ଜଳୁଛି ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସ: ନିଆଁ ଲିଭାଇବାକୁ ନାକେଦମ୍‌ ହେଲେଣି ୧୨ ଅଗ୍ନିଶମ ଟିମ୍‌

ପୁରୀ ଅଫିସ,୯ା୩: ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ମରିଚିକୋଟ ଛକ ନିକଟସ୍ଥ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ବୁଧବାର ରାତିରୁ ଏହି ନିଆଁ ଲାଗିଥିବା ବେଳେ ଗୁରୁବାର ଅପରାହ୍ନ ସୁଦ୍ଧା ଲିଭିନାହିଁ। ଏକ ଲୁଗା ଦୋନାନରେ ଶଟ୍‌ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ତିନି ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସରେ ଗୋଟିଏ ବ୍ୟାଙ୍କ, ଜୁଏଲରୀ, ଲୁଗାଦୋକାନ ସହ ଅନେକ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ହୋଟେଲ ସମ୍ରାଟରେ ମହାରାଷ୍ଟ୍ର ଓ ଓଡ଼ିଶାର ପ୍ରାୟ ତିନିଶହ ଭକ୍ତ ରହିଥିଲେ। ନିଆଁ ଲାଗି ପ୍ରବଳ ଧୂଆଁ ବାହାରିବାରୁ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ନିଆଁ ଲାଗିବା ଜାଣି ସମସ୍ତେ ବାହାରି ଆସିଥିଲେ। ଫଳରେ ଅଳ୍ପକେ ରକ୍ଷା ପାଇଯାଇଥିବା କହିଛନ୍ତି। ତେବେ ଅଗ୍ନିକାଣ୍ଡରେ କେହି ମୃତ୍ୟୁବରଣ କରି ନ ଥିଲେ ମଧ୍ୟ ଜଣେ ଭିନ୍ନକ୍ଷମଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ସୁନାଦୋକାନୀ ଗହଣା ଓ ତାର ସମସ୍ତ ଆସବାବପତ୍ର ଖାଲି କରିଦେଇଛନ୍ତି। ତେବେ ଗହଣାଗାଣ୍ଠି ଉଦ୍ୟମ ଓ ଉଦ୍ଧାର କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ୪ଜଣଙ୍କୁ ଉଠାଇ ନେଇଛି ପୋଲିସ। ସେପଟେ ଗତକାଲିଠାରୁ ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୧୨ଟି ଦମକଳ ବାହିନୀ ଅପରେଶନ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅଗ୍ନିଶମ ବିଭାଗର ୫ରୁ ଊଦ୍ଧର୍‌ବ କର୍ମଚାରୀ ଅଣନିଃଶ୍ୱାସୀ ହେବା ସହ ଆହତ ହୋଇଛନ୍ତି। ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର କିଟ୍‌ ଯୋଗାଇ ଦିଆଯାଇଛି। ଯାହା ଦ୍ୱାରା ନିଆଁ ଲାଗିଥିବା ସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରିଛି।

ଘଟଣାସ୍ଥଳରେ ଡେପୁଟି ଅଗ୍ନିଶମ ବିଭାଗ ଅଫିସର , ଉପଜିଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସପି ମିହିର ପଣ୍ଡା, ସିଟିଡିଏସପି, ଟାଉନଥାନା ଆଇଆଇସି ଗୋକୁଳାନନ୍ଦ ଦାସ, କୁମ୍ଭାରପଡ଼ା ଥାନାଧିକାରୀ, ସିଂହଦ୍ୱାର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରୁଛନ୍ତି। ହେଲେ ଦୀର୍ଘ ୧୮ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ ରହିଛି । ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଯଦିଓ କୌଣସି ଜୀବନ ହାନି ହୋଇନାହିଁ। ଟିମକୁ ଯିବାପାଇଁ ନାକେଦମ ହେବାକୁ ପଡୁଛି ।ଭିତର ବନ୍ଦ ରହିଥିବା କୋଠରୀର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି । ଉତ୍ତାପ ମାତ୍ରା ଏତେ ତେଜ ରହିଛି ଯେ, ଦୋକାନର ସଟର ତରଳିବାରେ ଲାଗୁଛି । କିଛି କାଚ ମଧ୍ୟ ନିଆଁ ପ୍ରଭାବରୁ ଫାଟୁଥିବା ଜଣାପଡୁଛି । ତେଣୁ ଭିତରେ ବନ୍ଦ ରହିଥିବା ଦୋକାନଗୁଡିକର ସଟର କାଟି ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା କରାଯାଉଛି ।

ସେପଟେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ଏବଂ ପୂରା ଫାୟାର ଟିମ୍‌ ନିଜର ଦମ ଲଗାଇଛନ୍ତି । ଓଡ୍ରାଫ ଟିମ୍‌ ମଧ୍ୟ ନିଜର ପ୍ରଚେଷ୍ଟା ଜାରି ରଖିଛି। ସେପଟେ ଅନେକ ପର୍ଯ୍ୟଟକଙ୍କ ଆସବାବପତ୍ର ଏବେ ଭିତରେ ରହିଛି। ଅନ୍ୟପଟରେ ଭିତରେ ଗୋଟିଏ ବ୍ୟାଙ୍କର ଶାଖା ରହିଥିବାରୁ ଏବେ ସେଠି କୌଣସି କ୍ଷତି ହୋଇଛି କି ନାହିଁ ସେନେଇ ମଧ୍ୟ ଆଶଙ୍କା ରହିଛି । ସେପଟେ ଏହି କମ୍ପ୍ଲେକ୍ସଟି ବହୁ ପୁରୁଣା ହୋଇଥିବା ବେଳେ ସମ୍ପୂର୍ଣ୍ଣ ଅସୁରକ୍ଷିତ। ସ୍ବତନ୍ତ୍ର ପାର୍କିଂ ନ ଥିବା ବେଳେ ଉଠାଦୋକାନୀମାନଙ୍କ ଭିଡ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମେ କମ୍ପ୍ଲେକ୍ସ ସାମ୍ନାରୁ ହଟାଇବା ପରେ ଦମକଳ ବାହିନୀକୁ ଉଦ୍ଧାର କାର୍ଯ୍ୟ କରିବା ପାଇଁ ସହଜ ହୋଇଥିଲା।

ତେବେ ଯେହେତୁ ସିମେଣ୍ଟ ଚଟାଣ ଓ କାନ୍ଥରେ ନିଆଁ ଲାଗିଛି ଏହା ଧିରେ ଧିରେ ବ୍ୟାପିବାରେ ଲାଗିଛି। ଏହି ନିଆଁକୁ ଲିଭାଇବା ପାଇଁ ଦମକଳ ବାହିନୀକୁ ନାକେଦମ ହେବାକୁ ପଡୁଛି। ତେବେ ବଡ଼ଦାଣ୍ଡରେ ଏଭଳି ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି। ବଡ଼ଦାଣ୍ଡର ଦୁଇପାର୍ଶ୍ୱରେ ବହୁ ବର୍ଷର ପୁରୁଣା କୋଠା ରହିଛି। ଏଥିରେ ଇଲେକ୍ଟ୍ରି ଓ ଫାୟାର ସେଫ୍ଟି ବ୍ୟବସ୍ଥା ପୂରା ଦୁର୍ବଳ। ରଥଯାତ୍ରା ଓ ବିଭିନ୍ନ ପର୍ବପର୍ବାଣି ସମୟରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥାଏ। ହେଲେ ଏଥିପ୍ରତି ଜିଲା ପ୍ରଶାସନ ଯେତିକି ଗୁରୁତ୍ୱ ଦେବା କଥା ଦେଉନାହିଁ ବୋଲି ଅଭିଯୋଗ ହେଉଛି। ଏବେଠୁ ସତର୍କ ହୋଇଯିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ନିଆଁ ଲିଭାଇବାରେ ପ୍ରାୟ ୧୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଯୋଜିତ ରହିଛନ୍ତି। ସେହିପରି ୨ଟି ଓଡ୍ରାଫ୍‌ ଟିମ୍‌ ନିଯୋଜିତ ରହିଛି। ତେବେ ନିଆଁକୁ ଯଥାଶୀଘ୍ର ଆୟତ୍ତ କରାଯିବା ପାଇଁ ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ଅପରପକ୍ଷରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କେନ୍ଦ୍ରାଅଞ୍ଚଳ ଆରଡିସି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri