ଆଗ୍ରହରୁ ଆତ୍ମନିର୍ଭର

କାମାକ୍ଷାନଗର, ୨୩ା୪(ଡି.ଏନ୍‌.ଏ.) ଖୋଲା ଆକାଶ ତଳେ ଶତାଧିକ ନଡ଼ାର ପ୍ୟାଡ୍‌। ସେଥିରେ ଫୁଟିଛି ମେଞ୍ଚା ମେଞ୍ଚା ଛତୁ। ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏଭଳି ଓପନ୍‌ ଫାର୍ମ ଛତୁଚାଷ ଏବେ ଚର୍ଚ୍ଚା ସାଉଁଟୁଛି। ଅଞ୍ଚଳର ଯୁବଚାଷୀ ଏଭଳି ସହଜ ପଦ୍ଧତି ଆପଣାଇ ଆତ୍ମନିର୍ଭର ହେବାକୁ ଉଦ୍ୟମ କରି ଅନେକାଂଶରେ ସଫଳ ହୋଇଛନ୍ତି। ସରକାରୀସ୍ତରରେ ଆବଶ୍ୟକ ପ୍ରୋତ୍ସାହନ, ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ ମିଳିଲେ ଛତୁଚାଷରେ ଜିଲା ଆଗଧାଡ଼ିରେ ରହିବ ବୋଲି ମତପ୍ରକାଶ ପାଇଛି।
ଢେଙ୍କାନାଳ ଜିଲାର ଜଳବାୟୁ ଛତୁଚାଷ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। କମ୍‌ ପରିଶ୍ରମରେ ଭଲ ଲାଭ ହେଉଥିବାରୁ ଗତ କିଛିବର୍ଷ ହେଲା ପ୍ରାୟ ଅଧିକାଂଶ ସ୍ଥାନରେ ଛତୁଚାଷ କରାଯାଉଛି। ବିଶେଷକରି ଓଡ଼ାପଡ଼ା ବ୍ଲକର ଇନ୍ଦିପୁର, କାମାକ୍ଷାନଗର ଆଲୁଅଝରଣ, ବଡ଼ଝରା, ଶିବୁଳାପଶି, ମହୁଲି, ଅଁଳାବେରଣୀ ଏବଂ ପରଜଙ୍ଗ ବ୍ଲକର ପଥରଖମ୍ବ, ମୁକ୍ତାପଶିରେ ବ୍ୟବସାୟିକ ଭିତ୍ତିରେ ହେଉଥିବା ଛତୁଚାଷ ଆଞ୍ଚଳିକସ୍ତରରେ ଚାହିଦା ମେଣ୍ଟାଇବା ସହ ବାହାରକୁ ରପ୍ତାନି ମଧ୍ୟ କରାଯାଉଛି। କେବଳ ପଥରଖମ୍ବ ଏବଂ ବଡ଼ଝରାରୁ ଦୈନିକ ପାଖାପାଖି ୫୦ କୁଇଣ୍ଟାଲ ଯାଏ ଛତୁ ଉପତ୍ାଦନ ହେଉଛି। ସେହିପରି କାମାକ୍ଷାନଗର ଏବଂ ପରଜଙ୍ଗ ବ୍ଲକରୁ ପ୍ରତିଦିନ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଛତୁ ବାହାରୁଛି। ଏହାକୁ ଢେଙ୍କାନାଳ, ଅନୁଗୋଳ, ତାଳଚେର ପଠାଯାଉଛି। ଯାଜପୁର ରୋଡ୍‌ ଏବଂ କେନ୍ଦୁଝର ଜିଲାର ବ୍ୟବସାୟୀମାନେ ଆସି ଚାଷୀଙ୍କ ପାଖରୁ ଛତୁ କିଣି ନେଉଛନ୍ତି।
ସାଧାରଣତଃ ନଭେମ୍ବର, ଡିସେମ୍ବର ଏବଂ ଜାନୁୟାରୀକୁ ଛାଡ଼ିଦେଲେ ବର୍ଷର ଅନ୍ୟ ସମୟ ପାଳଛତୁ ଚାଷ ପାଇଁ ଅନୁକୂଳ। ଆମ୍ବ ବଗିଚା ଭଳି ଛାଇ ଥିବା ସ୍ଥାନ ଓ ପାଣି ସୁବିଧା ଦେଖି ଚାଷୀମାନେ ପ୍ୟାଡ୍‌ ପକାଉଛନ୍ତି। ଫଳରେ ଖର୍ଚ୍ଚ ଏବଂ ଶ୍ରମିକ ମଜୁରି ବହୁ ପରିମାଣରେ କମିଯାଉଛି। ତେବେ ଏହି ଚାଷ ଲାଗି ଧାନ ଅମଳ ସମୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଏହି ସମୟରେ ବର୍ଷକ ଲାଗି ଆବଶ୍ୟକ ନଡ଼ା ସଂଗ୍ରହ କରି ରଖାଯାଇଥାଏ। ଛତୁଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ଜଣେ ଚାଷୀ ବର୍ଷକୁ ଦେଢ଼ରୁ ଦୁଇଲକ୍ଷ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ତାଲିମ ଓ ଋଣ ବ୍ୟବସ୍ଥା କରାଗଲେ ଉତ୍ପାଦନ ଆହୁରି ବଢ଼ନ୍ତା ବୋଲି ଚାଷୀମାନେ କହିଛନ୍ତି।
ପାଗ ଅନୁକୁଳ ହେଲେ ବର୍ଷକୁ ଲାଭ ୨ ଲକ୍ଷ
ପ୍ରାୟ ୧୦ବର୍ଷ ହେବ ଛତୁଚାଷ କରିଆସୁଛି। ଏହି କାର୍ଯ୍ୟରେ ୫ ପିଲାଙ୍କୁ ନିଯୁକ୍ତି ଦେଇଛି। ଜଳବାୟୁ ଉପରେ ସବୁ କଥା ନିର୍ଭର କରୁଛି। ପାଗ ଅନୁକୂଳ ହେଲେ ବର୍ଷକୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କଲେ ୨ଲକ୍ଷ ଟଙ୍କା ଯାଏ ଲାଭ ମିଳୁଛି। ଛତୁର ଚାହିଦା ବଢୁଛି। ଚାହିଦା ଅନୁସାରେ ଉପତ୍ାଦନ ହୋଇପାରୁନି।
-ଆର୍ତ୍ତତ୍ରାଣ ବିଶ୍ୱାଳ, ଛତୁଚାଷୀ

ସରକାରୀ ସହାୟତା କି ତାଲିମ ମିଳୁନି
ଅନ୍ୟ ଛତୁଚାଷୀଙ୍କୁ ଦେଖି ଏହି ଚାଷ କରିବାକୁ ଇଚ୍ଛା ହୋଇଥିଲା। ପାରମ୍ପରିକ ଚାଷ ସହ ଏବେ ୪ଜଣ ମିଳିମିଶି ଛତୁଚାଷ ଆରମ୍ଭ କରିଛୁ। ନିଜେ ପରିଶ୍ରମ କରି ଦି’ ପଇସା ରୋଜଗାର କରୁଛୁ। ହେଲେ ସରକାରୀସ୍ତରରେ ଋଣ କିମ୍ବା ତାଲିମ ମିଳୁନାହିଁ। କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉନି। ଆଶା ଅନୁଯାୟୀ ଚାଷ କରିପାରୁନୁ ା
-ଦୁଷ୍ମନ୍ତ ଦେହୁରୀ, ଛତୁଚାଷୀ

କଟକଣା ପାଇଁ ଚିନ୍ତା ବଢ଼ିଛି
ଉତ୍ପାଦିତ ଛତୁ ବିକ୍ରି କରିବାକୁ ସହରକୁ ଯିବାକୁ ପଡୁନାହିଁ। ବ୍ୟବସାୟୀ ଆସି ଛତୁ ନେଇଯାଉଛନ୍ତି। ଗତବର୍ଷ କରୋନା ସମୟରେ କଟକଣା ଯୋଗୁ ବ୍ୟାପକ କ୍ଷତି ସହିଥିଲୁ। ଚଳିତବର୍ଷ ଅଣ୍ଟାସଳଖି ଛିଡ଼ା ହେବା ବେଳକୁ ପୁଣି ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଘୋଷଣା ହେଲାଣି। ସେଥିପାଇଁ ସାମାନ୍ୟ ଚିନ୍ତା ବଢ଼ିଛି।
-ବିନୟ ଦେହୁରୀ, ଛତୁଚାଷୀ
ବେକାରଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ
୫ବର୍ଷ ହେଲା ୫ ଜଣ ଯୁବକ ମିଳିତ ହୋଇ ଛତୁଚାଷରେ ନିୟୋଜିତ ଅଛୁ। ମାଲିକଙ୍କ ନିକଟରେ କାମ କରିବା ଭିତରେ ଏହାର କୌଶଳ ଶିଖିଗଲୁଣି। ଛତୁଚାଷରେ ବେକାର ଯୁବତୀଯୁବକଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସରକାର ସହାୟତା, ପ୍ରୋତ୍ସାହନ ଦେଲେ ଅନେକ ଚାଷୀ ଉପକୃତ ହୋଇପାରନ୍ତେ।
-ଶମ୍ଭୁ ମୁଣ୍ଡା, ସହାୟକ


Enter your email to get our daily news in your inbox.

All Right Reserved By Dharitri.Com

ସିଏଏକୁ ନେଇ ପଶ୍ଚିମବଙ୍ଗ ଅଶାନ୍ତ: ହାଓଡା-ଓଡ଼ିଶା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ଏସବୁ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଓଡ଼ିଶା- ହାଓଡା ମଧ୍ୟରେ ରେଳ ଚଳାଚଳ ବ୍ୟାହାତ ହୋଇଛି। ବିଶେଷକରି...

ମୋବାଇଲ ଫୋନକୁ ନେଇ ବଚସାରୁ ହତ୍ୟାକାଣ୍ଡ

ସମ୍ବଲପୁର,୨୧।୩(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସର୍ଲାକାନୀ ଗାନ୍ଧୀପଡାର ଗଣେଶ ଓରାମ...

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ବର,୮।୩(ବ୍ୟୁରୋ): ବିଧାନସଭା ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ୭ ଦିନିଆ ବିଧାନସଭା ଅଧିବେଶନରେ ମାତ୍ର ୬ଟି କାର୍ଯ୍ୟ ଦିବସ ରହିଛି। ତେବେ ୨୫ରୁ ଆରମ୍ଭ...

ଇଗ୍ନୋରେ ୨୦୨୩ ପାଇଁ ନାମଲେଖା ଘୋଷଣା

ଭୁବନେଶ୍ୱର, ୩।୧୨ (ବ୍ୟୁରୋ): ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ୨୦୨୩ ଶିକ୍ଷା ବର୍ଷ ପାଇଁ ନାମଲେଖା ଘୋଷଣା ହୋଇଛି। କୌଣସି କାରଣରୁ ଅଧାରୁ...

ମୌସୁମୀ ନିଷ୍କ୍ରିୟ, ଚାଷୀ ହତାଶ:୧୬,୮୪୩ ହେକ୍ଟର ଜମି ପଡ଼ିଆ

ରୂପ୍‌ସା, ୧୯।୭-ଚଳିତବର୍ଷ ବର୍ଷା ନିୟମିତ ହେଉ ନ ଥିବାରୁ ଧାନ ଅମଳ ହେବାର ସମ୍ଭାବନା କ୍ଷୀଣ ହୋଇଛି। ବର୍ଷା ଅଭାବରୁ ଚାଷୀ ହାତ ବାନ୍ଧି ବସିଛି।...

ମାଲକାନଗିରି, ନବରଙ୍ଗପୁର ଜିଲା କରୋନା ମୁକ୍ତ: ୨୮ଜିଲାରେ ୯୯୦ ସକ୍ରିୟ ରୋଗୀ

ଭୁବନେଶ୍ୱର,୮।୬(ବ୍ୟୁରୋ)-କରୋନା କବଳରେ ସାରା ରାଜ୍ୟ। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢ଼ିବାରେ ଲାଗିଛି, ସୁସ୍ଥ ରୋଗୀଙ୍କ...

ଫୁଲୁଛି ବୈତରଣୀ: ଚିନ୍ତାରେ ତଳିଆ ଅଞ୍ଚଳ, ଜିଲାରେ ରେଡ ଆଲର୍ଟ

ଭଦ୍ରକ ଅଫିସ,୨୦।୮: ଭଦ୍ରକରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ବେଳେ ଗୁରୁବାର ସକାଳ ୬ଟା...

ଧାରା ୩୦୭ରେ ମାମଲା ଦାବିକଲା କଂଗ୍ରେସ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତି ଦର୍ଶାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ...

Advertisement
Archives

Model This Week