ବିଶ୍ୱାସର ଅଭାବ

ଭାଜପା ନେତା ରାମ ମାଧବଙ୍କର ଏକ ପ୍ରବନ୍ଧ ପ୍ରକାଶ ପାଇଛି। ‘ଦକ୍ଷିଣ ଏସିଆର ଅଭିବୃଦ୍ଧି ପାଇଁ ସାମ୍ପ୍ରଦାୟିକତା ସମାପ୍ତ ହେବା ଦରକାର’ ଶୀର୍ଷକ ଏହି ପ୍ରବନ୍ଧ ମୁଖ୍ୟତଃ ଦୁଇଟି ବିଷୟକୁ ଇଙ୍ଗିତ କରେ। ପ୍ରଥମଟି ହେଉଛି ଦକ୍ଷିଣ ଏସିଆ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅଞ୍ଚଳ ହେବାକୁ ଯାଉଛି। ପୂର୍ବରୁ ହିନ୍ଦୁସ୍ଥାନର ଅଙ୍ଗ ରହିଥିବା ବାଂଲାଦେଶ ଏବଂ ପାକିସ୍ତାନରେ ଅବ୍ୟବସ୍ଥା ସତ୍ତ୍ୱେ ବି ସେମାନଙ୍କ ଅଭିବୃଦ୍ଧି ୬ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିବ। ମାଧବ ଦର୍ଶାଇଥିବା ଦ୍ୱିତୀୟ ବିଷୟ ହେଉଛି, ସମୃଦ୍ଧି ପାଇଁ ଦକ୍ଷିଣ ଏସିଆ ସାମ୍ପ୍ରଦାୟିକତାଠାରୁ ଦୂରେଇ ରହିବା ଜରୁରୀ। ଏହା ଏକ ଉଚିତ ପରାମର୍ଶ। ପ୍ରଶ୍ନ ହେଉଛି, ଜଣେ ଏହାକୁ କିପରି ହାସଲ କରେ? ମୋ ସିଦ୍ଧାନ୍ତ ହେଉଛି, ଦକ୍ଷିଣ ଏସିଆ ପାଇଁ ଆଭ୍ୟନ୍ତରୀଣ ସ୍ତରରେ ସାମ୍ପ୍ରଦାୟିକତା ହ୍ରାସ କରି ସ୍ବାଭାବିକ ହେବା ସମ୍ଭବ ନୁହେଁ, ଅର୍ଥାତ୍‌ ଅଖଣ୍ଡ ଭାରତର ଅନ୍ୟ ଭାଗରେ ସ୍ଥିତି ସ୍ବାଭାବିକ ନ ହେବା ଯାଏ ଏହା ସମ୍ଭବ ହେବ ନାହିଁ। ବର୍ତ୍ତମାନ ଆମ ଅଞ୍ଚଳର ସ୍ଥିତି ଭିନ୍ନ। ସୀମା ସେପାଖରେ ଆମେ ତାଙ୍କ ସହ କ୍ରିକେଟ ଖେଳୁନାହଁୁ, ଭିଜା ଦେଉନାହଁୁ। ଏହାସହ ବାଂଲାଦେଶରେ ଆମର କୂଟନୈତିକ ଉପସ୍ଥିତିକୁ ହ୍ରାସ କରିଛୁ। କିନ୍ତୁ ଜଣେ ବାହାରକୁ କିପରି ସ୍ବାଭାବିକ ହେବ? ଏହାର ଉତ୍ତର ଖୋଜିବା ପାଇଁ ଆମକୁ ଅତୀତରେ ଶତ୍ରୁତା କମାଇବା ଲାଗି ବିଶ୍ୱର ଅନ୍ୟ ଦେଶଗୁଡ଼ିକ କ’ଣ କରିଥିଲେ ତାହା ଦେଖିବାକୁ ପଡ଼ିବ। ଜର୍ମାନୀ ଏବଂ ଫ୍ରାନ୍ସ ଦୁଇଟି ବିଶ୍ୱଯୁଦ୍ଧରେ ପରସ୍ପର ବିରୋଧରେ ଲଢ଼ିଥିଲେ। ପ୍ରଥମ ବିଶ୍ୱଯୁଦ୍ଧର ପ୍ରାୟ ସମଗ୍ର ପାଶ୍ଚାତ୍ୟ ଫ୍ରଣ୍ଟ୍‌ ଫ୍ରାନ୍ସ ମାଟିରେ ଯୁଦ୍ଧ ଲଢ଼ିଥିଲେ। ହିଟଲରଙ୍କ ଅଧୀନରେ ଜର୍ମାନୀ ଫ୍ରାନ୍ସ ଦଖଲ କରିଥିଲା। ହେଲେ ଏବେ ସେହି ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ବାଭାବିକ ରହିଛି। ସେମାନଙ୍କ ମଧ୍ୟରେ କୌଣସି ମିଶ୍ରଣ ଘଟିନାହିଁ ଏବଂ ଫ୍ରାନ୍ସ ଫ୍ରାନ୍ସ ହୋଇ ରହିଛି ଏବଂ ଜର୍ମାନୀ ମଧ୍ୟ ଏକ ସ୍ବାଧୀନ ରାଷ୍ଟ୍ର ଭାବରେ ଅଛି, କିନ୍ତୁ ବାଣିଜ୍ୟ ଏବଂ ବିକାଶ ଦୃଷ୍ଟିରୁ ସେମାନଙ୍କ ସ୍ଥିତି ସ୍ବାଭାବିକ ଅଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇସ୍ପାତ ଏବଂ କୋଇଲା ଶିଳ୍ପଗୁଡ଼ିକର ମିଶ୍ରଣ ସହିତ ୟୁରୋପୀୟ ସଂଘ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଙ୍ଗଠନ (ଆସିଆନ)ର ମଧ୍ୟ ଶତ୍ରୁତାର ଏକ ଇତିହାସ ରହିଛି। ସିଙ୍ଗାପୁରରେ ଆତଙ୍କବାଦ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହେବା ପରେ ଇଣ୍ଡୋନେସିଆ ମେରାଇନ୍ସର ଦୁଇ ଜଣଙ୍କୁ ଫାଶୀ ଦେଇଥିଲା। ଆଜି ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ବାଣିଜ୍ୟ କ୍ଷେତ୍ର। ଏଠାରେ ବୌଦ୍ଧ, ମୁସଲମାନ, ହିନ୍ଦୁ, କମ୍ୟୁନିଷ୍ଟ ସହିତ ସମସ୍ତ ପ୍ରକାରର ଲୋକ ଏକାଠି ରହୁଛନ୍ତି ଏବଂ ପାରସ୍ପରିକ ଭିଜା ମୁକ୍ତ ଯାତ୍ରା ପ୍ରଦାନ କରୁଛି। ଚାଇନା ଅନେକ ଦଶନ୍ଧି ଧରି ଭିଏତ୍‌ନାମକୁ ଦଖଲ କରିଥିଲା। କିନ୍ତୁ ତାହା ସେମାନଙ୍କୁ ଚାଇନା ସହିତ ବାଣିଜ୍ୟରେ ବାଧା ଦେଇନାହିଁ। ସେହି ସମାନ ଦଶନ୍ଧିରେ ଜାପାନ ଚାଇନାକୁ ଦଖଲ କରିଥିଲେ ମଧ୍ୟ ପରେ ତା’ସହ ବାଣିଜ୍ୟ ବନ୍ଦ କରିନାହିଁ। ଉଭୟ ୟୁରୋପ ଏବଂ ଆସିଆନ୍‌ ଆମକୁ ଆଗକୁ ବଢ଼ିବାକୁ ମାର୍ଗ ଦେଖାନ୍ତିି ବୋଲି ମାଧବ ଯାହା କହୁଛନ୍ତି ତାହା ହିଁ ଦରକାର। ପ୍ରଶ୍ନ ହେଉଛି, ସମାଧାନ ପାଇଁ କିପରି ଆଗେଇବା। ମାଧବ ସେ ବିଷୟକୁ ଯାଇ ନାହାନ୍ତି, କିନ୍ତୁ ମୋ ପୁସ୍ତକରେ ତାହା ରହିଛି। ବିଶ୍ୱବ୍ୟାଙ୍କ କହିଛି ଯେ, ବାଣିଜ୍ୟ ଏବଂ ପାରସ୍ପରିକ ନାଗରିକ ଯୋଗାଯୋଗ ଦୃଷ୍ଟିରୁ ଦକ୍ଷିଣ ଏସିଆ ବିଶ୍ୱର ସବୁଠାରୁ କମ୍‌ ସମନ୍ବିତ ଅଞ୍ଚଳ। ବାଂଲାଦେଶ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମନ୍ବିତ ବାଣିଜ୍ୟ ଆମ ମୋଟ ବାଣିଜ୍ୟର ମାତ୍ର ୫%। ଦକ୍ଷିଣ-ପୂର୍ବ ଏସିଆରେ ଏହା ୫ ଗୁଣ ଅଧିକ। ଦକ୍ଷିଣ ଏସିଆରେ ବାର୍ଷିକ ବାଣିଜ୍ୟ ପରିମାଣ ୨୩ ବିଲିୟନ ଡଲାର, ଯଦିଓ ଏହା ୧୦୦ ବିଲିୟନରୁ ଅଧିକ ହେବା ଉଚିତ; ତେବେ ହେଉନାହିଁ କାହିଁକି? ଏହି ସମସ୍ୟା ସମ୍ପୂର୍ଣ୍ଣ ମନୁଷ୍ୟକୃତ। ବିଶ୍ୱବ୍ୟାଙ୍କ କହିଛି ଯେ, ସୀମାପାର ବାଣିଜ୍ୟରେ ସମସ୍ୟା ଯୋଗୁ ଏହା ସମ୍ଭବ ହେଉନାହିଁ। ଅର୍ଥାତ୍‌ ପଡ଼ୋଶୀ ଦକ୍ଷିଣ ଏସୀୟ ଦେଶ ପରିବର୍ତ୍ତେ ବ୍ରାଜିଲ ସହିତ ବାଣିଜ୍ୟ କରିବା ଭାରତର ଏକ କମ୍ପାନୀ ପାଇଁ ପ୍ରାୟ ୨୦ ପ୍ରତିଶତ ଶସ୍ତା ହେଉଛି। ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ପାଇଁ ପରିବହନ ଏବଂ ଉପତ୍ାଦ ନେବା ଆଣିବା ଖର୍ଚ୍ଚ ଓଇସିଡି ଦେଶଗୁଡ଼ିକର ମୂଲ୍ୟ ତୁଳନାରେ ୫୦ ପ୍ରତିଶତ ଅଧିକ।
ମୁଖ୍ୟ ସମସ୍ୟା ହେଉଛି ସମଗ୍ର ଅଞ୍ଚଳରେ ଏକ ବ୍ୟାପକ ବିଶ୍ୱାସର ଅଭାବ। ବିଶ୍ୱବ୍ୟାଙ୍କ କହିଛି ଯେ, ପାରମ୍ପରିକ ଚିନ୍ତାଧାରାରୁ ଦୂରେଇ ରହି ମିଳିତ ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ସୀମାପାର ଭାଗୀଦାରି ସମସ୍ୟାର ସମାଧାନ ହୋଇପାରିବ, ଆଞ୍ଚଳିକ ଅନୁଷ୍ଠାନକୁ ମଜଭୁତ କରାଯାଇପାରିବ, ଭିତ୍ତିଭୂମି ଏବଂ ସଂଯୋଗୀକରଣରେ ଉନ୍ନତି ଏବଂ ବାଣିଜ୍ୟ ନୀତିର ବିକାଶ ହୋଇପାରିବ। ତେବେ ପାରମ୍ପରିକ ଚିନ୍ତାଧାରାଗୁଡ଼ିକ ହେଉଛି, ଏକାଠି ହେବାକୁ ଅନିଚ୍ଛା, ଲୋକ ତଥା ପୁଞ୍ଜିର ସୀମାପାର ଗତିବିଧିକୁ ଶେଷ କରିଥିବା ଶତ୍ରୁତା, ନାଗରିକମାନଙ୍କୁ ଏକ ମିଳିତ ଭବିଷ୍ୟତ ବିଷୟରେ ଭାବିବାକୁ ବାରଣ କରିବା ଏବଂ ସର୍ବୋପରି ରାଜନୈତିକ ଭାବନାର ଅନୁପସ୍ଥିତି। ମିଳିତ ପଦକ୍ଷେପର ଲାଭସବୁ ଅତ୍ୟନ୍ତ ସ୍ପଷ୍ଟ। ଦକ୍ଷିଣ ଏସିଆର ସମସ୍ତ ଦେଶରେ ଆଞ୍ଚଳିକ ସହଯୋଗର ଅତ୍ୟଧିକ ଲାଭ କରିବାର ସାମର୍ଥ୍ୟ ରହିଛି। ଏହା ହିଁ ସମାଧାନ। ଆମକୁ ପରସ୍ପର ସହିତ ଅଧିକ ବାଣିଜ୍ୟ କରିବାକୁ ପଡ଼ିବ, ପରିଦର୍ଶକମାନଙ୍କ ଦୃଷ୍ଟିରୁ ପରସ୍ପର ପ୍ରତି ଅଧିକ ଖୋଲା ହେବାକୁ ପଡ଼ିବ ଏବଂ ଜଳବାୟୁ ପରିବର୍ତ୍ତନ ପରି ବୃହତ୍‌ ଆହ୍ବାନଗୁଡ଼ିକ ଉପରେ ଏହିସବୁ ଦେଶ ଏକତ୍ର କାର୍ଯ୍ୟ କରିପାରିବ ବୋଲି ବିଚାର କରିବାକୁ ପଡ଼ିବ। ଏଥିପାଇଁ ଏକ ବୃହତ୍ତମ ଦେଶର ନେତୃତ୍ୱ ଆବଶ୍ୟକ। ଆମର ଉତ୍ପାଦନ ଆଧାରକୁ ଦେଖିଲେ ଏକମାତ୍ର ଦେଶ ଭାବେ ଆମେ ସବୁଠୁ ଅଧିକ ଲାଭବାନ୍‌ ହେବାର ସମ୍ଭାବନା ଅଛି। ମୁଁ ଗତ ସପ୍ତାହରେ ଏହି ସ୍ତମ୍ଭରେ ଲେଖିଥିଲି, ଭାରତକୁ ଆସୁଥିବା ସମସ୍ତ ଡାକ୍ତରୀ ପର୍ଯ୍ୟଟକଙ୍କ ମଧ୍ୟରୁ ଅଧା ବାଂଲାଦେଶର। ସମ୍ପର୍କ ବନ୍ଦ ହେବା କାରଣରୁ କୌଣସି ପାକିସ୍ତାନୀ ଆସିପାରନ୍ତି। ଜଣାପଡ଼ୁଛି, ଏହାର ସମାଧାନ ସରଳ। କିନ୍ତୁ ବାସ୍ତବରେ ଏହାକୁ ଆଭ୍ୟନ୍ତରୀଣ ଜାତୀୟତାବାଦ ଦ୍ୱାରା ବନ୍ଦ କରି ଦିଆଯାଉଛି। ଅନେକେ ଏହାର ସମାଧାନ ଚାହାନ୍ତି ନାହିଁ, କାରଣ ସେମାନେ ସମସ୍ୟାଟି ଠିକ୍‌ ଭାବରେ ବୁଝିପାରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri