ରାଜ୍ୟରେ ପୁଣି ଟିକା ଅଭାବ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ ଦେଖାଦେଲାଣି। ଟିକା କମ୍‌ ଥିବାରୁ ଆଗକୁ ଟିକାକରଣରେ ମଧ୍ୟ ବାଧା ସୃଷ୍ଟି ହେବାର ଆଶଙ୍କା ଉପୁଜିଲାଣି। ତେଣୁ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ତୁରନ୍ତ ଅଧିକ ଟିକା ଯୋଗାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।
ଗତ ୨୧ ଜୁନ୍‌ରୁ ରାଜ୍ୟରେ ହାରାହାରି ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯିବାର କ୍ଷମତା ରହିଛି। ଜୁନ୍‌ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ରାଜ୍ୟକୁ ମୋଟ୍‌ ୧୩,୭୮,୩୧୦ ଡୋଜ୍‌ କୋଭିଶିଲ୍ଡ ଟିକା ମିଳିଛି, ଯାହାକୁ ସବୁ ଜିଲାକୁ ବଣ୍ଟନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୩୮ ହଜାର ଡୋଜ୍‌ କୋଭିଶିଲ୍ଡ ମହଜୁଦ ରହିଛି। ଏହା ମାତ୍ର ଦୁଇଦିନ ଯିବ। ମଙ୍ଗଳବାର ପରଠାରୁ ରାଜ୍ୟରେ କୋଭିଶିଲ୍ଡ ଟିକାର ଅଭାବ ରହିବ। ଫଳରେ କୌଣସି ସ୍ଥାନରେ ଟିକାଦାନ ସମ୍ଭବ ହେବ ନାହିଁ। ରାଜ୍ୟରେ ଟିକାକରଣ ସମ୍ପର୍କରେ ବ୍ୟାପକ ଜନ ସଚେତନତା ଯୋଗୁ ବହୁ ଲୋକ ସ୍ବତଃପ୍ରବୃତ୍ତ ଭାବେ ଟିକା ନେବା ପାଇଁ ଆଗେଇ ଆସୁଛନ୍ତି ଏବଂ ଏଥିପାଇଁ ଟିକାର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ଟିକାକରଣରେ ଯେପରି ବାଧା ସୃଷ୍ଟି ନ ହେଉ ସେଥିପାଇଁ ତୁରନ୍ତ ଟିକା ଯୋଗାଇବା ପାଇଁ ମନ୍ତ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଟିକା ଆସିଲେ ରାଜ୍ୟରେ ଜୁନ୍‌ର ନିର୍ଦ୍ଧାରିତ ସମୟ ଓ ସୂଚୀ ଅନୁଯାୟୀ ଟିକାଦାନ ସମ୍ଭବ ହୋଇପାରିବ। ଟିକା ଯୋଗାଣ ବ୍ୟବସ୍ଥା ଆଗୁଆ କରା ନ ଗଲେ ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହେବ ଓ ଟିକାଦାନ ବାଧାପ୍ରାପ୍ତ ହେବ। ଏହିସବୁ ଅସୁବିଧାକୁ ଦୂର କରି ହିତାଧିକାରୀଙ୍କୁ ଧାର୍ଯ୍ୟ ସମୟରେ ଟିକା ଦେବା ପାଇଁ ଯୋଜନା କରିବାରେ କେନ୍ଦ୍ର ସହାୟକ ହେବା ଉଚିତ ବୋଲି ମନ୍ତ୍ରୀ ଦାସ ଚିଠିରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବାବେଳେ କୋଭିଶିଲ୍ପ ଓ କୋଭାକ୍ସିନ ଟିକା ଦିଆଯାଉଛି। ଏଯାଏ ୧,୧୭,୧୭,୭୧୯ ଡୋଜ୍‌ ଟିକାକରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଙ୍ଗୁଡ଼ି ପ୍ରୋସେସିଂପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌: ୩ ମହିଳା ଗୁରୁତର

ପାରାଦୀପ,୨୩।୫(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଶିଳ୍ପାଞ୍ଚଳରେ ରବିବାର ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇଛି। ଏହାର ପ୍ରଭାବରେ ୧୩ ଜଣ ଅସୁସ୍ଥ...

କୋଭିଡ୍‌ କଟକଣା ଉଲ୍ଲଂଘନ: ଭୁବନେଶ୍ୱରର ଘରୋଇ ଶିକ୍ଷାନୁଷ୍ଠାନକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୬।୪(ବ୍ୟୁରୋ): ଭୁବନେଶ୍ୱର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ମଙ୍ଗଳବାର ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ...

ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୩।୧: ବାଲେଶ୍ୱର ପୋଲିସ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରେ ବସିଛନ୍ତି। ଗୁରୁବାର ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ର ଓ...

ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏନେଇ ରାଜସ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।...

ବିଜେପୁର ବିଜୟିନୀ ରୀତା: ଗତ ନିର୍ବାଚନର ବିଜୟ ବ୍ୟବଧାନକୁ କାଟି କଲେ ରେକର୍ଡ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦- ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନର ଫଳାଫଳ। ଏଥିରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ଗତ ନିର୍ବାଚନର ବହୁ ରେକର୍ଡ ଭାଙ୍ଗି...

୭୦ ପ୍ରତିଶତ ସିଲାବସରେ ପରୀକ୍ଷା ଦେବେ ଅସନ୍ତୁଷ୍ଟ

ଭୁବନେଶ୍ବର,୨।୭: ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କୁ ଶାନ୍ତ କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶୁକ୍ରବାର ପୁଣି ମାଟ୍ରିକ ପରୀକ୍ଷା...

ମହଙ୍ଗା ପଡିଲା ଅନ୍‌ଲାଇନରେ ଖାଦ୍ୟ ମଗାଇବା: ଭାଇ, ଭଉଣୀଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁରରେ ପୁଣି ଥରେ ସାଇବର ଅପରାଧୀ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। ଅନଲାଇନରେ ଖାଦ୍ୟ ଅର୍ଡର କରି ମଗାଇବା ଜଣେ ଛାତ୍ର ପାଇଁ ଏବେ...

ଆଖି ବୁଜିଲା ‘ଜ୍ୟାକି’

ଭୁବନେଶ୍ୱର,୩।୧(ବ୍ୟୁରୋ):ଆଣ୍ଟିଭେନମ୍‌ ଅଭାବରୁ ରବିବାର ସାପ କାମୁଡ଼ାରେ ଆହତ ଡୋବରମ୍ୟାନ ‘ପେପ୍‌ସୀ’ର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଥିବା ଲାବ୍ରାଡର ‘ଜ୍ୟାକି’ର ସୋମବାର ମୃତ୍ୟୁ ଘଟିଛି। ଏହି ଦୁଇଟି...

Advertisement
Archives

Model This Week