ଦକ୍ଷତାର ଅଭାବ

ଚଳିତ ମାସରେ ଦୁଇଟି ଶୀର୍ଷକ ସମ୍ବଳିତ ଖବର ପ୍ରକାଶ ପାଇଛି। ଗୋଟିଏ ହେଉଛି ‘ଟେରର ଫାଇନାନ୍ସିଂ(ଉଗ୍ରବାଦୀଙ୍କୁୁ ପାଣ୍ଠି ଯୋଗାଣ), ମନି ଲଣ୍ଡରିଂ (ଅର୍ଥ ହେରଫେର) ନିୟନ୍ତ୍ରଣ କରିବାରେ ଭାରତର ପ୍ରୟାସକୁ ଏଫ୍‌ଏଟିଏଫ୍‌ର ପ୍ରଶଂସା: ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ’। ଅନ୍ୟଟି ହେଲା ‘ଭାରତୀୟ ଏନ୍‌ଜିଓ ସେକ୍ଟରରେ ଟେରର ଫାଇନାନ୍ସିଂ ଶୂନ୍ୟ ବୋଲି ଏଫ୍‌ଏଟିଏଫ୍‌ର ସଙ୍କେତ’। ଏହି ଦୁଇଟିି ଶୀର୍ଷକକୁ ଏକାଠି ଅନୁଧ୍ୟାନ କଲେ ଏହାର ଅର୍ଥ କ’ଣ ମିଳିବ ଆସନ୍ତୁ ଦେଖିବା। ଯଦି ଏବେ ଜଣେ ଖବରଗୁଡ଼ିକୁ ଭଲ ଭାବେ ଦେଖନ୍ତିି, ତେବେ ଭାରତୀୟ କର୍ତ୍ତୃପକ୍ଷ ପ୍ରତି ମାସରେ ଅତି କମ୍‌ରେ ଗୋଟିଏ ବେସରକାରୀ ସଂଗଠନକୁ ନିଷିଦ୍ଧ କରୁଥିବା ଜାଣିବାକୁ ପାଇବେ। ବାସ୍ତବରେ ଆହୁରି ଏମିତିକା ଅନେକ ଅଛନ୍ତି, ଯେଉଁମାନଙ୍କ ଖବର ସାମ୍‌ନାକୁ ଆସେନାହିଁ। ଏହାର କାରଣ ହେଉଛି ଏହି ସରକାରଙ୍କ ଅଧୀନରେ ଏନ୍‌ଜିଓ ବନ୍ଦ ହେବାର ତଥ୍ୟ ସରକାରୀ ୱେବ୍‌ସାଇଟରୁ ହଟାଇ ନିଆଯାଇଛି। ଭାରତ ସରକାରଙ୍କ ଦ୍ୱାରା ନାଗରିକ କ୍ଷେତ୍ର କ୍ରମାଗତ ଭାବେ ହ୍ରାସପାଉଛି ଓ ଏହା ବିରୋଧରେ ପ୍ରତିବାଦର ଅପରାଧୀକରଣ କରାଯାଉଛି। ବର୍ତ୍ତମାନ ଆମକୁ ଏହା ଉପରେ ପ୍ରଶ୍ନ ଉଠାଇବା ଆବଶ୍ୟକ ଓ ଏଥିପାଇଁ ସୁଯୋଗ ଅଛି। କାରଣ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ୧୪ ବର୍ଷର ବ୍ୟବଧାନ ପରେ ଭାରତର ମୁଚ୍ୟୁଆଲ ଇଭାଲ୍ୟୁଶନ ରିପୋର୍ଟ (ଏମ୍‌ଇଆର୍‌) ପ୍ରକାଶ କରିଛି, ଯାହା ଅଣ-ଲାଭ କ୍ଷେତ୍ରକୁ ନିୟନ୍ତ୍ରଣ କରିବାରେ ଭାରତ ମାନଦଣ୍ଡକୁ ପାଳନ କରୁନାହିଁ ବୋଲି କହିଛି। ଏଫ୍‌ଏଟିଏଫ୍‌ ହେଉଛି ଏକ ଆନ୍ତଃ-ସରକାରୀ ସଂସ୍ଥା। ଏଥିରେ ୪୦ଟି ଦେଶ ସଦସ୍ୟ ଅଛନ୍ତି। ବିଶ୍ୱ ସ୍ତରରେ ମନି ଲଣ୍ଡରିଂ, ଟେରର ଫାଇନାନ୍ସିଂକୁ ନିୟନ୍ତ୍ରଣ କରିବା ଏବଂ ଗଣ ବିଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ବିସ୍ତାରକୁ ରୋକିବା କାର୍ଯ୍ୟକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି। ଏହା ଦେଶମାନଙ୍କ ପାଇଁ ଅନ୍ତଃରାଷ୍ଟ୍ରୀୟ ମାନଦଣ୍ଡଗୁଡ଼ିକ ସ୍ଥିର କରିଥାଏ ଓ ତାହା ଅନୁଯାୟୀ ନିୟମିତ ବ୍ୟବଧାନରେ ଦେଶଗୁଡ଼ିକର ମନି ଲଣ୍ଡରିଂ ବିରୋଧୀ ଏବଂ ଟେରର ଫାଇନାନ୍ସିଂର ମୁକାବିଲାର ମୂଲ୍ୟାଙ୍କନ କରି ର଼୍ୟାଙ୍କ୍‌ ପ୍ରଦାନ କରିଥାଏ। ଭାରତ ଏଫ୍‌ଏଟିଏଫ୍‌ର ଏକ ସଦସ୍ୟ ରାଷ୍ଟ୍ର। ୨୦୨୩ରେ ଭାରତରେ ସିଭିଲ ସୋସାଇଟି ଗ୍ରୁପ୍‌ଗୁଡ଼ିକ ଦର୍ଶାଇଥିଲେ ଯେ ଭାରତ ସରକାର ଲଗାତର ଫରେନ୍‌ କଣ୍ଟ୍ରିବ୍ୟୁଶନ(ରେଗୁଲେଶନ) ଆକ୍ଟ(ଏଫ୍‌ସିଆର୍‌ଏ), ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌(ପ୍ରିଭେନ୍‌ଶନ) ଆକ୍ଟ (ୟୁଏପିଏ) ଏବଂ ପ୍ରିଭେନଶନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ପ୍ରଣୟନ କିମ୍ବା କଡ଼ାକଡ଼ି କରିବା ସକାଶେ ଭାରତ ସରକାର କ୍ରମାଗତ ଭାବରେ ଏଫ୍‌ଏଟିଏଫ୍‌ର ସୁପାରିସକୁ ବ୍ୟବହାର କରିଆସୁଛନ୍ତି। ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାହସ କରୁଥିବା ବ୍ୟକ୍ତିଙ୍କୁ ଚପାଇ ଦେବା ଲାଗି ଏହି ତିନୋଟି ଆଇନ ଭାରତୀୟ କର୍ତ୍ତୃପକ୍ଷଙ୍କ ପାଇଁ ସାଧନ ପାଲଟିଯାଇଛି।

ଅର୍ଥ ହେରଫେର ଉପରେ ୪୦ଟି ସୁପାରିସ ଏବଂ ଆତଙ୍କବାଦୀ ପାଣ୍ଠି ଉପରେ ଥିବା ନଅଟି ସ୍ବତନ୍ତ୍ର ସୁପାରିସକୁ ଏହାର ସଦସ୍ୟ ଦେଶଗୁଡ଼ିକ କିଭଳି କାର୍ଯ୍ୟକାରୀ କରିଥାଆନ୍ତି, ତା’ ଉପରେ ଏଫ୍‌ଏଟିଏଫ୍‌ ଆକଳନ କରିଥାଏ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଧାର କରି ଏକ ଚୂଡ଼ାନ୍ତ ମୂଲ୍ୟାୟନ ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଯେଉଁ ଦେଶ ମାନକ ପାଳନ କରିବାରେ ବିଫଳ ହୁଅନ୍ତି, ସେମାନଙ୍କୁ ‘ଅଧିକ ବିପଦପୂର୍ଣ୍ଣ କ୍ଷେତ୍ର’ କୁହାଯାଏ। ସେମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ‘ଧୂସର ବା କଳା ତାଲିକା’ ଭାବେ ସୂଚିତ କରାଯାଇଥାଏ। ଅତୀତରେ ତୁର୍କୀ ଏବଂ ପାକିସ୍ତାନ ଭଳି ଦେଶ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ମନି ଲଣ୍ଡରିଂ, ଟେରର୍‌ ଫଣ୍ଡିଂ ବିରୋଧରେ ଭାରତର ପଦକ୍ଷେପ ଉପରେ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଅନେକ ବିଳମ୍ବ ପରେ ଏହା ନଭେମ୍ବର ୨୦୨୩ରେ ଆରମ୍ଭ କରାଯାଇ ଜୁନ୍‌ ୨୦୨୪ରେ ଶେଷ କରାଯାଇଥିଲା। ଏହି ପ୍ରକ୍ରିୟାର ଶେଷରେ ଏଫ୍‌ଏଟିଏଫ୍‌ ଏକ ରିପୋର୍ଟ ପ୍ରକାଶ କରିଥିଲା। ଗୋଟିଏ ପଟେ ଏଫ୍‌ଏଟିଏଫ୍‌ ଅନ୍ୟମାନଙ୍କ ସହିତ ଉଚ୍ଚସ୍ତରର ବୈଷୟିକ ଅନୁପାଳନ ପାଇଁ ଭାରତକୁ ପ୍ରଶଂସା କଲା। ଏହା ହେଉଛି ପ୍ରଥମ ଶୀର୍ଷକ ଯାହାକୁ ଆମେ ଦର୍ଶାଇଛୁ। ଅନ୍ୟପକ୍ଷରେ ଆତଙ୍କବାଦୀ ଆର୍ଥିକ ସହାୟତା କ୍ଷେତ୍ରରେ ଅଣ-ଲାଭ କ୍ଷେତ୍ରକୁ ରୋକିବାକୁ କେଉଁ ପଦକ୍ଷେପ ନିଆଯାଇଛି ଏବଂ ଏଫ୍‌ଏଟିଏଫ୍‌ର ସୁପାରିସ ୮ରେ ଉଲ୍ଲେଖ କରାଯାଇଥିବା ଦୃଷ୍ଟିକୋଣକୁ କିଭଳି କାର୍ଯ୍ୟକାରୀ କରାଯାଇଛି ତାହା ନିଶ୍ଚିତ କରିବା ଲାଗି ଦ୍ୱିତୀୟ ଶୀର୍ଷକରେ ଆହ୍ବାନ ଦିଆଯାଇଛି। ଏଫ୍‌ଏଟିଏଫ୍‌ ସୁପାରିସ ୮ ଦର୍ଶାଏ, ଅଣଲାଭକାରୀ ସଂସ୍ଥା(ଏନ୍‌ପିଓ)ର ବୈଧ କାର୍ଯ୍ୟକଳାପରେ ବାଧା ସୃଷ୍ଟି ନ କରିବା ପାଇଁ ଉଚିତ ପଦକ୍ଷେପ ନେବା ଆବଶ୍ୟକ। କିନ୍ତୁ ସୁପାରିସ ୮ର ସମ୍ପୂର୍ଣ୍ଣ ଅବମାନନା କରି ଭାରତୀୟ କର୍ତ୍ତୃପକ୍ଷ ଅତ୍ୟଧିକ କଠୋର ଆଇନ ପ୍ରଣୟନ କରିବା ସହ ମାନବ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ନାଗରିକ ସମାଜ ସଂଗଠନ ତଥା ମାନବ ଅଧିକାର ସୁରକ୍ଷାକର୍ମୀଙ୍କ ବିରୋଧରେ ଏହାର ଦୁରୁପଯୋଗ କରାଯାଇଆସୁଛି।

ଭାରତରେ ଉଗ୍ରବାଦ ନିିରୋଧୀ ଆଇନରେ କେବଳ ୨.୨% ମାମଲା ପଞ୍ଜୀକୃତ ହୋଇଛି ଏବଂ ୨୦୨୨ ଶେଷ ସୁଦ୍ଧା ୮୩% ମାମଲାର ବିଚାର ନ ହୋଇ ପଡ଼ିରହିଛି। ୟୁଏପିଏରେ ବିଚାର ପ୍ରକ୍ରିୟାରେ ହେଉଥିବା ବିଳମ୍ବର ସମାଧାନ କରିବା ଲାଗି ଏଫ୍‌ଏଟିଏଫ୍‌ ଭାରତକୁ କହିଛି। ଏହା ମଧ୍ୟ ପିଏମ୍‌ଏଲ୍‌ଏ କ୍ଷେତ୍ରରେ କରିବାକୁ ସୁପାରିସ କରିଛି, ଯେଉଁଥିରେ ଗତ ନଅ ବର୍ଷ ମଧ୍ୟରେ କେବଳ ୩୧ଟି ମାମଲାର ବିଚାର ଶେଷ ହୋଇଛି। ଏଥିରେ ଦକ୍ଷତାର ଅଭାବକୁ ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଏହିସବୁ ସୁପାରିସ ଭାରତର ଅର୍ଥ ମନ୍ତ୍ରଣାଳୟ ପ୍ରେସ୍‌ ରିଲିଜରେ ଦେଖିବାକୁ ମିଳିଲା ନାହିଁ। ଭାରତ ସରକାର ଏଫ୍‌ଏଟିଏଫ୍‌ ସୁପାରିସଗୁଡ଼ିକୁ ଆଳକରି ଲାଭ ଉଠାଉଛନ୍ତି, ଯାହା ଏନ୍‌ଜିଓଗୁଡ଼ିକର ଏଫ୍‌ସିଆର୍‌ଏ ଲାଇସେନ୍ସ ଲଗାତର ରଦ୍ଦ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ବରକୁ ଦବାଇ ଦେବା ଲାଗି ୟୁଏପିଏ ଏବଂ ପିଏମ୍‌ଏଲ୍‌ଏର ଦୁରୁପଯୋଗରୁ ପ୍ରମାଣିତ। ତିନି ବର୍ଷ ପରେ ପୁଣିଥରେ ଭାରତର ସମୀକ୍ଷା କରାଯିବ। ଏହି ସମୟରେ ଅଣ-ଲାଭକାରୀ କ୍ଷେତ୍ରଗୁଡ଼ିକୁ ଜଡ଼ିତ କରିବା ସହ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ବିଭିନ୍ନ ବିପଦର ମୂଲ୍ୟାଙ୍କନ କରୁଛନ୍ତି ବୋଲି ସରକାର ନିଶ୍ଚିତ କରିବାକୁ ପଡ଼ିବ। ଏହାସହ ଭାରତର ଆତଙ୍କବାଦ ନିରୋଧୀ ତଥା ଅର୍ଥ ହେରଫେର ଆଇନରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲାକୁ ମଧ୍ୟ ଶେଷ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?