Posted inଜାତୀୟ

ଦ୍ୱିତୀୟ ଚାର୍ଜଶିଟ୍‌ରେ ଚାଷୀଙ୍କୁ ଅଭିଯୁକ୍ତ କଲା ଏସ୍‌ଆଇଟି

ନୂଆଦିଲ୍ଲୀ,୨୨।୧: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ ହୋଇଛି। ପୂର୍ବରୁ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଏବଂ ଅନ୍ୟମାନଙ୍କ ନାମ ରହିଥିଲା। ଗାଡ଼ି ମଡ଼ାଇ ୪ ଚାଷୀ ଓ ଜଣେ ଖବରଦାତାଙ୍କୁ ମାରିବା ନେଇ ସେମାନଙ୍କୁ ଅଭିଯୁକ୍ତ କରାଯାଇଥିଲା। ଦ୍ୱିତୀୟ ଚାର୍ଜଶିଟ୍‌ରେ ଦୁଇଜଣ ଭାଜପା କର୍ମୀ ଓ ଜଣେ ଡ୍ରାଇଭରଙ୍କୁ ପିଟି ମାରିବା ଅଭିଯୋଗରେ କିଛି ଚାଷୀଙ୍କୁ ଅଭିଯୁକ୍ତ କରାଯାଇଛି। ମାମଲାର ତଦନ୍ତ ବେଳେ ୭ ଚାଷୀଙ୍କୁ ଗିରଫ କରାଯାଇଥିଲା।

ସ୍ଥାନୀୟ ଭାଜପା କର୍ମୀ ସୁମିତ୍‌ ଜୟସ୍ବାଲଙ୍କ ଅଭିଯୋଗକ୍ରମେ ପୋଲିସ କେତେଜଣ ଚାଷୀଙ୍କ ବିରୋଧରେ ଦ୍ୱିତୀୟ ମାମଲା ଦାଏର କରିଥିଲା। ସେମାନେ ହିଂସାକୁ ଉସୁକାଇଥିବା ଅଭିଯୋଗ ହୋଇଥିଲା। ଏସ୍‌ୟୁଭି ମଡ଼ାଇ ୪ ଚାଷୀଙ୍କୁ ହତ୍ୟା କରିବା ଅଭିଯୋଗରେ ଆଶିଷ ମିଶ୍ରାଙ୍କ ସମେତ ୧୩ ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ପୂର୍ବରୁ ସ୍ଥାନୀୟ ଅଦାଲତରେ ୫,୦୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିଲା ଯେଉଁଥିରେ ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଦଳୀ, ମକା, ଡାଳିମ୍ବ ଆଉ ବାଉଁଶରୁ ପ୍ରସ୍ତୁତ ହେଉଛି ଡ୍ରେସ୍‌, ଜାଣନ୍ତୁ କିପରି

ଗାନ୍ଧିନଗର,୬ା୧୨: କଦଳୀ, ମକା, ଡାଳିମ୍ବ ଏବଂ ବାଉଁଶରୁ ଡ୍ରେସ୍‌ ପ୍ରସ୍ତୁତ ହେବାର କେବେ ଶୁଣିଛନ୍ତି? ଗୁଜରାଟର ସୁରଟରେ ୩ ଦିବସୀୟ ଆୟୋଜିତ ଏକ ବାଣିଜ୍ୟ ମେଳାରେ...

ସର୍ଚ୍ଚ ଅପରେଶନ୍‌: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍‌ରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀଙ୍କ ମଧ୍ୟରେ...

ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି ନ ହେବାରୁ କ୍ଷୋଭ ପ୍ରକାଶ କଲେ ଭାଜପା ନେତା

ଇନ୍ଦୋର,୨।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗିୟ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ...

ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍‌ର ନଜର: ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୧୩।୨: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନନଜର ରଖିଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ୟୁକ୍ରେନରେ ଫସିରହିଥିବା ୧୮ହଜାର ଭାରତୀୟଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ ସରକାର: ବିମାନ ଉଡାଣ ଉପରୁ ହଟାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୭।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ବିବାଦ ଭାରତର ଚିନ୍ତା ବଢ଼ାଇ ଦେଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତରେ ଥିବା...

ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ରାମ ରହିମ୍‌ଙ୍କୁ ୨୧ ଦିନିଆ ପାରୋଲ…

ଚଣ୍ଡିଗଡ଼, ୭।୨ : ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ପଞ୍ଜାବ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ...

ଭାଜପା ବୈଠକରେ ସାମିଲ ହେଲେ କଂଗ୍ରେସ ଏମ୍‌ପି

ଚଣ୍ଡିଗଡ,୧୪।୨:ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଗୋଷ୍ଠୀକନ୍ଦଳ ଥମିବାର ନାଁ ନେଉନାହିଁ। ପଟିଆଲାରୁ କଂଗ୍ରେସ ଏମ୍‌ପି ଥିବା ପରନୀତ କୌର ଏବେ ଭାଜପା ବୈଠକରେ...

ଏହା କିପରି ସ୍ବାଧିନତା: ୪ ବର୍ଷ ହେବ ଗୁମ୍ଫାରେ ରହୁଛନ୍ତି ୮ ପରିବାର

ବିଳାସପୁର,୧୫।୮: ଦେଶ ପାଳନ କରିଛି ୭୪ ତମ ସ୍ବାଧିନତା ଦିବସ। ହେଲେ ଆଜି ବି କେତେକ ସ୍ଥାନରେ ପରାଧିନତାର ଝଲକ ଦେଖିବାକୁ ମିଳୁଛି। ମଣ୍ଡି ଓ...

Advertisement
Archives

Model This Week