ଆଗ୍ରହରୁ ଆତ୍ମନିର୍ଭର

କାମାକ୍ଷାନଗର, ୨୩ା୪(ଡି.ଏନ୍‌.ଏ.) ଖୋଲା ଆକାଶ ତଳେ ଶତାଧିକ ନଡ଼ାର ପ୍ୟାଡ୍‌। ସେଥିରେ ଫୁଟିଛି ମେଞ୍ଚା ମେଞ୍ଚା ଛତୁ। ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏଭଳି ଓପନ୍‌ ଫାର୍ମ ଛତୁଚାଷ ଏବେ ଚର୍ଚ୍ଚା ସାଉଁଟୁଛି। ଅଞ୍ଚଳର ଯୁବଚାଷୀ ଏଭଳି ସହଜ ପଦ୍ଧତି ଆପଣାଇ ଆତ୍ମନିର୍ଭର ହେବାକୁ ଉଦ୍ୟମ କରି ଅନେକାଂଶରେ ସଫଳ ହୋଇଛନ୍ତି। ସରକାରୀସ୍ତରରେ ଆବଶ୍ୟକ ପ୍ରୋତ୍ସାହନ, ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ ମିଳିଲେ ଛତୁଚାଷରେ ଜିଲା ଆଗଧାଡ଼ିରେ ରହିବ ବୋଲି ମତପ୍ରକାଶ ପାଇଛି।
ଢେଙ୍କାନାଳ ଜିଲାର ଜଳବାୟୁ ଛତୁଚାଷ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। କମ୍‌ ପରିଶ୍ରମରେ ଭଲ ଲାଭ ହେଉଥିବାରୁ ଗତ କିଛିବର୍ଷ ହେଲା ପ୍ରାୟ ଅଧିକାଂଶ ସ୍ଥାନରେ ଛତୁଚାଷ କରାଯାଉଛି। ବିଶେଷକରି ଓଡ଼ାପଡ଼ା ବ୍ଲକର ଇନ୍ଦିପୁର, କାମାକ୍ଷାନଗର ଆଲୁଅଝରଣ, ବଡ଼ଝରା, ଶିବୁଳାପଶି, ମହୁଲି, ଅଁଳାବେରଣୀ ଏବଂ ପରଜଙ୍ଗ ବ୍ଲକର ପଥରଖମ୍ବ, ମୁକ୍ତାପଶିରେ ବ୍ୟବସାୟିକ ଭିତ୍ତିରେ ହେଉଥିବା ଛତୁଚାଷ ଆଞ୍ଚଳିକସ୍ତରରେ ଚାହିଦା ମେଣ୍ଟାଇବା ସହ ବାହାରକୁ ରପ୍ତାନି ମଧ୍ୟ କରାଯାଉଛି। କେବଳ ପଥରଖମ୍ବ ଏବଂ ବଡ଼ଝରାରୁ ଦୈନିକ ପାଖାପାଖି ୫୦ କୁଇଣ୍ଟାଲ ଯାଏ ଛତୁ ଉପତ୍ାଦନ ହେଉଛି। ସେହିପରି କାମାକ୍ଷାନଗର ଏବଂ ପରଜଙ୍ଗ ବ୍ଲକରୁ ପ୍ରତିଦିନ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଛତୁ ବାହାରୁଛି। ଏହାକୁ ଢେଙ୍କାନାଳ, ଅନୁଗୋଳ, ତାଳଚେର ପଠାଯାଉଛି। ଯାଜପୁର ରୋଡ୍‌ ଏବଂ କେନ୍ଦୁଝର ଜିଲାର ବ୍ୟବସାୟୀମାନେ ଆସି ଚାଷୀଙ୍କ ପାଖରୁ ଛତୁ କିଣି ନେଉଛନ୍ତି।
ସାଧାରଣତଃ ନଭେମ୍ବର, ଡିସେମ୍ବର ଏବଂ ଜାନୁୟାରୀକୁ ଛାଡ଼ିଦେଲେ ବର୍ଷର ଅନ୍ୟ ସମୟ ପାଳଛତୁ ଚାଷ ପାଇଁ ଅନୁକୂଳ। ଆମ୍ବ ବଗିଚା ଭଳି ଛାଇ ଥିବା ସ୍ଥାନ ଓ ପାଣି ସୁବିଧା ଦେଖି ଚାଷୀମାନେ ପ୍ୟାଡ୍‌ ପକାଉଛନ୍ତି। ଫଳରେ ଖର୍ଚ୍ଚ ଏବଂ ଶ୍ରମିକ ମଜୁରି ବହୁ ପରିମାଣରେ କମିଯାଉଛି। ତେବେ ଏହି ଚାଷ ଲାଗି ଧାନ ଅମଳ ସମୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଏହି ସମୟରେ ବର୍ଷକ ଲାଗି ଆବଶ୍ୟକ ନଡ଼ା ସଂଗ୍ରହ କରି ରଖାଯାଇଥାଏ। ଛତୁଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ଜଣେ ଚାଷୀ ବର୍ଷକୁ ଦେଢ଼ରୁ ଦୁଇଲକ୍ଷ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ତାଲିମ ଓ ଋଣ ବ୍ୟବସ୍ଥା କରାଗଲେ ଉତ୍ପାଦନ ଆହୁରି ବଢ଼ନ୍ତା ବୋଲି ଚାଷୀମାନେ କହିଛନ୍ତି।
ପାଗ ଅନୁକୁଳ ହେଲେ ବର୍ଷକୁ ଲାଭ ୨ ଲକ୍ଷ
ପ୍ରାୟ ୧୦ବର୍ଷ ହେବ ଛତୁଚାଷ କରିଆସୁଛି। ଏହି କାର୍ଯ୍ୟରେ ୫ ପିଲାଙ୍କୁ ନିଯୁକ୍ତି ଦେଇଛି। ଜଳବାୟୁ ଉପରେ ସବୁ କଥା ନିର୍ଭର କରୁଛି। ପାଗ ଅନୁକୂଳ ହେଲେ ବର୍ଷକୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କଲେ ୨ଲକ୍ଷ ଟଙ୍କା ଯାଏ ଲାଭ ମିଳୁଛି। ଛତୁର ଚାହିଦା ବଢୁଛି। ଚାହିଦା ଅନୁସାରେ ଉପତ୍ାଦନ ହୋଇପାରୁନି।
-ଆର୍ତ୍ତତ୍ରାଣ ବିଶ୍ୱାଳ, ଛତୁଚାଷୀ

ସରକାରୀ ସହାୟତା କି ତାଲିମ ମିଳୁନି
ଅନ୍ୟ ଛତୁଚାଷୀଙ୍କୁ ଦେଖି ଏହି ଚାଷ କରିବାକୁ ଇଚ୍ଛା ହୋଇଥିଲା। ପାରମ୍ପରିକ ଚାଷ ସହ ଏବେ ୪ଜଣ ମିଳିମିଶି ଛତୁଚାଷ ଆରମ୍ଭ କରିଛୁ। ନିଜେ ପରିଶ୍ରମ କରି ଦି’ ପଇସା ରୋଜଗାର କରୁଛୁ। ହେଲେ ସରକାରୀସ୍ତରରେ ଋଣ କିମ୍ବା ତାଲିମ ମିଳୁନାହିଁ। କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉନି। ଆଶା ଅନୁଯାୟୀ ଚାଷ କରିପାରୁନୁ ା
-ଦୁଷ୍ମନ୍ତ ଦେହୁରୀ, ଛତୁଚାଷୀ

କଟକଣା ପାଇଁ ଚିନ୍ତା ବଢ଼ିଛି
ଉତ୍ପାଦିତ ଛତୁ ବିକ୍ରି କରିବାକୁ ସହରକୁ ଯିବାକୁ ପଡୁନାହିଁ। ବ୍ୟବସାୟୀ ଆସି ଛତୁ ନେଇଯାଉଛନ୍ତି। ଗତବର୍ଷ କରୋନା ସମୟରେ କଟକଣା ଯୋଗୁ ବ୍ୟାପକ କ୍ଷତି ସହିଥିଲୁ। ଚଳିତବର୍ଷ ଅଣ୍ଟାସଳଖି ଛିଡ଼ା ହେବା ବେଳକୁ ପୁଣି ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଘୋଷଣା ହେଲାଣି। ସେଥିପାଇଁ ସାମାନ୍ୟ ଚିନ୍ତା ବଢ଼ିଛି।
-ବିନୟ ଦେହୁରୀ, ଛତୁଚାଷୀ
ବେକାରଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ
୫ବର୍ଷ ହେଲା ୫ ଜଣ ଯୁବକ ମିଳିତ ହୋଇ ଛତୁଚାଷରେ ନିୟୋଜିତ ଅଛୁ। ମାଲିକଙ୍କ ନିକଟରେ କାମ କରିବା ଭିତରେ ଏହାର କୌଶଳ ଶିଖିଗଲୁଣି। ଛତୁଚାଷରେ ବେକାର ଯୁବତୀଯୁବକଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସରକାର ସହାୟତା, ପ୍ରୋତ୍ସାହନ ଦେଲେ ଅନେକ ଚାଷୀ ଉପକୃତ ହୋଇପାରନ୍ତେ।
-ଶମ୍ଭୁ ମୁଣ୍ଡା, ସହାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ୪ଟି ପର୍ଯ୍ୟାୟରେ ହେବ ମତଦାନ

ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?