ମେ’ ୨୬ରେ ଲଗ୍ନଧରା, ଜୁନ୍‌ ୬ରେ ବାହାଘର

ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱରର ଜଉକଣ୍ଢେଇ ବାହାଘର ଲୋକକଳା, ଲୋକସଂସ୍କୃତି, ଲୋକସାହିତ୍ୟ ଓ ଲୋକ ପରମ୍ପରାର ଅଦ୍ୱିତୀୟ ଲୋକପର୍ବ। କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ଏଭଳି ଲୋକପର୍ବ ବିରଳ। ଏକ ବିଲୁପ୍ତ ଲୋକକଳାକୁ ଉଜ୍ଜୀବିତ କରି ପ୍ରଚାର, ପ୍ରସାର ଓ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ଜଉକଣ୍ଢେଇ ବାହାଘର। ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ଏକ ନିର୍ଦ୍ଧାରିତ ପିକାରେ ପାଳନ କରାଯାଇଆସୁଛି ା ପିକାନୁଯାୟୀ ଦୋଳପୂର୍ଣ୍ଣିମାରୁ ବର-କନିଆ ଜଉକଣ୍ଢେଇର ନାମକରଣ ହୋଇ ରାମନବମୀରେ ତିଆରି ଶୁଭାରମ୍ଭ କରାଯାଇଛି। ସେହିପରି ଆସନ୍ତା ମେ’ ୨୬ ଚନ୍ଦନ ପୂର୍ଣ୍ଣିମାରେ ଲଗ୍ନଧରା ଓ ଜୁନ ୬ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ବାହାଘର ହୋଇ ସାବିତ୍ରୀ ଅମାବସ୍ୟାର ଆଗ ଦିନ ଚତୁର୍ଥୀ ଭୋଜି ପରେ ଶେଷ ହେବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି ା
ଚଳିତବର୍ଷ ବର-କନିଆ ଜଉକଣ୍ଢେଇର ନାମ ପଶ୍ଚିମ ଓଡ଼ିଶାର ସମଲେଇ ଓ ଶମ୍ଭୁନାଥ ଘୋଷଣା କରାଯାଇଛି। ପବିତ୍ର ରାମନବମୀରେ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ବାଲେଶ୍ୱର ସହର ଉପକଣ୍ଠ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗର ଦୁବଲାଗଡ଼ରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ୱାରା ଆୟୋଜିତ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇର ନିର୍ମାଣ କାର୍ଯ୍ୟ ତ୍ରିବେଣୀଶ୍ୱର ଭାଗବତ ପୀଠର ମଠାଧୀଶ ଦୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଅମୃତବେଳାରେ ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ସୋନ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ଘାଟରୁ ଯଥାବିଧି ପୂଜାପାଠ କରାଯାଇ ନିରଞ୍ଜନ ଗିରିଙ୍କ ତତ୍ତ୍ୱାବଧାନରେ ଜଉକଣ୍ଢେଇ ନିର୍ମାଣ ପାଇଁ ଶୁଦ୍ଧପୁତ୍ତ ଭାବେ ମାଟି ଓ ଜଳ ନେଇ ଦୁବଲାଗଡ଼ରେ ପହଞ୍ଚତ୍ଥିଲେ। ଜଉକଣ୍ଢେଇ ବାହାଘରର ଆବାହକ ଶିଳ୍ପୀ କେଶୁଦାସ ମଞ୍ଚ ଆହ୍ବାନ ସହ ପ୍ରାକ୍‌ ସୂଚନା ପ୍ରଦାନ କରିଥିବା ବେଳେ କମିଟି କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ପାତ୍ର ପୌରୋହିତ୍ୟ କରିଥିଲେ। ବାବାଜୀ ଦୟାନନ୍ଦ ଦାସ ଗୁପ୍ତ ପ୍ରୟାଗ ତ୍ରିବେଣୀ ତୀର୍ଥର ପବିତ୍ର ମାଟି ଓ ପାଣିକୁ ପୂଜା କରିବା ପରେ ଜଉକଣ୍ଢେଇ ଶିଳ୍ପୀଗୁରୁ କନକଲତା ଦାସଙ୍କ ନେତୃତ୍ୱରେ ସାଥୀ ଶିଳ୍ପୀ ସୁରେଖା ବେହେରା, ରାଧାମଣି ସାହୁ, ମାୟା ନାୟକ, ସୁକାନ୍ତି ସାହୁ, ପୁଷ୍ପିତା କରଣ, କବିତା ଦେ, ଫୁଲମଣୀ ସରେନ, ଭାନୁମତି ସାହୁ, ରଜନୀ ସାହୁ ଉକ୍ତ ମାଟି ଓ ପାଣିରେ ଜଉକଣ୍ଢେଇ ଗଢିବା ଆରମ୍ଭ କରିଥିଲେ। ମୁଖ୍ୟଅତିଥି ଭାବେ ନୂଆ ବାଲେଶ୍ୱର ଉନ୍ନୟନ କମିଟିି ସଭାପତି ଭଗବାନ ଦାସ ଖଣ୍ଡେଲୱାଲ ଯୋଗ ଦେଇଥିଲେ। ବ୍ରହ୍ମନାଥ ରଥ, ବ୍ୟୋମନାଥ ରଥ ପ୍ରମୁଖ କମିଟି କର୍ମକର୍ତ୍ତା ଯୋଗଦେଇଥିଲେ। ସରକାରୀ କୋଭିଡ ନିୟମ ପାଳନ କରାଯାଇଥିଲା। କମିଟି ସଦସ୍ୟା କାଞ୍ଚନବାଳା ପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଭୀମପୁରାସ୍ଥ କୋଶମ୍ବ ନଗରର ଦୁବଲାଗଡରେ ଏକ ମାସ ଧରିି ମାଗଣା ଜଉକଣ୍ଢେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ତରଫରୁ ଘୋଷଣା କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?