ଶ୍ରେଣୀଗୃହ ଅଭାବ: ଯଜ୍ଞ ମଣ୍ଡପରେ ଶିକ୍ଷାଦାନ

ମହାକାଳପଡା, ୭ା୯ (ଡି.ଏନ୍‌.ଏ.): ସର୍ବଶିକ୍ଷା ଅଭିଯାନ ଯୋଜନାରେ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ନାରା ତୃଣମୂଳ ସ୍ତରରେ ଫେଲ୍‌ ମାରିଛି। ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ସରକାର ଅର୍ଥ ବ୍ୟୟ କରୁଛନ୍ତି। ଛାତ୍ରୀଛାତ୍ରମାନେ କିପରି ବେସରକାରୀ ବିଦ୍ୟାଳୟ ମୋହ ତୁଟାଇ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ଶୈକ୍ଷିକ ପରିବେଶ, ସ୍ମାର୍ଟ କ୍ଲାସ ରୁମ୍‌, ବିଦ୍ୟାଳୟ ପରିସରରେ ଉଦ୍ୟାନ ନିର୍ମାଣ ହେଉଛି। ବିଦ୍ୟାଳୟର ଶ୍ରେଣୀଗୃହ ଅଭାବ ଥିବାରୁ ନିକଟରେ ଥିବା ଗଁା ଯଜ୍ଞ ମଣ୍ଡପରେ ଶିକ୍ଷାଦାନ ହେଉଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକଠାରୁ ୨ କିମି ଦୂର ଲୁଣା ନଦୀକୂଳରେ ଗୌଡ଼ବାଡପୁରସ୍ଥିତ ନଙ୍ଗୁଳି ମହାପୁରୁଷ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ କ୍ଷେତ୍ରରେ। ଶ୍ରେଣୀଗୃହ ନ ଥିବାରୁ ଯଜ୍ଞ ମଣ୍ଡପରେ ପାଠ ପଢ଼ା ହେଉଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୦୭ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଶ୍ରେଣୀଗୃହ ଅଭାବରୁ ପ୍ରଥମରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ କୁନି କୁନି ପିଲାମାନଙ୍କର ଭବିଷ୍ୟତ ଗଢ଼ାଯାଉଛି ଏହି ଯଜ୍ଞ ମଣ୍ଡପରେ।
ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଦୃଶ୍ୟ ଯଜ୍ଞ ମଣ୍ଡପରେ ପଢୁଥିବା ପିଲାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବା ସହ ବିଜୁଳି ମାରିଥିଲା। ଫଳରେ ପିଲାମାନେ ଭୟଭୀତ ହୋଇପଡିଥିଲେ। ଯଜ୍ଞ ମଣ୍ଡପଟି ଚତୁଃପାର୍ଶ୍ୱ ଖୋଲା ଥିବାରୁ ବର୍ଷା ଛିଟିକାରେ ପିଲାମାନଙ୍କର ବହି ଓ ପୋଷାକ ଭିଜି ଯାଇଥିବା ଦେଖିବାକୁ ମିଳିଥିଲା। ବାଧ୍ୟ ହୋଇ ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ପ୍ରବଳ ବର୍ଷାରେ ମୁଣ୍ଡରେ ପଲିଥିନ ତଳେ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏହି କୋମଳମତି ଶିଶୁମାନଙ୍କୁ କିଏ ସୁରକ୍ଷା ଦେବ ବୋଲି କେତେଜଣ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଦ୍ୟାବଧି ବ୍ଲକର ଅନେକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଯୋଗୁ ଗୋଟିଏ ଗୃହରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢ଼ା ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ଶ୍ରେଣୀ ଗୃହରେ ପ୍ରଥମ ଶ୍ରେଣୀ ପିଲାମାନଙ୍କୁ ପାଠ ପଢାଯାଉଥିବା ବେଳେ ଅନ୍ୟ ଶ୍ରେଣୀ ପିଲାମାନେ କଳାପଟାକୁ ଛାହିଁବା ସାର ହୋଇଥାଏ ବୋଲି ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାରେ ଉକ୍ତ ବିଦ୍ୟାଳୟ ଗୃହ ଅଭାବ ଥିବା ସମ୍ପର୍କରେ ଅବଗତ ଅଛୁ। ଆଗାମୀ ଦିନରେ ଗୃହ ନିର୍ମାଣ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri