Posted inଜାତୀୟ

ଦେଶରେ ଆଇଏଏସ୍‌ ଅଫିସ୍‌ରଙ୍କ ଅଭାବ, କ୍ୟାଡରରେ ୨୨ ପ୍ରତିଶତ ପଦବୀ ଖାଲି…

ନୂଆଦିଲ୍ଲୀ, ୨୮।୩ : ଦେଶରେ ଆଇଏଏସ୍‌ ଅଫିସରଙ୍କ ଅଭାବ ସୃଷ୍ଟି ହୋଇଛି। କ୍ୟାଡରରେ ୨୨ ପ୍ରତିଶତ ପଦବୀ ଖାଲି ପଡ଼ିଛି। ତେଣୁ ରାଜ୍ୟମାନେ କ୍ୟାଡର ପଦବୀରେ ଅଣ କ୍ୟାଡର ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ବାଧ୍ୟ ହେଉଛନ୍ତି। ଭାରତୀୟ ପ୍ରଶାସନରେ ଆଇଏଏଏସ୍‌ ଅଫିସରଙ୍କ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସଦୀୟ ଷ୍ଟାଣ୍ଡିଂ କମିଟି କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗକୁ ଆଇଏଏଏସ୍‌ ଅଫିସରଙ୍କ ବାର୍ଷିକ ସଂଖ୍ୟା ବୃଦ୍ଧି କରିବାକୁ ସୁପାରିଶ କରିଛି।

ଗତ ଥର ସିଭିଲ ସର୍ଭିସେସ ପରୀକ୍ଷା ୨୦୨୧ରେ ଆଇଏଏଏସ୍‌ ଅଫିସରଙ୍କ ବାର୍ଷିକ ନିଯୁକ୍ତିକୁ ବୃଦ୍ଧି କରାଯାଇଥିଲା। ଏବେ ୨୦୨୨ର ସିଭିଲ ସର୍ଭିସେସ ପରୀକ୍ଷାରେ ଆଇଏଏଏସ୍‌ ଅଫିସରଙ୍କ ସଂଖ୍ୟା ନିର୍ଣ୍ଣୟ କରିବା ପାଇଁ ଏକ ଉପଯୁକ୍ତ ସମାଧାନ ଖୋଜିବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ସରକାରଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଇଛି।

ପର୍ସନାଲ, ଜନସାଧାରଣଙ୍କ ଅଭିଯୋଗ, ଆଇନ ଏବଂ ନ୍ୟାୟ ଅର୍ନ୍ତଗତ ସଂସଦର ସ୍ଥାୟୀ କମିଟି ଗତ ସପ୍ତାହରେ ସଂସଦରେ ୧୧୨ ତମ ରିପୋର୍ଟ ଉପସ୍ଥାପନ କରିଛି। ଏହି ରିପୋର୍ଟ ଅନୁଯାୟୀ, ଆଇଏଏଏସ୍‌ ଅଫିସରଙ୍କ ପ୍ରାଧିକୃତ ଶକ୍ତି ହେଉଛି ୬,୭୪୬। ଯେଉଁଥିରେ ଭାରତୀୟ ସିଭିଲ ସର୍ଭିସେସ ପରୀକ୍ଷଣ ମାଧ୍ୟମରେ ପଦୋନ୍ନତି ପାଇଥିବା ଅଧିକାରୀଙ୍କ ପାଇଁ ୪,୬୮୨ଟି ପଦବୀ ଏବଂ ରାଜ୍ୟ ପବ୍ଲିକ୍‌ ସର୍ଭିସ୍‌ କମିଶନରୁ ଆଇଏଏସ୍‌ କ୍ୟାଡରକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କ ପାଇଁ ୨,୦୬୪ଟି ପଦବୀ ରହିଛି।

ବର୍ତ୍ତମାନ, ପୋଷ୍ଟ ହୋଇଥିବା ଆଇଏଏଏସ୍‌ ଅଫିସରଙ୍କ ସଂଖ୍ୟା ମାତ୍ର ୫,୨୩୧ ରହିଛି। ଯେଉଁଥିରୁ ୩,୭୮୭ ଜଣ ସିଧାସଳଖ ନିଯୁକ୍ତି ଦ୍ୱାରା ଆଇଏଏସ୍‌ କ୍ୟାଡରରେ ଯୋଗ ଦେଇଛନ୍ତି ଏବଂ ୧,୪୪୪ଟି ପଦବୀରେ ଅଫିସରମାନେ ରାଜ୍ୟ ସିଭିଲ ସର୍ଭିସରୁ ପଦୋନ୍ନତି ପାଇଛନ୍ତି।

ଜମ୍ମୁ-କଶ୍ମୀରରେ ୫୭ ପ୍ରତିଶତ ଆଇଏଏସ୍‌ ଅଫିସରଙ୍କ ପଦବୀ ଖାଲି ଅଛି। ସେହିପରି ତ୍ରିପୁରାରେ ୪୦ ପ୍ରତିଶତ, ନାଗାଲାଣ୍ଡରେ ୩୭.୨ ପ୍ରତିଶତ, କେରଳରେ ୩୨ ପ୍ରତିଶତ ଏବଂ ଝାଡଖଣ୍ଡରେ ୩୧ ପ୍ରତିଶତ ପଦବୀ ଖାଲି ଅଛି। ଖାଲିଥିବା ଆଇଏଏସ୍‌ ଅଫିସରଙ୍କ ପଦବୀଗୁଡ଼ିକର ସର୍ବନିମ୍ନ ପ୍ରତିଶତ ହେଉଛି ତାମିଲନାଡୁ। ଏଠାରେ ୧୪.୩ ପ୍ରତିଶତ ପଦବୀ ଖାଲି ରହିଛି। ମଧ୍ୟପ୍ରଦେଶ ୧୪.୭ ପ୍ରତିଶତ, ହରିୟାଣା ୧୫.୮ ପ୍ରତିଶତ ଏବଂ ଉତ୍ତରପ୍ରଦେଶ ୧୫.୯ ପ୍ରତିଶତ ଆଇଏଏସ୍‌ ଅଫିସରଙ୍କ ପଦବୀ ଖାଲି ପଡ଼ିଛି।

ସଂସଦୀୟ ଷ୍ଟାଣ୍ଡିଂ କମିଟି ଦ୍ୱାରା ଉପସ୍ଥାପିତ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ କେତେକ ରାଜ୍ୟରେ ଅଣ କ୍ୟାଡର ଅଧିକାରୀଙ୍କୁ ଆଇଏଏସ୍‌ କ୍ୟାଡର ପଦରେ ନିଯୁକ୍ତ କରାଯାଉଛି। ଏହା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) କ୍ୟାଡର ନିୟମ, ୧୯୫୪ ର ନିୟମ ୯ ର ଉଲ୍ଲଂଘନ କରୁଛି ।

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) କ୍ୟାଡର ନିୟମ, ୧୯୫୪ର ନିୟମ ୯ ରାଜ୍ୟଗୁଡ଼ିକୁ ଅଣ-ଆଇଏଏସ୍‌ ଅଧିକାରୀଙ୍କୁ କ୍ୟାଡର ପଦବୀରେ ନିଯୁକ୍ତ କରିବାକୁ ଅନୁମତି ଦେଇଥାଏ ଯଦି ଖାଲି ପଦବୀ ପୂରଣ ପାଇଁ ଉପଯୁକ୍ତ କ୍ୟାଡର ଅଧିକାରୀ ଉପଲବ୍ଧ ନଥାନ୍ତି। ଯଦି ଜଣେ ଆଇଏଏସ୍‌ କ୍ୟାଡର ଅଧିକାରୀ ଉପଲବ୍ଧ ତେବେ ଅଣ-କ୍ୟାଡର ଅଧିକାରୀଙ୍କୁ ବଦଳାଇବାକୁ ପଡିବ। ଜଣେ ଅଣ-କ୍ୟାଡର ଅଧିକାରୀଙ୍କୁ ୩ ମାସରୁ ଅଧିକ ସମୟ ପାଇଁ ଆଇଏଏସ୍‌ କ୍ୟାଡର ପଦରେ ରହିବାକୁ ପଡିବା ସ୍ଥଳେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଅନୁମୋଦନ ନେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri