ବନ୍ୟପ୍ରାଣୀ ସୁରକ୍ଷା ପାଇଁ କର୍ମଚାରୀ ଅଭାବ

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ ଏବେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ବନ୍ୟପ୍ରାଣୀଙ୍କୁ ଶିକାର ଖବର ହେଉ କିମ୍ବା ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର ଘଟଣା ନଜରକୁ ଆସୁଛି। ଏସବୁ ଦେଖିଲେ ବନ ବିଭାଗ ଜଙ୍ଗଲ ଓ ବଣ୍ୟପ୍ରାଣୀଙ୍କ ସୁରକ୍ଷା କ୍ଷେତ୍ରରେ ଗୁରୁତର ଅବହେଳା କରୁଥିବା ଜଣାପଡ଼ୁଛି। ଆବଶ୍ୟକ ସଂଖ୍ୟକ ଫିଲ୍ଡ ଷ୍ଟାଫ୍‌ ବା ଗାର୍ଡ ଏବଂ ଫରେଷ୍ଟରଙ୍କ ଅଭାବ ସାଙ୍ଗକୁ ପଦବୀ ପୂରଣ ପାଇଁ ବନ ବିଭାଗର ଉଦାସୀନତା ଅନେକାଂଶରେ ରାଜ୍ୟରେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅନ୍ତରାୟ ସାଜିଛି।
ରାଜ୍ୟରେ ଅନେକ ଫରେଷ୍ଟର ଓ ଗାର୍ଡ ପଦବୀ ଖାଲି ପଡ଼ିବା, ଓ୍ବାଚରଙ୍କୁ ଅଧିକାରୀଙ୍କ ଘରେ କାମ କରାଇବା ଯୋଗୁ ରାଜ୍ୟରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କାର୍ଯ୍ୟ ପ୍ରଭାବିତ ହେଉଛି ବୋଲି ରାଜ୍ୟ ଅଣଗେଜେଟେଡ ବନ କର୍ମଚାରୀ ସଂଘ ସଭାପତି ଜଗବନ୍ଧୁ ପାତ୍ର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାଜ୍ୟରେ ପ୍ରାୟ ୪୦୦ ଫରେଷ୍ଟର ଓ ୧୭୦୦ ଗାର୍ଡ ପଦବୀ ଖାଲିପଡ଼ିଛି। ଫଳରେ ସ୍ବାଭାବିକ ଭାବେ କାର୍ଯ୍ୟ ସମ୍ପନ୍ନ ନେଇ ଗୁରୁତର ବାଧା ଉପୁଜୁଛି। କୌଣସି ଡିଭିଜନରେ ସ୍ବତନ୍ତ୍ର ମୋବାଇଲ ସ୍କ୍ବାଡ୍‌ ମଧ୍ୟ ନାହିଁ। ଏଭଳି ଅଭାବୀ ପରିସ୍ଥିତିରେ ମଧ୍ୟ ରେଲୱେ ଭିଜିଲାନ୍ସ, ଇଣ୍ଟର୍ନାଲ ଭିଜିଲାନ୍ସ ସ୍କ୍ବାଡ୍‌କୁ ବନ କର୍ମଚାରୀଙ୍କୁ ଡେପୁଟେଶନରେ ପଠାଯାଉଛି। ସେହିଭଳି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଘରେ ଗଜସାଥୀ ଓ ସୁରକ୍ଷା ୱାଚରଙ୍କ ମଧ୍ୟରୁ ଅର୍ଦ୍ଧାଧିକ କର୍ମଚାରୀଙ୍କୁ ରୋଷେଇ, ମାଳୀ, ଗେଟ୍‌କିପର ଆଦି କାମରେ ନିୟୋଜିତ କରାଯାଉଛି। ସେପଟେ କେଉଁ କର୍ମଚାରୀ ଆରାମ କରୁଛନ୍ତି ତ ଆଉ କାହାକୁ ବିଶ୍ରାମ ନାହିଁ। ବନ ବିଭାଗର ଡ୍ୟୁଟି ବଣ୍ଟନ ବ୍ୟବସ୍ଥା ଆଦୌ ପାରଦର୍ଶୀ ନୁହେଁ। ବ୍ୟବସ୍ଥା ଏମିତି ଯେ, ସିଲଭିକଲଚର, ୱାର୍କିଙ୍ଗପ୍ଲାନ, କେନ୍ଦୁପତ୍ର, ଟ୍ରେନିଂ ସର୍କଲ ପ୍ରଭୃତିରେ କାର୍ଯ୍ୟରତ ସହସ୍ରାଧିକ କର୍ମଚାରୀ ବନ୍ୟଜନ୍ତୁ/ନିଆଁ ସୁରକ୍ଷାରେ ନିୟୋଜିତ ହୁଅନ୍ତି ନାହିଁ। ତେଣୁ ସିଙ୍ଗିଲ ଉଇଣ୍ଡୋ ପରିଚାଳନା ନିମିତ୍ତ, ଇଣ୍ଟିଗ୍ରେଟେଡ ସର୍କଲ ରି-ଅର୍ଗାନାଇଜେଶନ ପାଇଁ ଅନେକ ଦିନରୁ ବାରମ୍ବାର ଦାବି କରୁଥିଲେ ମଧ୍ୟ ବିଭାଗ ଶୁଣୁନାହିଁ ବୋଲି ଜଗବନ୍ଧୁ ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ବନ୍ୟପ୍ରାଣୀ ସୁରକ୍ଷା ପାଇଁ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପେଶାଲ୍‌ ଷ୍ଟ୍ରାଇକିଂ ଫୋର୍ସ (ଏସ୍‌ଏସ୍‌ଏଫ୍‌) ଗଠନ କରିବା ପାଇଁ ଘୋଷଣା କରିଥିଲେ। ରାଜ୍ୟର ୫୦ଟି ସ୍ଥାନରେ ଏସ୍‌ଏସ୍‌ଏଫ୍‌ର ସ୍‌ତନ୍ତ୍ର ଟିମ୍‌ ମୁତୟନ ହୋଇ ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟ କରିଥାଆନ୍ତେ। କିନ୍ତୁ ଦୀର୍ଘ ୧୪ ବର୍ଷ ପରେ ମଧ୍ୟ ଏସ୍‌ଏସ୍‌ଏଫ୍‌ ଗଠନ ହୋଇପାରିଲା ନାହିଁ। ଏଥିପାଇଁ କେବଳ ପିସିସିଏଫ୍‌ମାନେ ଦାୟୀ ବୋଲି ଜଗବନ୍ଧୁ କହିଛନ୍ତି। ସେହିପରି ଆଠଗଡ଼ରେ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଜଗବନ୍ଧୁ ପ୍ରତିକ୍ରିୟା ରଖି କହିଛନ୍ତି, ହାତୀର ମୃତ୍ୟୁ ଯେମିତି ବି ହେଉ (ସ୍ବାଭାବିକ, ବିଦ୍ୟୁତ୍‌ ଆଘାତ, ରେଳ/ଯାନ ଦୁର୍ଘଟଣା କିମ୍ବା ଶିକାର) ପଛେ ଗାର୍ଡ କିମ୍ବା ଫରେଷ୍ଟରଙ୍କୁ ବଳି ଦେଇ ସମସ୍ତେ ସୁରକ୍ଷିତ ରହିଯାଉଛନ୍ତି। ଆଠଗଡ଼ରେ ଯେଉଁଭଳି ଭାବେ ହାତୀ କଙ୍କାଳ ଜବତ ହେଲା, ସେହିଭଳି କିଛି ଉଦାହରଣ ଅଛି ଯେଉଁଥିରେ ଆର୍‌ସିସିଏଫ୍‌, ଡିଏଫ୍‌ଓ ଏବଂ ଏସିଏଫ୍‌ ସମସ୍ତେ ଜାଣି ମଧ୍ୟ ବିନା ମାମଲାରେ ପୋତା ହେଇଛି। ଏଭଳି ୪୦ ଉଦାହରଣ ସେ ଦେଇପାରିବେ ବୋଲି ଜଗବନ୍ଧୁ କହିିଛନ୍ତି। ଆଠଗଡ଼ ଘଟଣାର ତଦନ୍ତରେ ସମସ୍ତଙ୍କ ନାର୍କୋଟିକ ଟେଷ୍ଟ ପାଇଁ ଜଗବନ୍ଧୁ ଦାବି କରିଛନ୍ତି। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ଯଥାଶୀଘ୍ର ବନ ଅଧିକାରୀଙ୍କର ଏସବୁ ବେଆଇନ କାମ ବନ୍ଦ କରିବା ସହ ସ୍ପେଶାଲ୍‌ ଷ୍ଟ୍ରାଇକିଂ ଫୋର୍ସ ଗଠନ ଲାଗି ପଦକ୍ଷେପ ନିଅନ୍ତୁ, ତା’ହେଲେ ଆଠଗଡ଼ ବନଖଣ୍ଡ ଭଳି ଘଟଣା ରୋକାଯାଇପାରିବ। ଅନ୍ୟପକ୍ଷରେ ଏ ନେଇ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?