ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସ ଅନ୍ତେବାସୀ ରୁଚିକା ମହାନ୍ତି ସିନିୟର ଛାତ୍ରୀମାନଙ୍କ ର଼୍ୟାଗିଂ ସହି ନ ପାରି ଶନିବାର ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ଆଇଏଏସ୍‌ ଅଫିସର ହେବାର ସ୍ବପ୍ନ ଦେଖୁଥିବା ମେଧାବୀ ଛାତ୍ରୀ ରୁଚିକା ଯୁକ୍ତ୩ (ଇତିହାସ ସମ୍ମାନ) ପ୍ରଥମ ବର୍ଷ ଛାତ୍ରୀ। ତାଙ୍କ ଘର କଟକ ଜିଲା ଆଠଗଡ଼ ଅଞ୍ଚଳରେ। ସେ ଏଭଳି ଚରମ ନିଷ୍ପତ୍ତି ନେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ରୁଚିକାଙ୍କ ପକେଟରୁ ଜବତ ସୁଇସାଇଡ୍‌ ନୋଟ୍‌ରେ ୩ଜଣ ସିନିୟର ନିର୍ଯାତନା ଦେଇଥିବା ଉଲ୍ଲେଖ ରହିଛି। ତେଣୁ ଉକ୍ତ ୩ ସିନିୟର୍‌ ଛାତ୍ରୀଙ୍କ ସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି ହେଉଛି। ରୁଚିକାଙ୍କ ବାପା ଗଣେଶ୍ୱର ମହାନ୍ତି ସିବିଆଇ ଦ୍ୱାରା ଘଟଣାର ତଦନ୍ତ କରି ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।
ଘଟଣାକୁ ନେଇ ବଡ଼ଗଡ଼ ଥାନା ପୋଲିସ ଏକ ମାମଲା (ନଂ.୨୨୬/୨୦୨୨) ରୁଜୁ କରି ତଦନ୍ତ କରୁଛି। ତଦନ୍ତ ପାଇଁ କମିଶନରେଟ ପୋଲିସର ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଗଠନ ହୋଇଛି। ଉକ୍ତ ଟିମ୍‌ରେ ଜୋନ ୪ ଏସିପି ପରେଶ କୁମାର ରାଉତ, ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ ଏବଂ ଜଣେ ଏସ୍‌ଆଇ ରହିଛନ୍ତି। ତଦନ୍ତକାରୀ ଟିମ୍‌ର ଅଧିକାରୀମାନେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ, ୱାର୍ଡେନ ଓ ଅନ୍ତେବାସୀଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରୁଛନ୍ତି। ଜୋନ୍‌-୪ ଏସିପି ରାଉତ କହିଛନ୍ତି, ଏଯାବତ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ। ସମସ୍ତଙ୍କ ବୟାନ ରେକର୍ଡ କରାଯାଉଛି, ଯାହା ନିଷ୍କର୍ଷ ବାହାରିବ ଜଣାଇ ଦିଆଯିବ। ରୁଚିକାଙ୍କୁ ଆତ୍ମହତ୍ୟା ପାଇଁ ଯେଉଁମାନେ ପ୍ରବର୍ତ୍ତାଇଛନ୍ତି, ସେମାନେ ନିଶ୍ଚୟ ଦଣ୍ଡ ପାଇବେ ବୋଲି ଏସିପି ରାଉତ କହିଛନ୍ତି।
ଘଟଣାରେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରୁଚିକାଙ୍କୁ ର଼୍ୟାଗିଂ କରୁଥିବା ୩ ସିନିୟର୍‌ କିଏ, ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ର଼୍ୟାଗିଂ ବିଷୟରେ ଜଣାଥିଲା କି ନାହିଁ, ୱାର୍ଡେନ୍‌ କାହିଁକି ଏ ବିଷୟରେ ଜାଣିପାରିଲେନାହଁି, କେବଳ ରୁଚିକା ର଼୍ୟାଗିଂର ଶିକାର ହୋଇଥିଲେ ନା ଆଉ କିଏ? ଏଭଳି ବିଭିନ୍ନ ଦିଗକୁ ନେଇ ସାଧାରଣରେ ଆଲୋଚନା ହେଉଛି। ସେପଟେ ରାଜ୍ୟ ମହିଳା କମିଶନ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଛି। ରବିବାର ସାରେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ବିଜେବି ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ, ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ସହ କଥା ହୋଇଛନ୍ତି। ଏହା ସହ ପୋଲିସ ତଦନ୍ତ ସମ୍ପର୍କରେ ସେ ଅନୁଧ୍ୟାନ କରିଛନ୍ତି। ଏନେଇ ସୋମବାର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି। ନବ ନିର୍ମାଣ ଯୁବଛାତ୍ର ସଂଗଠନ (ଏନ୍‌ୱାଇସିଏସ୍‌), ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ବିଜେବି କଲେଜ ପରିସରରେ ରାଲି କରାଯିବା ସହ ଧାରଣା ଦିଆଯାଇଥିଲା। ବିକ୍ଷୋଭରେ ରୁଚିକାଙ୍କ ପରିବାରଲୋକ ମଧ୍ୟ ସାମିଲ ହୋଇଥିଲେ। ବିଜେବି କଲେଜ ଛାତ୍ରୀଛାତ୍ରଙ୍କ ପକ୍ଷରୁ ମହମବତି ଶୋଭାଯାତ୍ରା କ୍ୟାମ୍ପସ ପରସରରୁ ରାଜ୍ୟ ସଂଗ୍ରହାଳୟ ପର୍ଯ୍ୟନ୍ତ କରାଯାଇ ଘଟଣାର ପ୍ରତିବାଦ କରାଯାଇଛି।
ରୁଚିକାଙ୍କ ବାପା ଗଣେଶ୍ୱର ସିବିଆଇ ତଦନ୍ତ ଦାବି କରି କହିଛନ୍ତି, ଦୋଷୀଙ୍କୁ ଚିହ୍ନଟ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ଏବଂ ଭବିଷ୍ୟତରେ ମୋ ପରି ଆଉ କୌଣସି ଅଭିଭାବକ ଏପରି ସ୍ଥିତି ନ ଭୋଗନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦୌଡ଼ରାଣୀ ଦୁତୀ ଚାନ୍ଦ ମଧ୍ୟ ର଼୍ୟାଗିଂର ଶିକାର ହୋଇଥିବା କହିଛନ୍ତି। ସେ ଏନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ କରିଛନ୍ତି। ଦୁତୀ କହିଛନ୍ତି, ୨୦୦୬ରୁ ୨୦୦୮ ଯାଏଁ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲରେ ରହଣି ସମୟରେ ସେ ସିନିୟରଙ୍କ ର଼୍ୟାଗିଂ ଶିକାର ହୋଇଥିଲେ। ସିନିୟରମାନେ ରୁମ୍‌କୁ ଡାକି ବଡି ମ୍ୟାସେଜ୍‌ କରାଉଥିଲେ। ଏ ବିଷୟରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ଗାଳିଗୁଲଜ କରାଯାଉଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?