ବନ୍ୟପ୍ରାଣୀ ସୁରକ୍ଷା ପାଇଁ କର୍ମଚାରୀ ଅଭାବ

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ ଏବେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ବନ୍ୟପ୍ରାଣୀଙ୍କୁ ଶିକାର ଖବର ହେଉ କିମ୍ବା ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର ଘଟଣା ନଜରକୁ ଆସୁଛି। ଏସବୁ ଦେଖିଲେ ବନ ବିଭାଗ ଜଙ୍ଗଲ ଓ ବଣ୍ୟପ୍ରାଣୀଙ୍କ ସୁରକ୍ଷା କ୍ଷେତ୍ରରେ ଗୁରୁତର ଅବହେଳା କରୁଥିବା ଜଣାପଡ଼ୁଛି। ଆବଶ୍ୟକ ସଂଖ୍ୟକ ଫିଲ୍ଡ ଷ୍ଟାଫ୍‌ ବା ଗାର୍ଡ ଏବଂ ଫରେଷ୍ଟରଙ୍କ ଅଭାବ ସାଙ୍ଗକୁ ପଦବୀ ପୂରଣ ପାଇଁ ବନ ବିଭାଗର ଉଦାସୀନତା ଅନେକାଂଶରେ ରାଜ୍ୟରେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅନ୍ତରାୟ ସାଜିଛି।
ରାଜ୍ୟରେ ଅନେକ ଫରେଷ୍ଟର ଓ ଗାର୍ଡ ପଦବୀ ଖାଲି ପଡ଼ିବା, ଓ୍ବାଚରଙ୍କୁ ଅଧିକାରୀଙ୍କ ଘରେ କାମ କରାଇବା ଯୋଗୁ ରାଜ୍ୟରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କାର୍ଯ୍ୟ ପ୍ରଭାବିତ ହେଉଛି ବୋଲି ରାଜ୍ୟ ଅଣଗେଜେଟେଡ ବନ କର୍ମଚାରୀ ସଂଘ ସଭାପତି ଜଗବନ୍ଧୁ ପାତ୍ର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାଜ୍ୟରେ ପ୍ରାୟ ୪୦୦ ଫରେଷ୍ଟର ଓ ୧୭୦୦ ଗାର୍ଡ ପଦବୀ ଖାଲିପଡ଼ିଛି। ଫଳରେ ସ୍ବାଭାବିକ ଭାବେ କାର୍ଯ୍ୟ ସମ୍ପନ୍ନ ନେଇ ଗୁରୁତର ବାଧା ଉପୁଜୁଛି। କୌଣସି ଡିଭିଜନରେ ସ୍ବତନ୍ତ୍ର ମୋବାଇଲ ସ୍କ୍ବାଡ୍‌ ମଧ୍ୟ ନାହିଁ। ଏଭଳି ଅଭାବୀ ପରିସ୍ଥିତିରେ ମଧ୍ୟ ରେଲୱେ ଭିଜିଲାନ୍ସ, ଇଣ୍ଟର୍ନାଲ ଭିଜିଲାନ୍ସ ସ୍କ୍ବାଡ୍‌କୁ ବନ କର୍ମଚାରୀଙ୍କୁ ଡେପୁଟେଶନରେ ପଠାଯାଉଛି। ସେହିଭଳି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଘରେ ଗଜସାଥୀ ଓ ସୁରକ୍ଷା ୱାଚରଙ୍କ ମଧ୍ୟରୁ ଅର୍ଦ୍ଧାଧିକ କର୍ମଚାରୀଙ୍କୁ ରୋଷେଇ, ମାଳୀ, ଗେଟ୍‌କିପର ଆଦି କାମରେ ନିୟୋଜିତ କରାଯାଉଛି। ସେପଟେ କେଉଁ କର୍ମଚାରୀ ଆରାମ କରୁଛନ୍ତି ତ ଆଉ କାହାକୁ ବିଶ୍ରାମ ନାହିଁ। ବନ ବିଭାଗର ଡ୍ୟୁଟି ବଣ୍ଟନ ବ୍ୟବସ୍ଥା ଆଦୌ ପାରଦର୍ଶୀ ନୁହେଁ। ବ୍ୟବସ୍ଥା ଏମିତି ଯେ, ସିଲଭିକଲଚର, ୱାର୍କିଙ୍ଗପ୍ଲାନ, କେନ୍ଦୁପତ୍ର, ଟ୍ରେନିଂ ସର୍କଲ ପ୍ରଭୃତିରେ କାର୍ଯ୍ୟରତ ସହସ୍ରାଧିକ କର୍ମଚାରୀ ବନ୍ୟଜନ୍ତୁ/ନିଆଁ ସୁରକ୍ଷାରେ ନିୟୋଜିତ ହୁଅନ୍ତି ନାହିଁ। ତେଣୁ ସିଙ୍ଗିଲ ଉଇଣ୍ଡୋ ପରିଚାଳନା ନିମିତ୍ତ, ଇଣ୍ଟିଗ୍ରେଟେଡ ସର୍କଲ ରି-ଅର୍ଗାନାଇଜେଶନ ପାଇଁ ଅନେକ ଦିନରୁ ବାରମ୍ବାର ଦାବି କରୁଥିଲେ ମଧ୍ୟ ବିଭାଗ ଶୁଣୁନାହିଁ ବୋଲି ଜଗବନ୍ଧୁ ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ବନ୍ୟପ୍ରାଣୀ ସୁରକ୍ଷା ପାଇଁ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପେଶାଲ୍‌ ଷ୍ଟ୍ରାଇକିଂ ଫୋର୍ସ (ଏସ୍‌ଏସ୍‌ଏଫ୍‌) ଗଠନ କରିବା ପାଇଁ ଘୋଷଣା କରିଥିଲେ। ରାଜ୍ୟର ୫୦ଟି ସ୍ଥାନରେ ଏସ୍‌ଏସ୍‌ଏଫ୍‌ର ସ୍‌ତନ୍ତ୍ର ଟିମ୍‌ ମୁତୟନ ହୋଇ ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟ କରିଥାଆନ୍ତେ। କିନ୍ତୁ ଦୀର୍ଘ ୧୪ ବର୍ଷ ପରେ ମଧ୍ୟ ଏସ୍‌ଏସ୍‌ଏଫ୍‌ ଗଠନ ହୋଇପାରିଲା ନାହିଁ। ଏଥିପାଇଁ କେବଳ ପିସିସିଏଫ୍‌ମାନେ ଦାୟୀ ବୋଲି ଜଗବନ୍ଧୁ କହିଛନ୍ତି। ସେହିପରି ଆଠଗଡ଼ରେ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଜଗବନ୍ଧୁ ପ୍ରତିକ୍ରିୟା ରଖି କହିଛନ୍ତି, ହାତୀର ମୃତ୍ୟୁ ଯେମିତି ବି ହେଉ (ସ୍ବାଭାବିକ, ବିଦ୍ୟୁତ୍‌ ଆଘାତ, ରେଳ/ଯାନ ଦୁର୍ଘଟଣା କିମ୍ବା ଶିକାର) ପଛେ ଗାର୍ଡ କିମ୍ବା ଫରେଷ୍ଟରଙ୍କୁ ବଳି ଦେଇ ସମସ୍ତେ ସୁରକ୍ଷିତ ରହିଯାଉଛନ୍ତି। ଆଠଗଡ଼ରେ ଯେଉଁଭଳି ଭାବେ ହାତୀ କଙ୍କାଳ ଜବତ ହେଲା, ସେହିଭଳି କିଛି ଉଦାହରଣ ଅଛି ଯେଉଁଥିରେ ଆର୍‌ସିସିଏଫ୍‌, ଡିଏଫ୍‌ଓ ଏବଂ ଏସିଏଫ୍‌ ସମସ୍ତେ ଜାଣି ମଧ୍ୟ ବିନା ମାମଲାରେ ପୋତା ହେଇଛି। ଏଭଳି ୪୦ ଉଦାହରଣ ସେ ଦେଇପାରିବେ ବୋଲି ଜଗବନ୍ଧୁ କହିିଛନ୍ତି। ଆଠଗଡ଼ ଘଟଣାର ତଦନ୍ତରେ ସମସ୍ତଙ୍କ ନାର୍କୋଟିକ ଟେଷ୍ଟ ପାଇଁ ଜଗବନ୍ଧୁ ଦାବି କରିଛନ୍ତି। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ଯଥାଶୀଘ୍ର ବନ ଅଧିକାରୀଙ୍କର ଏସବୁ ବେଆଇନ କାମ ବନ୍ଦ କରିବା ସହ ସ୍ପେଶାଲ୍‌ ଷ୍ଟ୍ରାଇକିଂ ଫୋର୍ସ ଗଠନ ଲାଗି ପଦକ୍ଷେପ ନିଅନ୍ତୁ, ତା’ହେଲେ ଆଠଗଡ଼ ବନଖଣ୍ଡ ଭଳି ଘଟଣା ରୋକାଯାଇପାରିବ। ଅନ୍ୟପକ୍ଷରେ ଏ ନେଇ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଡୁମ୍‌ଡୁମା ସୁବାସ ନଗର ବସ୍ତିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ରାଜଧାନୀର ଡୁମଡୁମା ଅଞ୍ଚଳ ସୁବାସ ନଗର ବସ୍ତିକୁ ଶନିବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସୁବାସ ନଗର ବସ୍ତିରୁ ଏକାଧିକ କରୋନା ପଜିଟିଭ୍‌...

ଗ୍ୟାସରୁ ନିଆଁ ଲାଗି ଜଳିଗଲା ଆଇରନ ବୋଝେଇ ଟ୍ରକ

ବଇଣ୍ଡା,୭।୬(ଡି.ଏନ.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ଥାନା ଶୁଶବଠାରେ ରବିବାର ସକାଳେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ଏଥିରେ ଟ୍ରକରେ ବସିଥିବା...

ରାଜଧାନୀରେ ମାଡିଲା କରୋନା: ଆଜି ଚିହ୍ନଟ ହେଲେ ୧୦୧ ଆକ୍ରାନ୍ତ; ଖଣ୍ଡଗିରିରୁ ସର୍ବାଧିକ

ଭୁବନେଶ୍ୱର,୬।୪(ବ୍ୟୁରୋ): ବେଳକୁ ବେଳ ଅସମ୍ଭାଳ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ଏହି କ୍ରମରେ ରାଜ୍ୟରେ ମୋଟ...

ଓଡ଼ିଶାରେ ଓମିକ୍ରନ ସନ୍ଦିଗ୍ଧ

କଟକ ଅଫିସ,୧୮ା୧୨: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ୍‌...

ପଲିଥିନ ନ ଘୋଡ଼ାଇ ପରିବହନ

ଚମ୍ପୁଆ, ୨୬।୪(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଖଣି ଖାଦାନ ଅଞ୍ଚଳ ଭାବେ ବେଶ ପରିଚିତ। ଉକ୍ତ ଖଣି ଖାଦାନରୁ ଦୈନିକ ହଜାର ହଜାର ଟ୍ରକ...

କରୋନାରୁ ସୁସ୍ଥ ହେଲେ ଆଉ ୧୪୪୮, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୪୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୨,୯୧,୧୩୭କୁ ବୃଦ୍ଧି ପାଇଛି। ଆରୋଗ୍ୟ...

ସୁନ୍ଦରଗଡ଼ରେ ସରପଞ୍ଚଙ୍କ ସମେତ ୭ କରୋନା ଆକ୍ରାନ୍ତ ଚିହ୍ନଟ: ଡମକୁଡ଼ା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ସୁନ୍ଦରଗଡ଼,୯।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ସରପଞ୍ଚ ଥିବା ବେଳେ ଦୁଇଜଣ ଜଗୁଆଳୀ ଏବଂ ସବ୍‌ଡେଗା...

ଭୁବନେଶ୍ୱରରେ ହେଲା ସିନ୍‌ ରିକ୍ରିଏଶନ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ରସୁଲପୁର(ଡି.ଏନ୍‌.ଏ.),୪ା୨:ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୮ଦିନ ବିତିଛି। ଯାଜପୁର ପୋଲିସ ଏବଂ କମିଶନରେଟ ପୋଲିସ ଉଭୟ...

Advertisement
Archives

Model This Week