‘ସ୍ବୟଂଚାଳିତ ନିରୀକ୍ଷଣ ବ୍ୟବସ୍ଥାରେ ରହିବ ସମୁଦ୍ର ଉପକୂଳ’

ଭୁବନେଶ୍ୱର,୨୩ା୧୧(ରବିନାରାୟଣ ଜେନା): ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶାର ସମୁଦ୍ର ଉପକୂଳରେ ଭିଡିଓ କ୍ୟାମେରା-ଆଧାରିତ ସ୍ବୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନ ହେବ। ଏହାସହିତ ଆଇଏନ୍‌ସିଓଆଇଏସର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା ହେବ। ଏହି ବ୍ୟବସ୍ଥା ପାଣିପାଗ ସମ୍ବଳିତ ଠିକ୍‌ ତଥ୍ୟ ପ୍ରଦାନ କରିବା ସହିତ ସାମୁଦ୍ରିକ ବିପର୍ଯ୍ୟୟର ପୂର୍ବାନୁମାନ ଏବଂ ପୂର୍ବସଙ୍କେତ ପ୍ରଦାନ କରିବ। ସାମୁଦ୍ରିକ ଗବେଷଣା କ୍ଷେତ୍ର ପାଇଁ ମଧ୍ୟ ଏହା ଖୁବ୍‌ ସହାୟକ ହେବ। ଏଥିନିମନ୍ତେ ଖୁବ୍‌ଶୀଘ୍ର ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନ ଇଣ୍ଡିଆନ୍‌ ନ୍ୟାଶନାଲ ସେଣ୍ଟର ଫର୍‌ ଓସିଏନ୍‌ ଇନ୍‌ଫର୍‌ମେଶନ ସର୍ଭିସେସ୍‌ ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ଏକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ଚଳିତବର୍ଷ ବହୁବାର ବନ୍ୟା ଓ ବାତ୍ୟା ଆସିବା ଯୋଗୁ ଅନେକ ଧନସମ୍ପଦ ନଷ୍ଟ ହୋଇଛି। ଏହାସହିତ ଭୂସ୍ଖଳନ ପରିସ୍ଥିତି ମଧ୍ୟ ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘମିଆଦୀ ଯୋଜନାରେ ମୁକାବିଲା କରିବାକୁ ସରକାରଙ୍କ ଆଭିମୁଖ୍ୟ ରହିଛି। ସମୁଦ୍ର ଉପକୂଳରେ ଭିଡିଓ କ୍ୟାମେରା ସ୍ଥାପନ ହେବା ଦ୍ୱାରା ବିପର୍ଯ୍ୟୟର ସୂଚନା ସମ୍ପର୍କରେ ତଥ୍ୟ ମିଳିପାରିବ, ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କୁ ସତର୍କ କରାଯିବା ସହିତ ଧନସମ୍ପଦର ସୁରକ୍ଷା କରାଯାଇପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।
ତେବେ ଗତ ୩୦ ମାସ ମଧ୍ୟରେ ବାତ୍ୟା, ବନ୍ୟା, ଲଗାଣ ବର୍ଷା ଓ ଅନ୍ୟାନ୍ୟ ପ୍ରାକୃତିକ ବିପତ୍ତି ଯୋଗୁ ରାଜ୍ୟର କୃଷି, ଗୃହ, ରାସ୍ତାଘାଟ, ବିଦ୍ୟୁତ୍‌, ଜଳସେଚନ ଓ ମତ୍ସ୍ୟଚାଷ କ୍ଷେତ୍ର ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛି। ବିଶେଷକରି ୨୦୨୪ ଅକ୍ଟୋବରରେ ଆସିଥିବା ବାତ୍ୟା ‘ଦାନା’ ଏବଂ ୨୦୨୬ର ବନ୍ୟା ରାଜ୍ୟର ଅନେକ ଜିଲାରେ ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ସରକାରୀ ଆକଳନ ଅନୁଯାୟୀ, ବାତ୍ୟା ‘ଦାନା’ରେ ପ୍ରାୟ ୬୧୬.୧୯ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଏଥିରେ ସର୍ବାଧିକ ୫୧୨.୨୬ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାବେଳେ କୃଷିକ୍ଷେତ୍ରରେ ୮୨.୯୨ କୋଟି ଏବଂ ଘରଦ୍ୱାର କ୍ଷେତ୍ରରେ ୨୧.୩୨ କୋଟି ଟଙ୍କାର କ୍ଷତି ଆକଳନ କରାଯାଇଥିଲା। ସେହି ବାତ୍ୟାରେ ୧୪ ଜିଲାର ୪୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ସେହିପରି ୨୦୨୬ର ବନ୍ୟା ରାଜ୍ୟର ୨୬ଟି ଜିଲାକୁ ପ୍ରଭାବିତ କରିଥିଲା। ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏହି ବନ୍ୟାରେ ୩୭ ଲକ୍ଷ ୪୩ ହଜାର ୯୪୩ ଜଣ ପ୍ରଭାବିତ ହୋଇଥିଲେ। ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୩ଟି ପଶୁସମ୍ପଦର ମୃତ୍ୟୁ ଘଟିଥିଲା। ପ୍ରାୟ ୨.୧୨ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୮ ହଜାର ୬୭ଟି ଘର ଭାଙ୍ଗିଥିଲା। ବିପର୍ଯ୍ୟୟର ପ୍ରଭାବ କେବଳ କୃଷି ଓ ଘରଦ୍ୱାରରେ ସୀମିତ ରହିନାହିଁ। ରାସ୍ତାଘାଟ ଓ ପୋଲ ନଷ୍ଟ, ବିଦ୍ୟୁତ୍‌ ଖୁଣ୍ଟି ଓ ଟ୍ରାନ୍ସଫର୍ମର କ୍ଷତି, ନଦୀବନ୍ଧ ଓ କେନାଲ ଭାଙ୍ଗିବା, ମତ୍ସ୍ୟଚାଷ ପୋଖରୀ ଓ ଜାଲ ନଷ୍ଟ ହେବା ସହ ଛୋଟ ବ୍ୟବସାୟ ଓ ଶିଳ୍ପାନୁଷ୍ଠାନ ମଧ୍ୟ ପ୍ରଭାବିତ ହୋଇଛି। ଓଡ଼ିଶାରେ ବାରମ୍ବାର ବିପର୍ଯ୍ୟୟ ଆସିବା ଦ୍ୱାରା ପ୍ରଭୂତ କ୍ଷତି ହେଉଥିବାରୁ ରବିବାର ମୁଖ୍ୟମନ୍ତ୍ରୀ ଏକ ଦୀର୍ଘମିଆଦୀ ମୁକାବିଲା ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ବିପର୍ଯ୍ୟୟର ପୂର୍ବାନୁମାନ ଓ ଆଗୁଆ ସତର୍କ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କପ୍‌୩୧ ଚିଠା ଚୁକ୍ତିନାମାରେ ନାହିଁ ଜୀବାଶ୍ମ ଇନ୍ଧନ

ଆଣ୍ଟାଲ୍ୟା,୨୩ା୧୧: ତର୍କିର ଆଣ୍ଟାଲ୍ୟାଠାରେ ୨ ସପ୍ତାହ ଧରି ଚାଲିଥିବା କପ୍‌୩୧ ସମ୍ମିଳନୀର ସହଅଧ୍ୟକ୍ଷ ତଥା ସେଠାକାର ପରିବେଶ ମନ୍ତ୍ରୀ ମୁରାତ କୁରୁମ ଶନିବାର ରାତି ୩ଟାରେ ଏକ…

ଡ୍ରଗ୍‌ କାର୍ଟେଲ ନେତା ମେଜା ଫ୍ଲୋରେସ୍‌ ଗିରଫ ପରେ ଉତ୍ତର ମେକ୍ସିକୋରେ ହିଂସା: ୧୧ ମୃତ

ଗୁଆସାଭା(ମେକ୍ସିକୋ),୨୩ା୧୧: ଉତ୍ତର ମେକ୍ସିକୋର ସିନାଲୋଆ ପ୍ରଦେଶରେ ଡ୍ରଗ୍‌ କାର୍ଟେଲ ନେତା ଫାଉଷ୍ଟୋ ଇସିଡ୍ରୋ ମେଜା ଫ୍ଲୋରେସ୍‌ ଓରଫ୍‌ ଏଲ୍‌ ଚାପୋ ଇସିଡ୍ରୋଙ୍କୁ କର୍ତ୍ତୃପକ୍ଷ ଗିରଫ କରିବା ପରେ…

ଆଜି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୨୩ା୧୧(ଅଶୋକ କୁମାର ସାହୁ): ବାତ୍ୟା ଅକ୍ୱାନ କ୍ଷୟକ୍ଷତି ଅଞ୍ଚଳ ଅନୁଧ୍ୟାନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲା ଗସ୍ତ କରିବେ। ସେ ରାଜସ୍ବ…

ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବାକୁ ଯିବା ହେଲା କାଳ: ବୁଡିଗଲା ବୋଟ୍‌: ଚାଲିଗଲା ୨୪ ଜୀବନ

ଅବୁଜା,୨୨ା୧୧: ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ପୂର୍ବ ନାଇଜେରିଆରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିଛି।…

ପାକିସ୍ତାନ ବିପକ୍ଷରେ ଏକାକୀ ଲଢ଼ିଲେ ଅଭିଷେକ ଶର୍ମା! ୪୨ ବଲ୍‌ରେ ୭୦ ରନ୍‌ର ବିସ୍ଫୋରକ ଇନିଂସ୍

ନୂଆଦିଲ୍ଲୀ,୨୨।୧୧ : ପାକିସ୍ତାନ ବିପକ୍ଷରେ ଭାରତୀୟ ବ୍ୟାଟର୍‌ମାନେ ବିଫଳ ହେଉଥିବା ବେଳେ ଏକାକୀ ଲଢ଼ିଛନ୍ତି ଅଭିଷେକ ଶର୍ମା। ରବିବାର ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ ଇଣ୍ଡିଆ-ଏ ଓ…

ସ୍କୁଟିରେ ଘରକୁ ଫେରୁଥିଲେ ଦମ୍ପତ୍ତି: ଗାଡିରୁ ଖସି ପଡିଲେ ସ୍ତ୍ରୀ, ଚଢ଼ିଗଲା ଟ୍ରକ୍‌…

ଗଞ୍ଜାମ,୨୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ବ୍ରିଜ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ…

ଝିଅକୁ ସରକାରୀ ଡାକ୍ତରଖାନାରେ ପୋଲିଓ ବୁନ୍ଦା ଖୁଆଇଲେ ଜିଲାପାଳ

ଛତ୍ରପୁର,୨୨ା୧୧(ଦିଲୀପ ସାମଲ): ଜୀବନ ପାଇଁ ଦୁଇ ବୁନ୍ଦା, ଜନ୍ମରୁ ୫ବର୍ଷର ଶିଶୁଙ୍କୁ ଅତ୍ୟନ୍ତ ଜରୁରୀ ପୋଲିଓ ଦୁଇ ବୁନ୍ଦା। ପୋଲିଓ ମୁକ୍ତ ଭାରତ ଲକ୍ଷ୍ୟରେ ଚାଲିଥିବା ପୋଲିଓ…

ଭାରତ ଆସି ବଡ଼ ବୟାନ ଦେଲେ ପାକିସ୍ତାନ ମନ୍ତ୍ରୀ, ଆତଙ୍କବାଦ ମୁକାବିଲା ପାଇଁ ରଖିଲେ ବଡ଼ ପ୍ରସ୍ତାବ

ନୂଆଦିଲ୍ଲୀ,୨୨।୧୧: ଆତଙ୍କବାଦ ପ୍ରସଙ୍ଗରେ ଯେକୌଣସି ଆଲୋଚନା ଠୋସ୍‌ ପ୍ରମାଣ ଆଧାରରେ ହେବା ଉଚିତ । ଏଥିପାଇଁ ଏକ ସାଧାରଣ ମଞ୍ଚ ଗଠନ କରାଯାଇ ସମସ୍ତ ଦେଶ ପରସ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?