ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସ ଅନ୍ତେବାସୀ ରୁଚିକା ମହାନ୍ତି ସିନିୟର ଛାତ୍ରୀମାନଙ୍କ ର଼୍ୟାଗିଂ ସହି ନ ପାରି ଶନିବାର ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ଆଇଏଏସ୍‌ ଅଫିସର ହେବାର ସ୍ବପ୍ନ ଦେଖୁଥିବା ମେଧାବୀ ଛାତ୍ରୀ ରୁଚିକା ଯୁକ୍ତ୩ (ଇତିହାସ ସମ୍ମାନ) ପ୍ରଥମ ବର୍ଷ ଛାତ୍ରୀ। ତାଙ୍କ ଘର କଟକ ଜିଲା ଆଠଗଡ଼ ଅଞ୍ଚଳରେ। ସେ ଏଭଳି ଚରମ ନିଷ୍ପତ୍ତି ନେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ରୁଚିକାଙ୍କ ପକେଟରୁ ଜବତ ସୁଇସାଇଡ୍‌ ନୋଟ୍‌ରେ ୩ଜଣ ସିନିୟର ନିର୍ଯାତନା ଦେଇଥିବା ଉଲ୍ଲେଖ ରହିଛି। ତେଣୁ ଉକ୍ତ ୩ ସିନିୟର୍‌ ଛାତ୍ରୀଙ୍କ ସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି ହେଉଛି। ରୁଚିକାଙ୍କ ବାପା ଗଣେଶ୍ୱର ମହାନ୍ତି ସିବିଆଇ ଦ୍ୱାରା ଘଟଣାର ତଦନ୍ତ କରି ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।
ଘଟଣାକୁ ନେଇ ବଡ଼ଗଡ଼ ଥାନା ପୋଲିସ ଏକ ମାମଲା (ନଂ.୨୨୬/୨୦୨୨) ରୁଜୁ କରି ତଦନ୍ତ କରୁଛି। ତଦନ୍ତ ପାଇଁ କମିଶନରେଟ ପୋଲିସର ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଗଠନ ହୋଇଛି। ଉକ୍ତ ଟିମ୍‌ରେ ଜୋନ ୪ ଏସିପି ପରେଶ କୁମାର ରାଉତ, ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ ଏବଂ ଜଣେ ଏସ୍‌ଆଇ ରହିଛନ୍ତି। ତଦନ୍ତକାରୀ ଟିମ୍‌ର ଅଧିକାରୀମାନେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ, ୱାର୍ଡେନ ଓ ଅନ୍ତେବାସୀଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରୁଛନ୍ତି। ଜୋନ୍‌-୪ ଏସିପି ରାଉତ କହିଛନ୍ତି, ଏଯାବତ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ। ସମସ୍ତଙ୍କ ବୟାନ ରେକର୍ଡ କରାଯାଉଛି, ଯାହା ନିଷ୍କର୍ଷ ବାହାରିବ ଜଣାଇ ଦିଆଯିବ। ରୁଚିକାଙ୍କୁ ଆତ୍ମହତ୍ୟା ପାଇଁ ଯେଉଁମାନେ ପ୍ରବର୍ତ୍ତାଇଛନ୍ତି, ସେମାନେ ନିଶ୍ଚୟ ଦଣ୍ଡ ପାଇବେ ବୋଲି ଏସିପି ରାଉତ କହିଛନ୍ତି।
ଘଟଣାରେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରୁଚିକାଙ୍କୁ ର଼୍ୟାଗିଂ କରୁଥିବା ୩ ସିନିୟର୍‌ କିଏ, ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ର଼୍ୟାଗିଂ ବିଷୟରେ ଜଣାଥିଲା କି ନାହିଁ, ୱାର୍ଡେନ୍‌ କାହିଁକି ଏ ବିଷୟରେ ଜାଣିପାରିଲେନାହଁି, କେବଳ ରୁଚିକା ର଼୍ୟାଗିଂର ଶିକାର ହୋଇଥିଲେ ନା ଆଉ କିଏ? ଏଭଳି ବିଭିନ୍ନ ଦିଗକୁ ନେଇ ସାଧାରଣରେ ଆଲୋଚନା ହେଉଛି। ସେପଟେ ରାଜ୍ୟ ମହିଳା କମିଶନ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଛି। ରବିବାର ସାରେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ବିଜେବି ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ, ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ସହ କଥା ହୋଇଛନ୍ତି। ଏହା ସହ ପୋଲିସ ତଦନ୍ତ ସମ୍ପର୍କରେ ସେ ଅନୁଧ୍ୟାନ କରିଛନ୍ତି। ଏନେଇ ସୋମବାର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି। ନବ ନିର୍ମାଣ ଯୁବଛାତ୍ର ସଂଗଠନ (ଏନ୍‌ୱାଇସିଏସ୍‌), ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ବିଜେବି କଲେଜ ପରିସରରେ ରାଲି କରାଯିବା ସହ ଧାରଣା ଦିଆଯାଇଥିଲା। ବିକ୍ଷୋଭରେ ରୁଚିକାଙ୍କ ପରିବାରଲୋକ ମଧ୍ୟ ସାମିଲ ହୋଇଥିଲେ। ବିଜେବି କଲେଜ ଛାତ୍ରୀଛାତ୍ରଙ୍କ ପକ୍ଷରୁ ମହମବତି ଶୋଭାଯାତ୍ରା କ୍ୟାମ୍ପସ ପରସରରୁ ରାଜ୍ୟ ସଂଗ୍ରହାଳୟ ପର୍ଯ୍ୟନ୍ତ କରାଯାଇ ଘଟଣାର ପ୍ରତିବାଦ କରାଯାଇଛି।
ରୁଚିକାଙ୍କ ବାପା ଗଣେଶ୍ୱର ସିବିଆଇ ତଦନ୍ତ ଦାବି କରି କହିଛନ୍ତି, ଦୋଷୀଙ୍କୁ ଚିହ୍ନଟ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ଏବଂ ଭବିଷ୍ୟତରେ ମୋ ପରି ଆଉ କୌଣସି ଅଭିଭାବକ ଏପରି ସ୍ଥିତି ନ ଭୋଗନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦୌଡ଼ରାଣୀ ଦୁତୀ ଚାନ୍ଦ ମଧ୍ୟ ର଼୍ୟାଗିଂର ଶିକାର ହୋଇଥିବା କହିଛନ୍ତି। ସେ ଏନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ କରିଛନ୍ତି। ଦୁତୀ କହିଛନ୍ତି, ୨୦୦୬ରୁ ୨୦୦୮ ଯାଏଁ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲରେ ରହଣି ସମୟରେ ସେ ସିନିୟରଙ୍କ ର଼୍ୟାଗିଂ ଶିକାର ହୋଇଥିଲେ। ସିନିୟରମାନେ ରୁମ୍‌କୁ ଡାକି ବଡି ମ୍ୟାସେଜ୍‌ କରାଉଥିଲେ। ଏ ବିଷୟରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ଗାଳିଗୁଲଜ କରାଯାଉଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ

ରସୁଲପୁର,୮।୪(ଡିଏନଏ): ରସୁଲପୁର ବ୍ଲକ ବ୍ରହ୍ମବରଦାକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଏପ୍ରିଲ ୧୨ ପର୍ଯ୍ୟନ୍ତ ଶଟଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏହି ଅବଧି...

ବିଜେଡି ସରକାର ୫ ପାଳିର ୪ ବର୍ଷ ପୂର୍ତ୍ତି

ଭୁବନେଶ୍ୱର,୨୯ା୫(ବ୍ୟୁରୋ: ବିଜେଡି ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଛି। ୨୦୧୯ ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ଶପଥ ନେଇଥିଲେ। ଲୋକଙ୍କୁ...

୯୦ ଏକର ଜମିରେ ହେବ ‘ଆନନ୍ଦବନ’

ଭୁବନେଶ୍ୱର,୧୩।୧ (ବ୍ୟୁରୋ): ସହରାଞ୍ଚଳ ବନ ବିଭାଗ ପକ୍ଷରୁୁ ଶଙ୍କରପୁର ମୌଜା ଘାଟିକିଆ-କଳିଙ୍ଗ ବିହାର ଅଞ୍ଚଳରେ ପ୍ରକଳ୍ପ ‘ଆନନ୍ଦବନ’ ପ୍ରସ୍ତୁତ କରାଯାଉଛି। ପ୍ରାୟ ୯୦ ଏକର ଜମିରେ...

ନବମ, ଦଶମ ଶ୍ରେଣୀ ସିଲାବସ୍‌ କମିବ

ଭୁବନେଶ୍ୱର,୨୩ା୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଚଳିତବର୍ଷ ବି ନବମ,ଦଶମ ଶ୍ରେଣୀର ସିଲାବସ୍‌ କମିବ। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ ହ୍ରାସ କରାଯିବ। ସିଲାବସ୍‌...

୨୯ରୁ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର...

ସିଏମ୍‌ସି ଅଞ୍ଚଳରୁ ଆଉ ୧୨୫

କଟକ ଅଫିସ,୨୫।୮: କଟକ ମହାନଗର ନିଗମରୁ ମଙ୍ଗଳବାର ୧୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୪ କୁମ୍ଭାରସାହି କଣ୍ଟେନ୍‌ମେଣ୍ଟ ଅଞ୍ଚଳର ଥିବା ବେଳେ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨।୯(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୬୫୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯୩, ଯାଜପୁରରୁ ୨୧୩,...

ଲୋକାୟୁକ୍ତରେ ୮୨ ଦୁର୍ନୀତି ମାମଲା ବିଚାରାଧୀନ :ମାର୍ଚ୍ଚ ୩୧ ପୂର୍ବରୁ ସମ୍ପତ୍ତି ଘୋଷଣା ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ରାଜ୍ୟରେ ୨୦୧୮ ଜୁଲାଇ ୭ରୁ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଲୋକାୟୁକ୍ତ ଗଠନ କରାଯାଇଛି। ଲୋକାୟୁକ୍ତ ଆଇନର...

Advertisement
Archives

Model This Week