ଇଟାଭାଟି ଭାଙ୍ଗିବାରେ ପ୍ରଶାସନ ଫେଲ୍‌

ସଜନାଗଡ଼,୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନରେ ଗଢ଼ିଉଠିଥିବା ୧୪ଟି ଚିମିନି ଇଟାଭାଟି କୁଲଡିହା ଇକୋ ସେନ୍‌ସିଟିଭି ଜୋନ୍‌ ମଧ୍ୟରେ ଆସୁଥିବାରୁ ତାହାକୁ ଭାଙ୍ଗିବା ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ହଜାର ହଜାର ଶ୍ରମିକ, ଅଞ୍ଚଳବାସୀ, ଇଟାଭାଟି ମାଲିକମାନେ ଏକଜୁଟ ହୋଇ ଏହାକୁ ଭାଙ୍ଗିବାକୁ ଦେଇ ନ ଥିଲେ ା ଏନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
କୁଲଡ଼ିହା ଜଙ୍ଗଲ ବନ୍ୟଜନ୍ତୁ ଓ ଅଭୟାରଣ୍ୟ ସୁରକ୍ଷା ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ୯ା୮ା୧୭ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ୨୧୯.୧୮ ବର୍ଗ କି.ମି. ଅଞ୍ଚଳ କୁଲଡିହା ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଅର୍ନ୍ତଭୁକ୍ତ ହୋଇଥିଲା। ବନବିଭାଗ ମାପଚୁପ ପରେ ଅଭୟାରଣ୍ୟ ସୀମାନ୍ତରେ ୧୪ଟି ଚିମିନି ଇଟାଭାଟି ଜାଣିବାକୁ ପାଇଥିଲା। କିଛି ମାସ ପୂର୍ବରୁ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ପରେ ବାଲେଶ୍ୱର ଡିଏଫ୍‌ଓ ଜିଲାପାଳଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଇଟାଭାଟିଗୁଡ଼ିକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ନୀଳଗିରି ପ୍ରଶାସନ ପକ୍ଷରୁ କୁଲଡ଼ିହା ଅଭୟାରଣ୍ୟ ସୀମାନ୍ତରେ ଥିବା ନୀଳଗିରି-ସନ୍ତରାଗଡ଼ିଆ ଅଞ୍ଚଳର ୧୪ଟି ଇଟାଭାଟି ଇକୋ ସେନ୍‌ସିଟିଭ୍‌ ଜୋନ୍‌ ମଧ୍ୟରେ ଥିବାରୁ ପ୍ରଶାସନ ଉକ୍ତ ଇଟାଭାଟିଗୁଡ଼ିକୁ ଭାଙ୍ଗିବା ପାଇଁ ଉକ୍ତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରୁ ଶୁକ୍ରବାର ପର୍ଯ୍ୟନ୍ତ ୧୪୪ଧାରା ଜାରି କରି ଇଟାଭାଟି ଭାଙ୍ଗିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ହେଲେ ଏକଥା ପ୍ରଚାରିତ ହେବା ପରେ ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତା ମିରିଗିଣିଠାରେ ହଜାର ହଜାର ଶ୍ରମିକ ଇଟାଭାଟି ମାଲିକ ଶାନ୍ତିପୂର୍ଣ୍ଣ ଭାବେ ଜୀବନଜୀବିକାକୁ ନେଇ ମେଳି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନ ଇଟାଭାଟି ଭାଙ୍ଗିବାକୁ ଯିବାବେଳେ ମିରିଗିଣିଠାରେ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ତହସିଲଦାର ଅଶେଷ ନାୟକ, ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ, ଆଇଆଇସି ପ୍ରଭଞ୍ଜନ ବେହେରା, ନୀଳଗିରି ରେଞ୍ଜର ମନୱାର ଖଁା, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ସମେତ ପୋଲିସ ଫୋର୍ସକୁ ମିରିଗିଣି ରାସ୍ତାରେ ଲୋକେ ଅଟକାଇଥିଲେ। ତହସିଲଦାର, ଉପଜିଲାପାଳଙ୍କ ସହ ଇଟାଭାଟି ମାଲିକଙ୍କ ଆଲୋଚନା ହୋଇଥିଲା। ଜୀବନଜୀବିକା ଦ୍ୱାହି ଦେଇ ଉଚ୍ଛେଦକୁ ତୀବ୍ର ବିରୋଧ କରିଥିଲେ। ଶେଷରେ ରାସ୍ତା ଅବରୋଧ ନ ହଟିବାରୁ ପ୍ରଶାସନ ଅଧିକାରୀ ଅଫିସକୁ ଆସି ଆଲୋଚନା କରିବାକୁ କହି ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବାକୁ କହି ଘଟଣାସ୍ଥଳରୁ ଫେରି ଆସିଥିଲେ। ପ୍ରଶାସନ ଇଟାଭାଟି ଭାଙ୍ଗିବାକୁ ୨ଥର ଚେଷ୍ଟା କରି ଫେଲ୍‌ ମାରିଲାଣି। ନୀଳଗିରି ବିଧାୟକ ଇଂ. ନାୟକ ଘଟଣାସ୍ଥଳରେ ପହଞ୍ଚି କରୋନା ଯୋଗୁ ଇଟାଭାଟି ମାଲିକଙ୍କୁ ୨ମାସ ସମୟ ଦେଇ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରି ସମାଧାନ କରିବାକୁ ପ୍ରଶାସନ ଉଦ୍ଦେଶ୍ୟରେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ...

ବିଜେଡିରେ ଯୋଗଦେବା ପରେ ଏମିତି କହିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮।୪: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri