍ଟର ହାଡରୋଡ, ଅରବିନ୍ଦ ବଜାର, କଣ୍ଟାନାଳୀ ବାଇପାସ, ବନମାଳୀ ପ୍ରସାଦ, ଜେନାଦେବୀ ବଜାର ଓ ନିର୍ମାଲ୍ୟ ବଜାର ଆଦି ପୂଜା ପ୍ରତିଷ୍ଠାନରେ ଆନନ୍ଦ ଉଲ୍ଲାସର ସହ ପୂଜା ପାଳନ କରାଯିବ। ସହରସ୍ଥିତ ବାଜିଚୌକ ପୂଜା ପ୍ରତିଷ୍ଠାନ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାର ଚିତ୍ରକୁ ସାଜସଜ୍ଜାରେ ପ୍ରଦର୍ଶିତ କରାଯାଇଥିବା ବେଳେ ବସ୍‌ଷ୍ଟାଣ୍ଡ-ଅମଲାପଡା ପୂଜା ପ୍ରତିଷ୍ଠାନ ପକ୍ଷରୁ ତିରୁପତୀ ବାଲାଜୀ ମନ୍ଦିର, ମୀନାବଜାର ଓ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ କେଦାରନାଥ ମନ୍ଦିର ଏବଂ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଦିଯୋଗୀ ପୀଠ ସଦୃଶ ବିଶାଳ ତୋରଣ ନିର୍ମିତ ହୋଇଛି। ସେହିପରି ବିଦ୍ୟୁତ ଆଲୋକର ତୋରଣରେ ସହର ଝଲସୁଛି। ରଥଗଡା, ମିିନି ଷ୍ଟାଡିୟମ ଓ ବିବି ହାଇସ୍କୁଲ ଖେଳ ପଡିଆରେ ବିଭିନ୍ନ କିସମର ଦୋଳି ପଡ଼ିଛି। ସହରର ବିଭିନ୍ନ ସ୍ଥାନରେ ମିନାବଜାର ଖୋଲିଛି। କଟକର ଦହିବରା ଆଳୁଦମ, ଠୁଙ୍କାପୁରୀ, ଚାଟ୍‌, ମଥୁରା କେକ୍‌, ଢେଙ୍କାନାଳ ବରା ଆଦି ଖାଦ୍ୟଷ୍ଟଲରେ ବିକ୍ରି ଆରମ୍ଭ ହୋଇଛି। ଏଥିଯୋଗୁ ସହରରେ ଭିଡ଼ ବଢ଼ୁଥିବା ଦେଖାଯାଉଛି। ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ପୂଜା ପାଳନ କରାଯିବା ସହ ୮ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ସେହିପରି ମହିଷାପାଟ ପଡିଆଠାରେ ଜାତୀୟସ୍ତରର ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ। ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଜିଲାପାଳ ମନୋରଞ୍ଜନ ମଲ୍ଲିକ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ଏବଂ ମିଳିତବଜାର ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା ଶାନ୍ତିଶୃଙ୍ଖଳା, ପରମ୍ପରା, ଭାଇଚାରା ମଧ୍ୟରେ ପୂଜା ଓ ଭସାଣି ଉତ୍ସବ ପାଳନ ନିମନ୍ତେ ସହରବାସୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?