Posted inଜାତୀୟ

ୟୁପି ସରକାରଙ୍କ ପକ୍ଷ ରଖିବେ ସାଲ୍‌ଭେ

ଲକ୍ଷ୍ନୌ,୯।୧୦: ଲଖିମପୁର ହିଂସା ଘଟଣାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷ ରଖିବେ ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ।

ଗତ ୩ ତାରିଖରେ ଲଖିମପୁର ଖେରି ଅଞ୍ଚଳରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ଭାଜପା କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଗାଡ଼ି ମାଡ଼ି ଯିବାରୁ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ୫ ତାରିଖରେ ୟୁପିର ଦୁଇ ଓକିଲ ଶିବ କୁମାର ତ୍ରିପାଠି ଓ ସି ଏସ୍‌ ପଣ୍ଡା ଦେଶର ମୁଖ୍ୟ ବିଚାରପତି (ସିଜେଆଇ)ଙ୍କୁ ପତ୍ର ଲେଖି କୋର୍ଟଙ୍କ ନେତୃତ୍ୱରେ ତଦନ୍ତ ଦାବି କରିଥିଲେ। ଏହାକୁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଭାବେ ଗ୍ରହଣ କରିବା ସହ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି।

ପ୍ରଥମ ଶୁଣାଣିରେ ସିଜେଆଇ ଏନ୍‌ ଭି ରମନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ୟୁପି ସରକାରଙ୍କ ପକ୍ଷ ରଖିଥିଲେ ଏଏଜି ଗାରିମା ପ୍ରଶାଦ। ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ହିଂସାର ଷ୍ଟାଟସ ରିପୋର୍ଟ ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜୌରୀରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୨ଆତଙ୍କବାଦୀ ନିପାତ

ଜମ୍ମୁ,୬।୮:ଜମ୍ମୁ-କାଶ୍ମୀରର ରାଜୌରୀ ଜିଲାରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜୌରୀ ଜିଲାର ଥାନାମାଣ୍ଡି...

ଭାରତୀୟ ଉପଗ୍ରହକୁ ଟାର୍ଗେଟ୍‌ କରୁଛି ଚାଇନା

ନୂଆଦିଲ୍ଲୀ, ୨୩।୯: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଆମେରିକାର ଚାଇନା ଏରୋସ୍ପେସ୍‌ ଷ୍ଟଡିଜ୍‌ ଇନଷ୍ଟଚ୍ୟୁଟ୍‌(ସିଏଏସ୍‌ଆଇ) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ...

ଯୋଗୀଙ୍କ ନିଷ୍ପତ୍ତି: ସୁର ସାମ୍ରାଜ୍ଞୀଙ୍କ ନାଁରେ ହେବ ସ୍ବତନ୍ତ୍ର ଛକ

ଲକ୍ଷ୍ନୌ,୧୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳ ନାନାପ୍ରକାରର ଯୋଜନାମାନ ଘୋଷଣା...

ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ ଆନ୍ଧ୍ରପ୍ରଦେଶ ରାଜଧାନୀ

ନୂଆଦିଲ୍ଲୀ,୧୧।୨: ତେଲୁଗୁ ନୂଆବର୍ଷ ଉଗାଡ଼ି ସମୟରେ କିମ୍ବା ଏହା ପରେ ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀରୁ ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ। ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରାଜଧାନୀ ସ୍ଥାନାନ୍ତର...

ମହାରାଷ୍ଟ୍ର ମେଣ୍ଟ ସରକାର: ଫାଇଦାରେ ଏନ୍‌ସିପି !

ମହାରାଷ୍ଟ୍ର,୧।୧୨: ମହାରାଷ୍ଟ୍ର ୩ ଦଳିଆ ମେଣ୍ଟ ସରକାରରେ ଏନ୍‌ସିପି ଫାଇଦାରେ ରହିଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବାଚସ୍ପତି ପଦରେ ସନ୍ତୁଷ୍ଟ ରହିଥିବାବେଳେ ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ...

ଲାଲଜୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି: ଉତ୍ତପ୍ରଦେଶରେ ୩ଦିନ ଯାଏଁ ପାଳନ ହେବ ରାଷ୍ଟ୍ରୀୟ ଶୋକ

ଭୋପାଳ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ତଥା ଭାଜପାର ବରିଷ୍ଠ ନେତା ଲାଲଜୀ ଟଣ୍ଡନଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ସକାଳେ ଏନେଇ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ଟୁଇଟ...

ମାଡ଼ି ଆସୁଛି ବାୟୁ : ଲୋକେ ଆତଙ୍କିତ; ଗୁଜରାଟରେ ହାଇ ଆଲର୍ଟ

ଅହମ୍ମଦାବାଦ୍‌ ୧୨।୬: ଆରବ ସାଗରରେ ଲଘୁଚାପ ଯୋଗୁ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ଗୁଜରାଟ ମୁହାଁ ହୋଇଛି। ଗୁରୁବାର ସକାଳେ ଏହା ଗୁଜରାଟ ଉପକୂଳ ଅଞ୍ଚଳରେ...

ଦେଶରେ ୨୪ ଘଣ୍ଟାରେ ୧୦ ହଜାର ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୯।୬: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମଙ୍ଗଳବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ...

Advertisement
Archives

Model This Week